ଉଜୈନ ୧୪|୧: ମଧ୍ୟପ୍ରଦେଶ ଉଜୈନ ଜିଲ୍ଲା ହସ୍ପିଟାଲର ଜଣେ ସିଭିଲ ସର୍ଜନ ଜଣେ ଷ୍ଟାଫ୍ ନର୍ସଙ୍କୁ ଚୁମ୍ବନ କରିବାର ଦୃଶ୍ୟର ଭିଡିଓ ସେମାସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଭିଡିଓ ଭାଇରାଲ ହେବା ପରେ ସଂପୃକ୍ତ ସର୍ଜନଙ୍କୁ ବହିଷ୍କାର କରାଯାଇଛି।
ଉଜୈନର ଜିଲ୍ଲାପାଳ ଶଶାଙ୍କ ମିଶ୍ର କହିଛନ୍ତି ଯେ, ଯେଉଁ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ତାହା କୌଣସି ଅଧିକାରୀଙ୍କ ପାଇଁ ଉଚିତ୍ ନୁହେଁ । ଘଟଣାର ଗମ୍ଭୀରତାକୁ ଦେଖି ସେ ଜିଲ୍ଲା ହସ୍ପିଟାଲର ସିଭିଲ ସର୍ଜନଙ୍କୁ ତାଙ୍କ ପଦରୁ ବହିଷ୍କାର କରିଥିବା ସେ କହିଛନ୍ତି । ସଂପୃକ୍ତ ସିଭିଲ ସର୍ଜନ ଦୁଇ ଦିନ ହେଲା ଛୁଟିରେ ଅଛନ୍ତି । ତାଙ୍କୁ ଜିଲ୍ଲାପାଳ ନୋଟିସ୍ କରିଥିବା କହିଛନ୍ତି ।
ସିଭିଲ ସର୍ଜନ ଜଣଙ୍କ ଜଣେ ମହିଳାଙ୍କୁ ଚୁମ୍ବନ ଦେଉଥିବାର ଦୃଶ୍ୟର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଜିଲ୍ଲା ହସ୍ପିଟାଲର ଅପରେସନ ଥିଏଟର ମଧ୍ୟରେ ଉକ୍ତ ଭିଡିଓ ଉତ୍ତୋଳନ କରାଯାଇଥିବା ଜଣାପଡୁଛି । ସ୍ବାସ୍ଥ୍ୟ ଅଧିକାରୀ ଏନେଇ କିଛି ଟିପ୍ପଣୀ ଦେବାକୁ ମନାକରିଦେଇଥିଲେ । ପୋଲିସ କହିଛି ଯେ, ଏ ଘଟଣା ନେଇ କୌଣସି ଅଭିଯୋଗ କରାଯାଇାହିଁ ।