UGC-NET ଜୁନ୍ ୨୦୨୪ ପରୀକ୍ଷା ରଦ୍ଦ, ଅନିୟମିକତା ଅଭିଯୋଗ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି; CBI କରିବ ତଦନ୍ତ

Published By : Prameya-News7 Bureau | June 19, 2024 IST

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଜୁନ୍ ୧୮ରେ ସାରା ଦେଶରେ ବିଭିନ୍ନ ସହରରେ ଆୟୋଜିତ ୟୁଜିସି-ନେଟ୍ ଜୁନ୍ ପରୀକ୍ଷାକୁ ରଦ୍ଦ କରିଛି । ଏନଟିଏ ଏହି ପରୀକ୍ଷାକୁ ଦୁଇଟି ଶିଫ୍ଟରେ ଓଏମଆର ମାଧ୍ୟମରେ ଆୟୋଜନ କରିଥିଲା ।

୨୦୨୪ ଜୁନ୍ ୧୯ରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗକୁ ପରୀକ୍ଷା ସମ୍ୱନ୍ଧରେ ଗୃହ ମନ୍ତ୍ରଣାଳୟର ଭାରତୀୟ ସାଇବାର ଅପରାଧ ସମନ୍ୱୟ କେନ୍ଦ୍ର (୧୪ସି)ର ରାଷ୍ଟ୍ରୀୟ ସାଇବର ଅପରାଧ ବିପଦ ବିଶ୍ଲେଷଣ ଶାଖାକୁ କିଛି ଗୁଇନ୍ଦା ଇନପୁଟ୍ ମିଳିଥିଲା । ଇନପୁଟ୍‌ରୁ ଜଣାପଡ଼ିଥିଲା ଯେ ମଙ୍ଗଳବାର ଆୟୋଜିତ ପରୀକ୍ଷାରେ ବଡ଼ ତ୍ରୁଟି ହୋଇଛି ।

ପରୀକ୍ଷା ପ୍ରକ୍ରିୟାର ପାରଦର୍ଶିତା ସୁନିଶ୍ଚିତ କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ଯେ ୟୁଜିସି-ନେଟ୍ ଜୁନ୍ ୨୦୨୪ ପରୀକ୍ଷାକୁ ରଦ୍ଦ କରାଯିବ । ଏବେ ପୁଣି ଥରେ ପରୀକ୍ଷା ଆୟୋଜନ କରାଯିବ । ଏଥିପାଇଁ ପରବର୍ତ୍ତୀ ସମୟରେ ସୂଚନା ପ୍ରଦାନ କରାଯିବ । ଏହାସହ ମାମଲାର ଅଧିକ ତଦନ୍ତ ପାଇଁ ସିବିଆଇକୁ ହସ୍ତାନ୍ତର କରାଯାଇଛି ।



ୟୁଜିସି କହିଛି ଯେ, ପରୀକ୍ଷା ଆୟୋଜନକୁ ନୂଆ ରୂପେ ଆୟୋଜନ କରାଯିବ, ଯେଉଁଥି ପାଇଁ ପରେ ସୂଚନା ଜାରି କରାଯିବ । ସରକାର ପରୀକ୍ଷାର ପାରଦର୍ଶିତା ସୁନିଶ୍ଚିତ କରିବା ଏବଂ ଛାତ୍ରଙ୍କ ହିତ ରକ୍ଷା ପାଇଁ ପ୍ରତିବଦ୍ଧ ଅଟେ । ଉଲ୍ଲେଖଯୋଗ୍ୟ ଯେ ୟୁଜିସି ନେଟ୍ ପରୀକ୍ଷା ଜୁନ୍ ୨୦୨୪ ସାରା ଦେଶର ୩୧୭ ସହରରେ ୧୨୦୫ ପରୀକ୍ଷା କେନ୍ଦ୍ରରେ ଆୟୋଜନ କରାଯାଇଥିଲା । ଏଥିରେ ୧୧,୨୧,୨୨୫ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.