Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ୍‌ଙ୍କ ଧମାକାଦାର୍‌ ବ୍ୟାଟିଂ, ହାସଲ କଲେ ୪୪ ତମ ଶତକ
  • ||
  • ଇଷାନ୍‌ କିଷାନ୍‌ଙ୍କ ଜବରଦସ୍ତ ବ୍ୟାଟିଂ, ଦିନିକିଆ କ୍ରିକେଟ୍‌ରେ ହାସଲ କଲେ ପ୍ରଥମ ଦ୍ୱିଶତକ
  • ||
  • ଭୁବନେଶ୍ୱର: ଅର୍ଚ୍ଚନା ନାଗ ଗିରଫ ମାମଲା, କୋର୍ଟଙ୍କ ଅନୁମତି ପରେ ତଥ୍ୟ ଦେଲା ଖଣ୍ଡଗିରି ପୋଲିସ
  • ||
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ଉଦ୍ଧବଙ୍କ ନୂଆ ଷ୍ଟ୍ରୋକ୍ : ଦ୍ରୌପଦୀ ମୁର୍ମୁଙ୍କୁ କରିବେ ସମର୍ଥନ ! ସଞ୍ଜୟ ରାଓ୍ୱତଙ୍କ ସ୍ୱର ବି ନରମ

12/07/2022 at 12:44 PM

ନୂଆଦିଲ୍ଲୀ, ୧୨/୦୭:  ରାଷ୍ଟ୍ରପତି ନିର୍ବାଚନରେ ଉଦ୍ଧବ ଠାକରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିପାରନ୍ତି । ଏନେଇ ସେ ମନ ବଳାଇ ସାରିଛନ୍ତି । ଉଦ୍ଧବଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ଶିବସେନା ସାଂସଦ ସଞ୍ଜୟ ରାଓ୍ୱତ ବିରୋଧୀ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କୁ ସମର୍ଥନ କରିବା ସପକ୍ଷରେ ଅଛନ୍ତି । ତେବେ ଶିବସେନାର କିଛି ସାଂସଦ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପକ୍ଷରେ ରହିଛନ୍ତି ।

ସୂତ୍ରାନୁସାରେ, ଉଦ୍ଧବ ଠାକରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ସେ ସଞ୍ଜୟ ରାଓ୍ୱତଙ୍କ ରାୟକୁ ଅଣଦେଖା କରି ସାଂସଦଙ୍କ ରାୟକୁ ଗୁରୁତ୍ୱ ଦେଉଛନ୍ତି ।

ସୂଚନାଯୋଗ୍ୟ, ସୋମବାର ଶିବସେନାର ସଂସଦୀୟ ଦଳ ବୈଠକ ହୋଇଥିଲା । ଏଥିରେ ୧୯ ସାଂସଦଙ୍କ ମଧ୍ୟରୁ ମାତ୍ର ୧୧ଜଣ ଉପସ୍ଥିତ ଥିଲେ । ଅଧିକାଂଶ ଦ୍ରୌପଦୀଙ୍କୁ ସମର୍ଥନ ନେଇ ମତ ଦେଇଥିଲେ । କିନ୍ତୁ ସଞ୍ଜୟ ରାଓ୍ୱତ ଶିବସେନା ଯଶଓ୍ୱନ୍ତ ସିହ୍ନାଙ୍କୁ ସମର୍ଥନ ଉପରେ ଜୋର୍ ଦେଇଥିଲେ । ତେବେ ଚୂଡାନ୍ତ ନିଷ୍ପତ୍ତି ଉଦ୍ଧବଙ୍କ ହାତରେ ରହିଥିଲା ।

ଉଦ୍ଧବ ଦେଖୁଛନ୍ତି ଯେ, ବିଧାୟକଙ୍କ ଭଳି ସାଂସଦଙ୍କ ମଧ୍ୟରେ ଫାଟ ନହେଉ । ଅଧିକାଂଶ ସାଂସଦଙ୍କ ସମର୍ଥନ ଦ୍ରୌପଦୀଙ୍କ ସହ ରହିଛି । ଯଦି ଉଦ୍ଧବ ସମର୍ଥନ ନକରନ୍ତି ତେବେ ସାଂସଦ ସିନ୍ଦେଙ୍କ କ୍ୟାମ୍ପରେ ଯୋଗ ଦେବା ଏକ ପ୍ରକାର ସ୍ପଷ୍ଟ । ସେପଟେ ଶିବସେନାର ମୁରବି କିଏ ହେବ ସେନେଇ ସୁପ୍ରିମକୋର୍ଟରେ ମାମଲା ଚାଲିଛି । ଯାହାର ତ୍ୱରିତ ଶୁଣାଣି ପାଇଁ ମଧ୍ୟ କୋର୍ଟ ରାଜି ଅଛନ୍ତି ।

ତେବେ ଉଦ୍ଧବଙ୍କ ମନ ପରିବର୍ତ୍ତନ ପରେ ସଞ୍ଜୟ ନିଜ ପ୍ରତିକ୍ରିୟା ବଦଳାଇଛନ୍ତି । ସେ କହିଛନ୍ତି ଯେ, ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ଅର୍ଥ ବିଜେପିକୁ ସମର୍ଥନ କରିବା ନୁହେଁ । ଯଶଓ୍ୱନ୍ତ ସିହ୍ନାଙ୍କ ସହ ଶିବସେନାର ଭଲ ସମ୍ପର୍କ ଅଛି । କିନ୍ତୁ ସମସ୍ତଙ୍କ ଭାବନାକୁ ଗୁରୁତ୍ୱ ଦେବାକୁ ହେବ । ଶିବସେନା ଅଧିକାଂଶ ସମୟରେ ଏପରି ନିଷ୍ପତ୍ତି ନେଇଥାଏ ବୋଲି ସେ କହିଛନ୍ତି ।

   Related Posts