ତିରୁପତି ବାଲାଜୀ ଓ ସ୍ଵର୍ଣ୍ଣ ମନ୍ଦିର ପରି ଝଲସିବ ବିଶ୍ୱ ପ୍ରସିଦ୍ଧ ମହାକାଳ ମନ୍ଦିର, ଲଗାଯିବ ୨୫୦ କିଲୋ ସୁନା

Published By : Prameya-News7 Bureau | August 10, 2020 IST

ଉଜ୍ଜୈନ ୧୦/୦୮ : ମଧ୍ୟପ୍ରଦେଶର ଧାର୍ମିକ ନଗରୀ ଉଜ୍ଜୈନ ସ୍ଥିତ ବିଶ୍ୱ ପ୍ରସିଦ୍ଧ ମହାକାଳ ମନ୍ଦିର ମଧ୍ୟ ଏବେ ସୁନା ଭଳି ଚମକିବ | ଦେଶର ୧୨ ଜ୍ୟୋତିର୍ଲିଙ୍ଗରୁ ଗୋଟିଏ ମହାକାଳ ମନ୍ଦିର | ଏହି ମନ୍ଦିର ଶିଖର ଓ ଗର୍ଭଗୃହରେ ପାଖାପାଖି ୨୫୦ କିଲୋ ସୁନା ଲଗାଯିବ | ଫଳରେ ମହାକାଳ ମନ୍ଦିର ମଧ୍ୟ ସୋମନାଥ, ତିରୁପତି ବାଲାଜୀ ଓ ଶିରିଡି ସାଇ ମନ୍ଦିର ଶ୍ରେଣୀରେ ସାମିଲ ହେବ | ମନ୍ଦିରରେ ସୁନା ଲଗାଇବା କାମ ଆରମ୍ଭ ହେବାକୁ ଯାଉଛି | ଏଥିପାଇଁ ୮ ବର୍ଷ ଲାଗିବ | ଦୁଇ ଜଣ ବ୍ୟବସାୟୀ ଏହାର ଦାୟିତ୍ୱ ନେଇଛନ୍ତି | 

{"id":312549,"sizeSlug":"large"}

ମନ୍ଦିରର ମୁଖ୍ୟ ପୂଜାରୀ ରମଣ ତ୍ରିବେଦୀ କହିଛନ୍ତି ଯେ, ଉଜ୍ଜୈନର ଜଣେ ବ୍ୟବସାୟୀ ଓ ମୁମ୍ବାଇର ଜଣେ ହୀରା ବ୍ୟବସାୟୀ ମହାକାଳ ମନ୍ଦିରର ଶିଖର ଓ ଗର୍ଭଗୃହକୁ ସୁନାରେ ଅଳଙ୍କୃତ କରିବା ଦାୟତ୍ୱ ନେଇଛନ୍ତି | ମୁମ୍ବାଇର ବ୍ୟବସାୟୀ ଏହା ପୂର୍ବରୁ ସୋମନାଥ ମନ୍ଦିର ଓ ବଦ୍ରୀନାଥ ମନ୍ଦିରରେ ମଧ୍ୟ ସୁନା ଦାନ କରିଥିଲେ | ବର୍ତ୍ତମାନ ମହାକାଳ ମନ୍ଦିରକୁ ମଧ୍ୟ ସ୍ଵର୍ଣ ଜଡିତ କରିବା ବ୍ୟବସାୟୀଙ୍କ ଇଛା |

{"id":312550,"width":570,"height":351,"sizeSlug":"large"}

କାରିଗରଙ୍କୁ ପଠାଇ ଏଥିପାଇଁ କେତେ ସୁନା ଲାଗିବ ତାର ଆକଳନ କରାଯାଇଛି | ଏହି କାମ ପାଇଁ ପାଖାପାଖି ୨୫୦ କିଲୋ ସୁନା ଲାଗିବ ବୋଲି ଅନୁମାନ କରାଯାଉଛି | ୨୦୦ କିଲୋ ସୁନା ଶିଖରରେ ଓ ୫୦ କିଲୋ ଗର୍ଭଗୃହରେ ଲଗାଯିବ | ଉଜ୍ଜୈନ ସ୍ଵର୍ଣ ଶିଖର ଆରୋହଣ ସଂକଳ୍ପ କମିଟି ବ୍ୟବସାୟୀଙ୍କ ସହିତ କଥାବାର୍ତ୍ତା କରିବା ପରେ ମହାକାଳ ମନ୍ଦିର କମିଟିକୁ ଏହି ପ୍ରସ୍ତାବ ପଠାଇବେ | ଏହାପରେ ଉଜ୍ଜୈନ ଜିଲ୍ଲା ଅଧିକାରୀଙ୍କ ତରଫରୁ ଅନ୍ତିମ ମୋହର ଲାଗିବ | ଏହାପରେ ଶିଖରରେ ସୁନା ଲଗାଇବା କାର୍ଯ୍ୟ ଆରମ୍ଭ ହେବ |

{"id":312546,"sizeSlug":"large"}

୨୦୨୮ ମସିହା ପୂର୍ବରୁ ମହାକାଳ ମନ୍ଦିର ଶିଖର ଓ ଗର୍ଭଗୃହରେ ସୁନା ଲଗାଯାଇଥିବ | ଏହା ପୂର୍ବରୁ ମହାକାଳ ମନ୍ଦିର ଶିଖରରେ ୧୧୦ ଶିଖରକୁ ସ୍ଵର୍ଣ ଜଡିତ କରାଯାଇଥିଲା | ଏଥିପାଇଁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଧ୍ୟ ସୁନା ଦାନ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.