ଉଦ୍ୟୋଗ ଉର୍ଜା ୨୦୨୪ : ମହିଳାଙ୍କ ଶକ୍ତି ଅତୁଳନୀୟ, ୨୪ ସଫଳ ଉଦ୍ୟୋଗୀଙ୍କୁ ସମ୍ମାନ

Published By : Prameya-News7 Bureau | March 02, 2024 IST

ଭୁବନେଶ୍ୱର ୦୨।୦୩ :  ପ୍ରତ୍ୟେକ ମହିଳା ଜଣେ ଜଣେ ଶକ୍ତି । ମହିଳାଙ୍କ ଭିତରେ ଥିବା ଶକ୍ତିର ତୁଳନା ନାହିଁ । ଆତ୍ମବିଶ୍ବାସ ଓ ଲେଖା ବଳରେ ମହିଳାମାନେ ସଫଳତାର ଶୀର୍ଷ ଛୁଇଁପାରିବେ ଏବଂ ଛୁଇଁପାରିଛନ୍ତି । ଏହା କହିଛନ୍ତି ଉଦ୍ୟୋଗ ଉର୍ଜା ୨୦୨୪ର ସମ୍ମାନିତ ଅତିଥି ତଥା ବଲିଉଡ୍‌ ଅଭିନେତ୍ରୀ ଭାଗ୍ୟଶ୍ରୀ । ଉଦ୍ୟୋଗୀ ଉର୍ଜାର ତୃତୀୟ ସଂସ୍କରଣରେ ମୋଟ୍ ୨୪ ଜଣ ବଛାବଛା ମହିଳା ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯାଇଛି ।

ଉଦ୍ୟୋଗ ଉର୍ଜା ୨୦୨୪ ଅନୁଷ୍ଠିତ ହୋଇଯାଇଛି । ପ୍ରମେୟ ଓ ନ୍ୟୁଜ୍ ସେଭେନ୍ ଏବଂ ସୋଆ ପକ୍ଷରୁ ଉଦ୍ୟୋଗ ଉର୍ଜା ୨୦୨୪ ଆୟୋଜିତ ହୋଇଯାଇଛି ।  ପୁଣି ଥରେ ରାଜ୍ୟର କିଛି ପ୍ରତିଷ୍ଠିତ ଏବଂ ସଫଳ ମହିଳା  ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯାଇଛି । ସଫଳ ମହିଳା ଉଦ୍ୟୋଗୀଙ୍କ କାହାଣୀକୁ ପ୍ରସାର କରି ଅନ୍ୟମାନଙ୍କୁ ଏଥିପ୍ରତି ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି ପ୍ରୟାସ ଚାଲିଛି ।

wp:html /wp:html

ନାରୀ ବିନା ପ୍ରଗତି ଅସମ୍ଭବ । ଆଜିକା ସମାଜରେ ପୁରୁଷ ଯେତିକି ପରିମାଣରେ ସକ୍ଷମ, ସେତିକି ପରିମାଣରେ ନାରୀ ବି ସକ୍ଷମ । ରାସ୍ତା ଯେତେ କଠିନ ହେଲେ ଏମାନେ କେବେ ଥକିନାହାନ୍ତି ।  ତେଣୁ ଏମାନେ ସମସ୍ତେ ସମ୍ମାନର ଅଧିକାରୀ । ଏହାକୁ ଲକ୍ଷ୍ୟ କରି ପ୍ରମେୟ ନ୍ୟୁଜ୍ ସେଭେନ୍ ଏବଂ ସୋଆ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟୋଗ ଉର୍ଜା । ଏହି ଉତ୍ସବରେ ସଫଳ ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯାଇଛି । ସମାଜ ପାଇଁ ପ୍ରେରଣା ସାଜିଥିବା ଏହି ମହିଳା ଉଦ୍ୟୋଗୀଙ୍କୁ ଦିଆଯାଇଛି ସମ୍ମାନ ।  ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟ ପାଇଁ ରୋଜଗାରର ପନ୍ଥା ବାହାର କରିଛନ୍ତି ଏମାନେ ।  ଉଦ୍ୟୋଗ କ୍ଷେତ୍ରରେ ନିଜ ପାରଦର୍ଶିତା ଦେଖାଇଥିବା ଉଦ୍ୟୋଗୀଙ୍କ ପାଇଁ ଆଗାମୀ ଦିନରେ ଏହା ପ୍ରେରଣା ସାଜିବ ବୋଲି କୁହାଯାଉଛି ।

ଉଦ୍ୟୋଗ ଉର୍ଜା ୨୦୨୪ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ ସୋଆ ଉପସଭାପତି ତଥା ସୁମା ରିୟଲ ମିଡିଆର ନିର୍ଦ୍ଦେଶିକା ଶ୍ରୀମତୀ ଶାଶ୍ୱତୀ ଦାସ ।  ଉଦ୍ୟୋଗ ଉର୍ଜା ୨୦୨୪ ଅବସରରେ ପ୍ରମେୟ ଓ ନ୍ୟୁନ୍ ସେଭେନ୍ ସିଇଓ ସୁନୀଲ ଦାସ, ପ୍ରମେୟ ଓ ନ୍ୟୁଜ୍ ସେଭେନ୍ ମାର୍କେଟିଂ ଆଣ୍ଡ ସେଲ୍ସର ଗ୍ରୁପ ଡାଇରେକ୍ଟର ହିମାଂଶୁ ହୋତା, ପ୍ରମେୟ ନ୍ୟୁଜ୍ ସେଭେନ୍ କାର୍ଯ୍ୟକାରୀ ସଂପାଦକ ଦେବନାରାୟଣ ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.