Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୟାଗଡ: ରାମ ନବମୀ ଯାତ୍ରା ହେଲା ଶେଷଯାତ୍ରା, ଗଛରେ ବାଇକ୍ ପିଟିହେବାରୁ ଚାଲିଗଲା ୩ ଜୀବନ
  • ||
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ଉଜ୍ଜଳା ଯୋଜନାର ଲାଭାର୍ଥୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

28/05/2018 at 5:12 AM

ଦେଶରେ କାର୍ଯ୍ୟକାରୀ ହେଉଥିବା ଉଜ୍ଜଳା ଯୋଜନାର ଲାଭାର୍ଥୀଙ୍କ ସହ ଆଜି କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ୯ଟା ୩୦ରୁ ସାରା ଦେଶର ହିତାଧୀକାରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀ କଥା ହେବା ଲାଗି ସ୍ଥିର ହୋଇଛି । ଭୁବନେଶ୍ବରରେ ଆଇଓସିଏଲ କାର୍ଯ୍ୟାଳୟରେ ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଠି ଉପସ୍ଥିତ ରହିବେ । ମୋଦି ସରକାରଙ୍କ ଉଜ୍ଜଳା ଏକ ବଡ ଯୋଜନା । ଏହି ଯୋଜନାରେ ସାରା ଦେଶରୁ ୩ଟୋକି ୮୦ ଲକ୍ଷ ମହଇଲାଙ୍କୁ ରୋଷେଇ ଲାଗି ଏଲପିଜି ଯୋଗାଇ ଦିଆଯାଇଛି । ୮କୋଟି ହିତାଧୀକାରୀଙ୍କୁ ଏହି ଯୋଜନାରେ ଏଲପିଜି ଯୋଗାଇଦେବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି । ତେଣୁ ଯୋଜନାର ଅଗ୍ରଗତି ଓ ହିତାଧୀକାରୀ ଏହାର କେତେ ସୁଫଳ ପାଉଛନ୍ତି ତାହା ଜାଣିବାକୁ ପ୍ରଧାନମନ୍ତ୍ରୀ ସିଧାସଳଖ ଲାଭାର୍ଥୀଙ୍କ ସହ କଥା ହେଉଛନ୍ତି ।

Leave a Reply

   Related Posts