ଉଜ୍ଜଳା ୨.୦ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କିଭଳି କରିବେ ଆବେଦନ...

Published By : Prameya-News7 Bureau | August 10, 2021 IST

ନୂଆଦିଲ୍ଲୀ ୧୦/୦୮ : ଉଜ୍ଜଳା ଯୋଜନା ୨.୦ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତର ପ୍ରଦେଶର ମହୋବାରୁ ଉଜ୍ଜଳା ୨.୦ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ୨୦୧୬ ମେ ୧ ତାରିଖରେ ଉତ୍ତର ପ୍ରଦେଶର ବାଲିୟାରୁ ହିଁ ପ୍ରଥମେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା ।

ସର୍ବପ୍ରଥମେ ଦେଶର ୫ କୋଟି ବିପିଏଲ ହିତାଧିକାରୀ ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ସାମିଲ କରାଯିବାକୁ ଲକ୍ଷ ରଖାଯାଇଥିଲା । ଏହାକୁ ସଫଳତାର ସହ ପୂରଣ କରିଥିଲେ କେନ୍ଦ୍ର ସରକାର । ତେବେ ବର୍ତ୍ତମାନ ଉଜ୍ଜଳା ଯୋଜନାର ଦ୍ବିତୀୟ ଖେପ୍‌ ବା ୨.୦ ଆରମ୍ଭ କରାଯାଇଛି । ଏହାର ଲାଭ କେବଳ ପୂର୍ବରୁ ଏଲପିଜି ସଂଯୋଗ ପାଇନଥିବା ହିତାଧିକାରୀ ହିଁ ପାଇପାରିବେ । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ୨.୦ରେ ସାମିଲ ହେବା ପାଇଁ ଉର୍ଦ୍ଧିଷ୍ଟ ଓ୍ବେବ୍‌ସାଇଟ୍‌ pmuy.gov.in କୁ ଯାଇ ଆବେଦନ କରିପାରିବେ ।

କିଭଳି କରିବେ ଆବେଦନ?

ଅନଲାଇନ୍‌ ପୋର୍ଟାଲ pmuy.gov.in କୁ ଯାଇ Apply For New Ujjwala 2.0 Connection କୁ ଯାଆନ୍ତୁ

ପେଜ୍‌ର ତଳେ ୩ଟି ଅପସନ୍ ମିଳିବ, ପ୍ରଥମଟି ଇଣ୍ଡେନ୍‌, ପରେ ଭରତ ପେଟ୍ରୋଲିୟମ ଏବଂ ତା ପରେ ଏଚ୍‌ପି

ଆପଣଙ୍କ ସୁବିଧା ଅନୁଯାୟୀ କୌଣସି ଗୋଟିଏ ବିକଳ୍ପକୁ ଚୟନ କରି ନୂଆ ସଂଯୋଗ ପାଇଁ ଆବଶ୍ୟକ ତଥ୍ୟ ପ୍ରଦାନ କରିବା ପରେ ସବ୍‌ମିଟ୍‌ କରିବେ

ଆପଣ ଚାହିଁଲେ ଫର୍ମ ଡାଉନଲୋଡ କରି ତାହାକୁ ପୂରଣ କରି ନିକଟସ୍ଥ ଗ୍ୟାସ୍‌ ବିତରକଙ୍କ ନିକଟରେ ଜମା କରିପାରିବେ

ଆପଣଙ୍କ ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ତଥ୍ୟ ଭେରିଫାଏ କରାଯିବା ପରେ ଏଲପିଜି ଗ୍ୟାସ୍‌ ସଂଯୋଗ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.