Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଉଜ୍ଜେନ ଏସପି ସଚିନ୍ ଅତୁଲକର ପୁଣିଥରେ ପ୍ରତ୍ୟାକ୍ଷାନ କଲେ ବିଗ୍ ବସ୍ ଅଫର

16/06/2019 at 6:32 PM

ମଧ୍ୟ ପ୍ରଦେଶ ଉଜ୍ଜେନ ଜିଲ୍ଲାରେ ପୋଲିସ ଅଧିକ୍ଷକ ପଦରେ ନିୟୋଜିତ ହୋଇଥିବା ସଚିନ୍ ଅତୁଲକର ନିଜର ଫିଟନେସ ଏବଂ ଆକର୍ଷଣୀୟ ବ୍ୟକ୍ତିତ୍ୱ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଏବେ ପୁଣିଥରେ ସେ ଚର୍ଚ୍ଚାକୁ ଆସିଛନ୍ତି । ଦ୍ୱିତୀୟଥର ପାଇଁ ସେ ବିଗ୍ ବସ୍ ଅଫର ପ୍ରତ୍ୟାକ୍ଷାନ କରିଦେଇଛନ୍ତି ।

ତାଙ୍କୁ ବିଗ୍ ବସ୍ ସିଜନ୍ ୧୩ ପାଇଁ ନିମନ୍ତ୍ରଣ ମିଳିଥିଲା । କିନ୍ତୁ ସାଶକୀୟ ସେବା ଏବଂ ବ୍ୟସ୍ତତାକୁ ନେଇ ସେ ଏହି ଅଫର ପ୍ରତ୍ୟାକ୍ଷାନ କରିଥିଲେ । ସଚିନ ମଧ୍ୟ ସଲମାନ ଖାନଙ୍କ ଜଣେ ପ୍ରଶଂସକ । ସୋସିଆଲ ମିଡ଼ିଆରେ ତାଙ୍କର ଲକ୍ଷେ ପ୍ରଶଂସକ ଅଛନ୍ତି । ଇନ୍ସଟାଗ୍ରାମରେ ତାଙ୍କର ୨ ଲକ୍ଷ ଫଲୋୟର୍ସ ଅଛନ୍ତି ।

ଗୁଗଲ ଏବଂ ୟୁଟ୍ୟୁବରେ ମଧ୍ୟ ଲୋକେ ତାଙ୍କୁ ସର୍ଚ୍ଚ କରିଥାନ୍ତି । ସେଥିପାଇଁ ବିଗ୍ ବସରେ ସାମିଲ ହେବା ପାଇଁ ତାଙ୍କୁ ଦ୍ୱିତୀୟଥର ନିମନ୍ତ୍ରଣ ମିଳିଥିଲା । ତାଙ୍କ କାର୍ଯ୍ୟ ଶୈଳୀ ପୋଲିସ ବିଭାଗ ପାଇଁ ଏକ ଦୃଷ୍ଟାନ୍ତ ସଦୃଶ୍ୟ । ସେ ଜଣେ ଆଦର୍ଶ ପୋଲିସ ଅଫିସର ।

ଫିଟନେସ୍ ପାଇଁ ସଚିନ ୩ ଘଣ୍ଟା ଜିମରେ ବ୍ୟାୟାମ କରନ୍ତି । ସଚିନଙ୍କ ଜନ୍ମ ମଧ୍ୟପ୍ରଦେଶ ଭୋପାଲରେ । ୧୯୮୫ ମସିହା ଅଗଷ୍ଟ ୮ ତାରିଖରେ ସେ ଜନ୍ମ ହୋଇଛନ୍ତି । ୨୦୦୭ ମସିହାରେ ୨୨ ବର୍ଷ ବୟସରେ ସେ ଆଇପିଏସ ଅଧିକାରୀ ହୋଇଥିଲେ । ତାଙ୍କ ପିତା ଜଣେ ଅବସରପ୍ରାପ୍ତ ବନ ଅଧିକାରୀ । ତାଙ୍କ ଭାଇ ଭାରତୀୟ ନୌସେନାରେ ଅଛନ୍ତି ।

   Related Posts