LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସାବରକର ଟିପ୍ପଣୀରେ ରାହୁଲଙ୍କୁ ଘେରିଲେ ଉଦ୍ଧବ ଠାକରେ; କହିଲେ ବାରମ୍ବାର ଅପମାନ ବରଦାସ୍ତ କରାଯିବନି

27/03/2023 at 10:18 AM

ମୁମ୍ବାଇ: ଭୀର ସାବରକରଙ୍କୁ ଆକ୍ଷେପକୁ ନେଇ ରାହୁଲ ଗାନ୍ଧିଙ୍କୁ ଘେରିଲେ କଂଗ୍ରେସ ସହଯୋଗୀ ଦଳ । ରାହୁଲ ଗାନ୍ଧିଙ୍କୁ ଦୁଇ ପଦ ଶୁଣାଇଛନ୍ତି ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ବାରମ୍ବାର ସବରକରଙ୍କୁ ଅପମାନିତ କରିବା ବରଦାସ୍ତ କରାଯିବନାହିଁ । ଏହା ସହିତ ମହାବିକାଶ ଅଘାଡି ମେଣ୍ଟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଉଦ୍ଧବ ।

ଲଣ୍ଡନରେ ଭାରତର ଲୋକତନ୍ତ୍ରକୁ ନେଇ ଟିପ୍ପଣୀ ଦେବା ଘଟଣାରେ ବିଜେପି, ରାହୁଲ ଗାନ୍ଧିଙ୍କୁ କ୍ଷମା ମାଗିବାକୁ ଚାପ ପକାଉଥିଲା । ଏହାକୁ ନେଇ କଂଗ୍ରେସ ଯୁବରାଜ ବାରମ୍ବାର ଭୀର ସାବରକରଙ୍କୁ ଆକ୍ଷେପ କରି ଟିପ୍ପଣୀ ଦେଇଥିଲେ । ରାହୁଲ ଗାନ୍ଧି କହିଥିଲେ, ‘ମୁଁ ଗାନ୍ଧି, ମୁଁ ସବରକାର ନୁହେଁ, ମୁଁ କାହାକୁ ଡରିନାହିଁ । ତେଣୁ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ ‘। ଏହି ବୟାନ ପରେ ଚିହିଁକି ଉଠିଛନ୍ତି  କଂଗ୍ରେସ ସହଯୋଗୀ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ବିନାୟକଙ୍କ ସାବରକରଙ୍କୁ ବାରମ୍ବାର ଅପମାନିତ କରାଗଲେ ବରଦାସ୍ତ କରାଯିବନାହିଁ । ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ସହିତ ଗଠବନ୍ଧନ କରିଛି ଶିବସେନା । ଲୋକତନ୍ତ୍ରକୁ ସୁରକ୍ଷା ଦେବା ପାଇଁ ଏହି ମେଣ୍ଟ ହୋଇଛି । ରାହୁଲ ଗାନ୍ଧି ଜାଣିଶୁଣି ଲଗାତାର ଉସୁକାଇବାକୁ ଚେଷ୍ଟା କରୁଛନ୍ତି । ଏହାକୁ ନେଇ ବିପକ୍ଷ ଦଳ ବ୍ୟସ୍ତ ରହିଲେ ଲୋକତନ୍ତ୍ର କେମିତି ବଞ୍ଚିବ ବୋଲି ଉଦ୍ଧବ ଠାକରେ କହିଛନ୍ତି ।

ଭୀର ସାବରକର ନିଜ ଆଦର୍ଶକୁ ନେଇ ଗର୍ବିତ, ତାଙ୍କୁ ଏଭଳି ଅପମାନ କରିବା ଠିକ୍ ନୁହେଁ । ଦେଶ ପାଇଁ ଆଣ୍ଡାମାନର ସେଲୁଲାର ଜେଲରେ ୧୪ ବର୍ଷ ଜେଲ୍ ଦଣ୍ଡ ଭୋଗିଛନ୍ତି । ଆମେ କେବଳ ତାଙ୍କ ତାଙ୍କ ବଳିଦାନକୁ ବହିରେ ପଢୁଛେ । ଏଭଳି ତ୍ୟାଗକୁ ଅପମାନିତ କରାଗଲେ ବରଦାସ୍ତ କରାଯିବ ନାହିଁ ବୋଲି ଉଦ୍ଧବ କହିଛନ୍ତି ।

   Related Posts