ଏଆଇସିଟିଇ ଓ ୟୁଜିସିଙ୍କ ସତର୍କତା, ଉଚ୍ଚଶିକ୍ଷା ଲାଗି ଭୁଲରେ ବି ଯାଅନି ପାକିସ୍ତାନ

Published By : Prameya-News7 Bureau | April 22, 2022 IST

ନୂଆଦିଲ୍ଲୀ ୨୨।୪: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ପାକିସ୍ତାନରେ ଉଚ୍ଚଶିକ୍ଷା ନେଇ ସତର୍କତା ଜାରି କରିଛନ୍ତି। ଯଦି କେହି ଏପରି ଯୋଜନା କରୁଛନ୍ତି କି କରିଛନ୍ତି ତେବେ ତୁରନ୍ତ ଏଥିରୁ ନିବୃତ୍ତ ହେବାକୁ କୁହାଯାଇଛି। ଏକ ମିଳିତ ପରାମର୍ଶରେ ପାକିସ୍ତାନର କୌଣସି କଲେଜ ଅଥବା ଶୈକ୍ଷଣିକ ସଂସ୍ଥାନରେ ଆଡମିସନ ନ କରିବାକୁ କୁହାଯାଇଛି।

{"id":618137,"width":839,"height":472,"sizeSlug":"full","linkDestination":"none"}

ଯଦି ପାକିସ୍ତାନର କୌଣସି ମହାବିଦ୍ୟାଳୟ ଅଥବା ବିଶ୍ୱବିଦ୍ୟାଳାୟରୁ ଉତୀର୍ଣ୍ଣ ହୋଇଥାନ୍ତି ଭାରତରେ ପରବର୍ତ୍ତି ଶିକ୍ଷା ନିମନ୍ତେ ସୁଯୋଗ ମିଳିବା ଦୂରର କଥା ସାର୍ଟିଫିକେଟ୍ ଏଠାରେ ମାନ୍ୟ ମଧ୍ୟ ହେବନି। ଏଣୁ ଏପରି ସାର୍ଟିଫିକେଟରେ ଭାରତରେ କେହି ଚାକିରୀ ଆବେଦନ ମଧ୍ୟ କରିପାରିବେ ନାହିଁ। ୟୁଜିସି ଓ ଏଆଇସିଟିଇ ଆଡଭାଇଜରୀରେ କହିଛନ୍ତି ଯେ ଉଚ୍ଚଶିକ୍ଷା ଲାଗି ପାକିସ୍ତାନ ନ ଯାଆନ୍ତୁ। ତେବେ ଯେଉଁମାନେ ପାକିସ୍ତାନ ଛାଡି ଭାରତ ଆସିଛନ୍ତି ସେମାନଙ୍କୁ ଏହି ମାମଲାରେ ରିହାତି ଦିଆଯାଉଛି।

{"id":618138,"width":840,"height":546,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଉଭୟ ସଂସ୍ଥା ମିଳିତ ଆଡଭାଇଜରୀ ଜାରି କରି ଚୀନ୍‌ର କୌଣସି ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ନିମନ୍ତେ ନ ଯିବା ଲାଗି ପରାମର୍ଶ ଦେଇଥିଲେ। ତେବେ ଏପରି ଆଡଭାଇଜରୀ ଚୀନ୍‌ରେ ବ୍ୟାପୁଥିବା କୋଭିଡ-୧୯ ମହାମାରୀ ଲାଗି ଜାରି ହୋଇଥିଲା। ଗତବର୍ଷମାନଙ୍କରେ ଯେଉଁମାନେ ଚୀନ୍‌ ବିଶ୍ୱବିଦ୍ୟାଳୟମାନଙ୍କରେ ଉଚ୍ଚଶିକ୍ଷା ଗ୍ରହଣ କରୁଥିଲେ ସେମାନେ କୋଭିଡ କାରଣରୁ ଏପର୍ଯ୍ୟନ୍ତ ଶିକ୍ଷା ସମାପ୍ତ କରିପାରି ନାହାନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.