ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସମ୍ମାନରେ ଭାରତରେ ଦିନିକିଆ ରାଷ୍ଟ୍ରୀୟ ଶୋକ, ସରକାରଙ୍କ ଘୋଷଣା

Published By : Prameya-News7 Bureau | September 09, 2022 IST

ନୂଆଦିଲ୍ଲୀ: ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ନିଧନରେ ଭାରତରେ ଗୋଟିଏ ଦିନର ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି। ମନ୍ତ୍ରଣାଳୟ ଅନୁସାରେ, ସେପ୍ଟେମ୍ୱର ୧୧ରେ ଭାରତରେ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ। ଏହି ଦିନ ମହାରାଣୀ ଏଲିଜାବେଥଙ୍କ ସମ୍ମାନରେ ଭାରତରେ ଜାତୀୟ ପତାକା ଅର୍ଦ୍ଧନମିତ କରାଯିବ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଥିଲେ। ପିଏମ ମୋଦୀ କହିଥିଲେ, ତାଙ୍କୁ ଆମ ସମୟର ଜଣେ ଠାଣୁଆ ନେତ୍ରୀ ରୂପେ ମନେ ରିଖାଯିବ। ସେ ନିଜ ଦେଶ ଏବଂ ଲୋକଙ୍କ ପାଇଁ ପ୍ରେରଣାଦାୟୀ ନେତୃତ୍ୱ ପ୍ରଦାନ କରିଥିଲେ । ସେ ସାର୍ବଜନୀନ ଜୀବନରେ ମର୍ଯ୍ୟଦା ଏବଂ ଶାଳିନତାର ପରିଚୟ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ, ବ୍ରିଟେନର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ସେପ୍ଟେମ୍ୱର ୮ରେ ପରଲୋକ ହୋଇଥିଲା । ଏଲିଜାବେଥ ଦ୍ୱିତୀୟ ବ୍ରିନେଟରେ ସବୁଠୁ ଅଧିକ ଦିନ ଯାଏଁ ଶାସନ କରିଛନ୍ତି। ସେ ୭୦ ବର୍ଷ ଧରି ବ୍ରିଟେନର ରାଜଗାଦି ବସି ଶାସନ କରିଥିଲେ । ମତ୍ୟୁ ବେଳଙ୍କୁ ତାଙ୍କୁ ୯୬ବର୍ଷ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.