scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସନାତନ ଆଳ ଦେଖାଇ ବଞ୍ଚିବାକୁ ଚାହୁଁଛି ବିଜେପି: ଉଦୟନିଧି

7/09/2023 at 5:05 PM

udayanidhi satlin

ତାମିଲନାଡୁ: ସନାତନ ଧର୍ମକୁ ନେଇ ଦେଇଥିବା ବିବାଦୀୟ ବୟାନକୁ ଉପରେ ଏବେ ବି କାଏମ ରହିଛନ୍ତି ଉଦୟନିଧି ଷ୍ଟାଲିନ୍। ନିଜକୁ କଥାକୁ ଠିକ୍ ବୋଲି ଦର୍ଶାଇ ଓଲଟି ବିଜେପିକୁ ଉପରେ ଆଟାକ୍ କରିଛନ୍ତି ଉଦୟନିଧି। ନିଜକୁ ବଞ୍ଚାଇବାକୁ ଯାଇ ବିଜେପି ଏସବୁ କରୁଛି ବୋଲି ଉଦୟନିଧି କହିଛନ୍ତି। ଅସ୍ତିତ୍ୱ ରଖିବାର ବିଜେପିର ଏହା ହିଁ ଏକମାତ୍ର ଉପାୟ। ଏହାଛଡ଼ା ଦଳ ପାଖରେ କୌଣସି ଉପାୟ ନାହିଁ ବୋଲି ଉଦୟନିଧି କହିଛନ୍ତି।

ସେହିପରି ଅଯୋଧ୍ୟା ସନ୍ଥ ତାଙ୍କ ମୁଣ୍ଡ ଉପରେ ୧୦ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିବା ନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ଉଦୟନିଧି। ଘଟଣାରେ କୌଣସି ମାମଲା ନ କରିବା ସହ କୁଶପୁତ୍ତଳିକା ଦାହ ନ କରିବାକୁ ଉଦୟନିଧି ଦଳୀୟ କର୍ମୀଙ୍କୁ କହିଛନ୍ତି। ମୋ ବିରୁଦ୍ଧରେ ହୋଇଥିବା ମାମଲାକୁ ମୁଁ ଆଇନଗତ ବାଟରେ ଲଢ଼େଇ କରିବି ବୋଲି ଉଦୟନିଧି ଷ୍ଟାଲିନ୍ କହିଛି।

ପଢ଼ନ୍ତୁ-ସନାତନ ଧର୍ମକୁ ନେଇ ପୁଅ ସମର୍ଥନରେ ବାହାରିଲେ ଏମ୍‌କେ ଷ୍ଟାଲିନ୍; କହିଲେ- ପ୍ରଧାନମନ୍ତ୍ରୀ ସତ ନ ଜାଣି ଏଭଳି କହିବା ନ୍ୟାୟୋଚିତ ନୁହେଁ

ଉଦୟନିଧି କହିଛନ୍ତି “ ମୋଦୀ ଓ କମ୍ପାନୀ ସନାତନ ଷଡ଼ଯନ୍ତ୍ର ବ୍ୟବହାର କରି ମଣିପୁରରେ ୨୫୦ ଲୋକଙ୍କ ମୃତ୍ୟୁ ଓ ୭.୫ ଲକ୍ଷ ଟଙ୍କାର ଦୁର୍ନୀତି ଆଦି ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛି।” ମୋଦୀଙ୍କ ଉପରେ ଟାର୍ଗେଟ୍ କରି ଉଧୟ ନିଧି କହିଛନ୍ତି ଯେ ଗତ ୯ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦୀ କିଛି କରି ନାହାନ୍ତି।

ସେ କେବଳ ବିମୁଦ୍ରିକରଣ,ଛୋଟ ଘର ଲୁଚାଇବାକୁ ପ୍ରଚାରୀ ନିର୍ମାଣ କରିବା, ନୂଆ ସଂସଦ ଭବନ ନିର୍ମାଣ କରି ସେନ୍‌ଗଲ ସ୍ଥାପନା କରିବା, ଦେଶର ନାଁ ପରିବର୍ତ୍ତନ କରିବା ପଛରେ ଲାଗିବା, ସୀମାରେ ଛିଡ଼ା ହୋଇ ଧଳାପତାକା ଉଡ଼ାଇବାର କାମ କରିଛନ୍ତି ବୋଲି ଉଧୟ ନିଧି କହିଛନ୍ତି।

   Related Posts