ବିଜେପି ସ୍ପଷ୍ଟ କରୁ କେଉଁ ଚାଷୀ ପାକିସ୍ତାନୀ, କିଏ ଖଲିସ୍ତାନୀ: ଉଦ୍ଧବ

Published By : Prameya-News7 Bureau | December 13, 2020 IST

ମୁମ୍ବାଇ ୧୩।୧୨: ଚାଷୀ ଆନ୍ଦୋଳନ ପରିପ୍ରେକ୍ଷୀରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରବିବାର ବିଜେପିକୁ ଟାର୍ଗେଟ୍ କରିଛନ୍ତି। କେନ୍ଦ୍ର ସରକରଙ୍କ ଆଇନକୁ ବିରୋଧ କରି ଚାଷୀ ଦିଲ୍ଲୀ ସୀମାରେ ଥଣ୍ଡା କାକରରେ ପଡିଛନ୍ତି। ସରକାର ସେମାନଙ୍କ ଦାବି ନେଇ ବିଚାର କରିବା ଦୂରର କଥା ସେମାନଙ୍କୁ ନାନା ଆଖ୍ୟା ଦେଉଛନ୍ତି। ତେବେ ସରକାର ନିଜେ କୁହନ୍ତୁ ଆନ୍ଦୋଳନରେ ବସିଥିବା ଚାଷୀଙ୍କ ମଧ୍ୟରେ କିଏ ବାମପନ୍ଥୀ କିଏ ପାକିସ୍ତାନୀ।

ପାକିସ୍ତାନରୁ ଚିନି ଓ ପିଆଜ ଆମଦାନୀ  କେବଳ ବିଜେପି ସରକାର କରନ୍ତି। ଏଣୁ ଚାଷୀଙ୍କୁ ନେଇ ସରକାରଙ୍କ ମନ୍ତ୍ରୀମାନେ କରୁଥିବା ବୟାନବାଜୀ ବନ୍ଦ କରି ସେମାନଙ୍କ ସମସ୍ୟା ସମାଧାନ ଲଗି ଉଦ୍ୟମ କରନ୍ତୁ ବୋଲି କହିଛନ୍ତି ଉଦ୍ଧବ। ଯଦି ବିଜେପି ନେତାମାନେ ନୂଆ କୃଷି ଆଇନକୁ ଏତେ ଭଲଭାବେ ବୁଝିଛନ୍ତି ତେବେ ସେମାନେ ଚାଷୀଙ୍କ ମଧ୍ୟକୁ ଯାଇ ସେମାନଙ୍କୁ ଆଇନ ବୁଝାଉନାହାନ୍ତି କାହିଁକି ବୋଲି ଉଦ୍ଧବ ପ୍ରଶ୍ନ କରିଛନ୍ତି।

ଏହି ଅବସରରେ ଉଦ୍ଧବ ବିଧାନସଭା ଅଧିବେଶନ ପୂର୍ବରୁ ସରକାରଙ୍କ ଚାପାନ ବୈଠକକୁ ରାଜ୍ୟରେ ବିରୋଧୀ ବହିଷ୍କାର କରିଛି। ବହିଷ୍କାର କରିଥିବା ଲୋକେ ଆଉ କେହି ନୁହନ୍ତି ଯେଉଁମାନେ ଦିଲ୍ଲୀରେ ଚାଷୀଙ୍କ ସମସ୍ୟାକୁ ଆଖି ମୁଦି ଦେଇଛନ୍ତି ବୋଲି ସେ କହିଛନ୍ତି। ରାଜ୍ୟରେ ବିରୋଧୀ ଦଳ ଗତ ବର୍ଷକରେ ସରକାର କଣ କରିଛନ୍ତି ତାହା ଜାଣନ୍ତି ନାହିଁ। ଏଥିପାଇଁ ସରକାର ତାଙ୍କ ଲାଗି ଫଳକ ଲଗାଇଥିଲେ ସେମାନେ କାର୍ଯ୍ୟକ୍ରମକୁ ଆସିଥାନ୍ତେ ବୋଲି କହିଛନ୍ତି। ରାଜ୍ୟରେ ସମସ୍ତେ ଜାଣନ୍ତି ବର୍ଷକର ସରକାର ରାଜ୍ୟ ଲାଗି କରିଛନ୍ତି କଣ? ଯଦି ବିରୋଧୀ ଜାଣି ନ ପାରିଲେ ଏହାକୁ ସେମାନଙ୍କ ଅଜ୍ଞାନତା ବ୍ୟତୀତ ଅନ୍ୟ କଣ କୁହାଯାଇପାରବ ବୋଲି ପ୍ରଶ୍ନ କରିଛନ୍ତି ଉଦ୍ଧବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.