ବ୍ରିଟେନରେ ଓମିକ୍ରନ୍ ଆତଙ୍କ : ନୂଆ ଭାରିଆଣ୍ଟ କବଜାରେ ୪୭୧୩ ଆକ୍ରାନ୍ତ

Published By : Prameya-News7 Bureau | December 14, 2021 IST

ନୂଆଦିଲ୍ଲୀ, ୧୪/୧୨: ଭୟଙ୍କର ରୂପ ଧାରଣ କରିଛି କରୋନା ଭାଇରସ । ବ୍ରିଟେନରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଥମିବାର ନାଁ ନେଉଁନାହିଁ । ଏବେ ବ୍ରିଟେନରେ ୪୭୧୩ ଜଣ ଓମିକ୍ରନରେ ଆକ୍ରାନ୍ତ ହେଲେଣି ।

ସୂଚନାନୁସାରେ, ଦକ୍ଷିଣ ଆଫ୍ରିକାରୁ ସୃଷ୍ଟି ଓମିକ୍ରନ୍ ଭାଇରସ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି । ଧିରେଧିରେ ଏହା ଅନ୍ୟ ଦେଶକୁ ବ୍ୟାପିଲାଣି । ୪୦ରୁ ଅଧିକ ଦେଶ ଏବେ ଏହି ନୂଆ ଭାରିଆଣ୍ଟ ପଞ୍ଝାରେ । ବ୍ରିଟେନରେ ମଧ୍ୟ ଭୟଙ୍କର ରୂପ ଧାରଣ କରିଛି ଓମିକ୍ରନ୍ । ଏବେସୁଦ୍ଧା ଏଠାରେ ୪୭୧୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ୟୁକେ ସ୍ୱାସ୍ଥ୍ୟ ବିଭାଗର କହିବାନୁସାରେ, ଦୈନିକ ପ୍ରାୟ ୨ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଇଂଲଣ୍ଡରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦ ପ୍ରତିଶତ ଓମିକ୍ରନ୍ ଅଟେ । ଯାହା ଆଗରୁ ଆହୁରି ବଢିବାରେ ବୋଲି ଚିନ୍ତା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.