Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଉଗାଣ୍ଡାରେ ସମଲିଙ୍ଗୀ ସମ୍ପର୍କ ରଖିଲେ ମିଳିବ ମୃତ୍ୟୁ ଦଣ୍ଡ, ଆଇନକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

29/05/2023 at 8:31 PM

ନୂଆଦିଲ୍ଲୀ: ଉଗାଣ୍ଡାରେ ସମଲିଙ୍ଗୀ ସମ୍ପର୍କ ଉପରେ ସମ୍ପୂର୍ଣ୍ଣ ବ୍ୟାନ ଲାଗୁ କରାଯାଇଛି । ଉଗାଣ୍ଡା ରାଷ୍ଟ୍ରପତି ୟୋୱେରୀ ମୁସେଭେନୀ ଏଲଜିବିଟିକ୍ୟୁ ବିରୋଧୀ ଆଇନକୁ ମଞ୍ଜୁରୀ ଦେଇଛନ୍ତି । ଏହି ଆଇନ ଉଲ୍ଲଂଘନକାରୀଙ୍କୁ ମୃତ୍ୟୁ ଦଣ୍ଡର ପ୍ରାବଧାନ ରହିଛି । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ଏହାର ସୂଚନା ଦିଆଯାଇଛି ।

ଉଗାଣ୍ଡାରେ ସମଲିଙ୍ଗୀ ସମ୍ପର୍କ ପୂର୍ବରୁ ବେଆଇନ ଥିଲା, କିନ୍ତୁ ନୂଆ ଆଇନ ଏଲଜିବିଟିକ୍ୟୁ ସମୁଦାୟକୁ ଟାର୍ଗେଟ କରୁଛି । ଏହି ଆଇନ ସମଲିଙ୍ଗୀ ଯୌନ ସମ୍ପର୍କ ସହ ଏଚଆଇଭି ପଜିଟିଭ ହୋଇ ସମ୍ପର୍କ ସ୍ଥାପନ କଲେ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି । ଏହି ଆଇନ ଅନୁସାରେ ସମଲିଙ୍ଗୀ ସମ୍ପର୍କକୁ ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତିକୁ ୨୦ ବର୍ଷ ଜେଲ ଦଣ୍ଡର ପ୍ରାବଧାନ ରହିଛି । ସମଲିଙ୍ଗୀ ସମ୍ପର୍କ ସ୍ଥାପନ ଉଦ୍ୟମ ବେଳେ ଧରାପଡିଥିବା ବ୍ୟକ୍ତିଙ୍କୁ ୧୦ ବର୍ଷ ଯାଏ ଜେଲ ଦଣ୍ଡ ନେଇ ଆଇନରେ ବ୍ୟବସ୍ଥା କରାଯାଇଛି ।

ଏଲଜିବିଟିକ୍ୟୁ ଅଧିନିୟମ ୨୦୨୩କୁ ଗତ ମାର୍ଚ୍ଚରେ ଉଗାଣ୍ଡାର ସଂସଦରେ ଆଗତ କରାଯାଇଥିଲା । ଏବେ ଏହା ଆଇନରେ ପରିଣତ ହୋଇଛି । ଏହି ଆଇନରେ ଗମ୍ଭୀର ସମଲିଙ୍ଗୀକତା ପାଇଁ ମୃତ୍ୟୁ ଦଣ୍ଡର ପ୍ରାବଧାନ ରହିଛି । ଗମ୍ଭୀର ସମଲିଙ୍ଗୀକତାର ଅର୍ଥ ହେଉଛି ୧୮ ବର୍ଷରୁ କମ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ କିମ୍ୱା ଏଚଆଇଭି ପଜିଟିଭ ହୋଇ ସମ୍ପର୍କ ରଖିବା । ସମୁଦାୟ ପାଇଁ ସ୍ୱର ଉଠାଉଥିବା ସମାଜିକକର୍ମୀ ଏହି କଠୋର ଆଇନକୁ ଚ୍ୟାଲେଞ୍ଜ ଦେବା କଥା କହିଛନ୍ତି ।

READ

   Related Posts