ଫଡ଼ନାଭିସ୍‌ ସରକାରଙ୍କ ଜଳ ସଂରକ୍ଷଣ ଯୋଜନାର ଯାଞ୍ଚ କରିବେ ଉଦ୍ଧବ, ଗଠନ ହେବ SIT

Published By : Prameya-News7 Bureau | October 14, 2020 IST

ମୁମ୍ବାଇ ୧୪/୧୦: ଆକ୍ସନ ମୁଡ୍‌ରେ ମହାରାଷ୍ଟ୍ର ସରକାର। ଉଦ୍ଧବ ସରକାର ପୂର୍ବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କ ଶାସନ  କାଳରେ ହୋଇଥିବା ଯୋଜନାର ଯାଞ୍ଚ କରିବେ। ଏସଆଇଟି ଗଠନ କରି ଫଡ଼ନାଭିସ୍‌ଙ୍କ କାର୍ଯ୍ୟକାଳ ସମୟରେ ହୋଇଥିବା ଜଳ ସଂରକ୍ଷଣ ଯୋଜନାର ଯାଞ୍ଚ କରିବେ ରାଜ୍ୟ ସରକାର । ବୁଧବାର ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

ଯୋଜନାର ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଯାଞ୍ଚ ଟିମ୍(ଏସ୍ଆଇଟି) ଗଠନ କରିବେ ଉଦ୍ଧବ ସରକାର। ଜଳଯୁକ୍ତ ଶିବାର ଯୋଜନା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଫଡ଼ନାଭିସ୍‌ଙ୍କ ଉଲ୍ଲେଖନୀୟ ଯୋଜନା ଥିଲା। ୨୦୧୯ରେ ରାଜ୍ୟକୁ ଶୁଖିଲା ମୁକ୍ତ କରିବାକୁ ଯୋଜନାର ଆରମ୍ଭ ହୋଇଥିଲା। ପୂର୍ବ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଏହି ଯୋଜନାରେ କାର୍ଯ୍ୟ ସଠିକ୍‌ ଭାବେ ହେଉନଥିବା ସିଏଜି ରିପୋର୍ଟରେ ପ୍ରକାଶ ପାଇଛି ବୋଲି ମନ୍ତ୍ରୀ ଛାଗନ ଭୁଜବଳ କହିଛନ୍ତି।

ଏହି ଯୋଜନାରେ ଜଳ ପ୍ରଭାହିତ ହେଉଥିବା ନାଳଗୁଡ଼ିକର ପ୍ରଶସ୍ତିକରଣ, ଜଳ ସଂରକ୍ଷଣ ପାଇଁ ସିମେଣ୍ଟ ଓ ମାଟିବନ୍ଧ ନିର୍ମାଣ ଏବଂ ଗାଡ଼ିଆ ନିର୍ମାଣ ଆଦି ସାମିଲ ରହିଛି। କିନ୍ତୁ ମୁଖ୍ୟ କଥା ହେଉଛି ୨୦୧୪-୧୯ ମଧ୍ୟରେ ଶିବସେନା ମଧ୍ୟ ପଡ଼ନାଭିସ୍‌ଙ୍କ ସରକାରରେ ସାମିଲ୍‌ ଥିଲା। ତେବେ ଏହି ଯୋଜନାର କାର୍ଯ୍ୟକାରୀ ପାଇଁ ୯୬୩୩.୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଭୂଜଳ ସ୍ତର ବଢ଼ାଇବାରେ ଏହି ଅଭିଯାନ ବିଫଳ ହୋଇଥିବା ଅଭିଯୋଗ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.