ଏଥର ମୁମ୍ବାଇରେ ହେବ ବିରୋଧୀ ମେଣ୍ଟ 'ଇଣ୍ଡିଆ'ର ପରବର୍ତ୍ତୀ ବୈଠକ, ନେତୃତ୍ୱ ନେବ ଶିବସେନା ୟୁବିଟି

Published By : Prameya-News7 Bureau | August 05, 2023 IST

ନୂଆଦିଲ୍ଲୀ: ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ମେଣ୍ଟ ଇଣ୍ଡିଆ (I.N.D.I.A.)ର ପରବର୍ତ୍ତୀ ବୈଠକ ୩୧ ଅଗଷ୍ଟ ଓ ୧ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ। ଏହି ସୂଚନା ଦେଇଛନ୍ତି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ। ଏନେଇ ସେ ଶନିବାର (ଅଗଷ୍ଟ ୨) କହିଛନ୍ତି ଯେ ଏହି ବୈଠକକୁ କିପରି ସଠିକ୍ ଭାବରେ ଆୟୋଜନ କରାଯିବ ସେ ବିଷୟରେ ଆଲୋଚନା ହୋଇଛି। ଏଥର ଉଦ୍ଦବଙ୍କ ଶିବସେନା ବୈଠକର ନେତୃତ୍ୱ ନେବ ବୋଲି ସୂଚନା ମିଳିଛି।

ପାଟନା ଏବଂ ବେଙ୍ଗାଲୁରୁ ପରେ ବିରୋଧୀ ମେଣ୍ଟ ଇଣ୍ଡିଆ ତୃତୀୟ ବୈଠକ ମୁମ୍ବାଇର ସାନ୍ତାକ୍ରୁଜ-କାଲିନା ଅଞ୍ଚଳରେ ଥିବା ଗ୍ରାଣ୍ଡ ହୟାତା ହୋଟେଲରେ ଅନୁଷ୍ଠିତ ହେବ। ବୈଠକରେ ଯୋଗ ଦେବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୁମ୍ବାଇରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯିବ ବୋଲି ଏମଭିଏ ନେତା କହିଛନ୍ତି।

ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ବୈଠକରେ ଉଦ୍ଧବ ଠାକରେଙ୍କ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତୃତ୍ୱ ନେବେ। ଅଗଷ୍ଟ ୩୧ ସନ୍ଧ୍ୟାରେ ବିରୋଧୀଦଳର ନେତାଙ୍କ ପାଇଁ ଉଦ୍ଧବ ଠାକରେଙ୍କ ଦ୍ୱାରା ରାତ୍ରୀ ଭୋଜନର ବ୍ୟବସ୍ଥା କରାଯିବ। ଦ୍ୱିତୀୟ ଦିନ ଅର୍ଥାତ୍ ସେପ୍ଟେମ୍ବର ୧ ରେ ବିରୋଧୀ ଦଳ ବୈଠକ ସକାଳ ୧୦ରୁ ଆରମ୍ଭ ହେବ। ଏଥିରେ ବିରୋଧୀ ଦଳର ଅନେକ ନେତା ସାମିଲ ହେବାର ସମ୍ଭାବନା ରହିଛି।

ପଢ଼ନ୍ତୁ-୨୦୨୪ରେ ନିର୍ବାଚନ ମହାସମର, ମଇଦାନରେ ଇଣ୍ଡିଆ VS ଏନ୍‌ଡିଏ: ମହାମେଣ୍ଟରୁ ଦୂରେଇ ରହିଛନ୍ତି ୧୧ ଦଳ

{"id":826791,"sizeSlug":"full","linkDestination":"none"}

ତେବେ ଇଣ୍ଡିଆ ମେଣ୍ଟର ବୌଠକ ପୂର୍ବରୁ ଶନିବାର(ଅଗଷ୍ଟ ୫) ମୁମ୍ବାଇର ନେହେରୁ ବିଜ୍ଞାନ କେନ୍ଦ୍ରରେ ମହା ବିକାଶ ଆଘାଡି ନେତାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ମହାରାଷ୍ଟ୍ର ଆଘାଡ଼ି ମେଣ୍ଟର ବଡ ନେତାମାନେ ଏଥିରେ ଯୋଗ ଦେଇଥିଲେ। ଏନସିପି ପକ୍ଷରୁ ଶରଦ ପାୱାର, ଜୟନ୍ତ ପାଟିଲ, ସୁପ୍ରିୟା ସୁଲେ ଏବଂ ଅନିଲ ଦେଶମୁଖ ଅଂଶଗ୍ରହଣ କରିଥିଲେ। ସେହିପରି କଂଗ୍ରେସ ପକ୍ଷରୁ ଅଶୋକ ଚହ୍ୱାନ, ପ୍ରୀତି ରାଜ ଚହ୍ୱାନ, ବାଲାସାହେବ ଥୋରାଟ, ନାନା ପାଟୋଲ ସାମିଲ ହୋଇଥିଲେ। ଶିବସେନା (ୟୁବିଟି) ପକ୍ଷରୁ ସଞ୍ଜୟ ରାଉତ ଏବଂ ଅନିଲ ଦେଶାଇ ଏହି ବୈଠକରେ ଯୋଗ ଦେଇଥିଲେ।

ଏହି ବୈଠକରେ ବିରୋଧୀ ଦଳର ଇଣ୍ଡିଆ ମେଣ୍ଟ ବୈଠକର ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା। ସମସ୍ତ ତିନୋଟି ଦଳରୁ ପ୍ରତ୍ୟେକ ପାଞ୍ଚଜଣ ନେତାଙ୍କ ଏକ ଟିମ୍ ଗଠନ କରାଯାଇଛି। ତିନି ଦଳର ନେତାଙ୍କୁ ଭିନ୍ନ ଭିନ୍ନ ଦାୟିତ୍ୱ ଦିଆଯାଇଛି ବୋଲି ବୈଠକ ପରେ କଂଗ୍ରେସ ନେତା ନାସିମ ଖାନ କହିଛନ୍ତି।

ପଢ଼ନ୍ତୁ-ପୁଣି ସଂସଦକୁ ଫେରିବେ ରାହୁଲ ଗାନ୍ଧି, ଲଢ଼ିବେ ୨୦୨୪ ଲୋକସଭା ନିର୍ବାଚନ, ବୁଝନ୍ତୁ ମୋଦି ସରନେମ କେସ୍‌ରେ ସୁପ୍ରିମକୋର୍ଟଙ୍କ ରାୟର ଅର୍ଥ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.