ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

‘ଯେଉଁମାନେ ମୋ ପୁଅକୁ ଶେଷ କରିବାକୁ ବସିଥିଲେ, ଆଜି ଆପଣ ସେମାନଙ୍କ ଶରଣରେ…’ : ବିଦ୍ରୋହୀ ବିଧାୟକଙ୍କୁ ଉଦ୍ଧବଙ୍କ ଟାର୍ଗେଟ୍

9/07/2022 at 12:33 PM

ନୂଆଦିଲ୍ଲୀ ୦୯/୦୭: ମହାରାଷ୍ଟ୍ରରେ ଏକନାଥ ସିନ୍ଦେ ଉଦ୍ଧବ ଠାକରେଙ୍କଠୁ ଅଲଗା ହୋଇ ସରକାର ଗଠନ କରିଛନ୍ତି । ଏଥିରେ ବିଜେପିର ପୂର୍ଣ୍ଣ ସମର୍ଥନ ରହିଛି । ତେବେ ସରକାର ଗଠନ ପରେ ବି ବୟାନବାଜି ଜାରି ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୁଣି ସିନ୍ଦେଙ୍କ ସମର୍ଥିତ ବିଧାୟକଙ୍କୁ ଟାର୍ଗେଟ୍ କରିଛନ୍ତି । ଯିଏ ତାଙ୍କୁ ଓ ତାଙ୍କ ପରିବାରଙ୍କୁ ଗାଳି ଦେଇଛନ୍ତି ସେମାନଙ୍କୁ ବିଦ୍ରୋହୀ ବିଧାୟକ ସମର୍ଥନ କରୁଥିବା ଉଦ୍ଧବ କହିଛନ୍ତି ।

ଉଦ୍ଧବ କହିଛନ୍ତି ଯେ, ଏବେବି ସେ ବିଦ୍ରୋହୀ ବିଧାୟକଙ୍କୁ ନିଜର ଭାବୁଛନ୍ତି । ଯଦି ସେମାନେ ବିଜେପି ସହ ଖୁସିରେ ଅଛନ୍ତି ତେବେ ରୁହନ୍ତୁ । କିନ୍ତୁ ତାଙ୍କ ପାଇଁ ଦଳର ଲୋକେ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଏହାସହ ସେ ନିଜ ସହ ଥିବା ୧୪ ବିଧାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ଧମକ ଓ ଚାପ ସତ୍ତ୍ୱେ ସେମାନେ ବିଦ୍ରୋହୀ ହୋଇନାହାଁନ୍ତି । ସେମାନଙ୍କର ଦିନେ ନା ଦିନେ ବିଜୟୀ ହେବ ବୋଲି ଠାକରେ କହିଛନ୍ତି ।

ଠାକରେ ଆହୁରି କହିଛନ୍ତି ଯେ, ଏକଦା କିଛି ଦଳ ତାଙ୍କ ପୁଅ ଆଦିତ୍ୟଙ୍କୁ ଶେଷ କରିବାକୁ ବସିଥିଲେ । ଆଜି ସେମାନଙ୍କ ସହ ବିଦ୍ରୋହୀ ବିଧାୟକ ମିଶିଯାଇଛନ୍ତି । ନ୍ୟାୟପାଳିକା ଉପରେ ତାଙ୍କର ବିଶ୍ୱାସ ଅଛି । ଜୁଲାଇ ୧୧ରେ ଯାହା ହେବ ତାହା ଦଳର ଭବିଷ୍ୟତ ନିର୍ଦ୍ଧାରଣ କରିବ ନାହିଁ । ଶିବସେନାର କଣ ହେବ ତାହା ଦଳର କାର୍ଯ୍ୟକର୍ତ୍ତା ସ୍ଥିର କରିବେ ।

ସେ ଆହୁରି କହିଛନ୍ତି ଯେ, ବିଦ୍ରୋହୀ ବିଧାୟକ ଏକନାଥଙ୍କ ସହ ସୁରଟ ଯିବା ବଦଳରେ ତାଙ୍କ ସହ କଥା ହୋଇପାରିଥାନ୍ତେ । ଏପରି କରିଥିଲେ ସାରା ଦେଶ ବୁଲିବାକୁ ପଡି ନଥାନ୍ତା । ଅନେକ ବିଦ୍ରୋହୀ ବିଧାୟକ ମାତୋଶ୍ରୀକୁ ଭଲ ପାଉଥିବା କହୁଛନ୍ତି । ସେମାନେ ଉଦ୍ଧବଙ୍କୁ ମଧ୍ୟ ଭଲ ପାଉଛନ୍ତି । ଆଦିତ୍ୟଙ୍କୁ ମଧ୍ୟ ଭଲ ପାଆନ୍ତି । ଅନ୍ୟ ଗୋଷ୍ଠୀକୁ ଯାଇ ବି ଏପରି ଭଲପାଇବା ପାଇଁ ଉଦ୍ଧବ ବିଦ୍ରୋହୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବିଜେପିକୁ ଟାର୍ଗେଟ୍ କରି ଠାକରେ କହିଛନ୍ତି ଯେ, ଯେଉଁମାନେ ତାଙ୍କୁ କିମ୍ବା ତାଙ୍କ ପରିବାରକୁ ଗାଳି କରୁଥିଲେ ସେତେବେଳେ ବିଦ୍ରୋହୀ ବିଧାୟକ ସ୍ୱର ଉଠାଉନଥିଲେ । ଜଣେ କେହି ହେଲେ ମୁହଁ ଖୋଲିନଥିଲେ । ଠାକରେ ପରିବାରକୁ ଯିଏ ଅପମାନ କରିଛି ଓ ଆଦିତ୍ୟଙ୍କୁ ଶେଷ କରିବାକୁ ପ୍ରୟାସ କରିଛନ୍ତି ଆଜି ବିଦ୍ରୋହୀ ସେମାନଙ୍କ ସହ ଏକାଠି ବସିବାକୁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି ।  

   Related Posts