ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ଉଦ୍ଧବ ଗୋଷ୍ଠୀଙ୍କୁ ‘ସୁପ୍ରିମ’ ଝଟକା; ତତ୍କାଳ ଶୁଣାଣିକୁ ନା କଲେ ଖଣ୍ଡପୀଠ, ଇସିଙ୍କ ନିଷ୍ପତ୍ତିକୁ କରିଥିଲେ ଚ୍ୟାଲେଞ୍ଜ

20/02/2023 at 12:58 PM

uddhav thackeray

ମୁମ୍ବାଇ: ଉଦ୍ଧବ ଗୋଷ୍ଠୀଙ୍କୁ ସୁପ୍ରିମକୋର୍ଟରୁ ପୁଣି ଝଟକା । ଶିବସେନା ନାଁ ଓ ଦଳୀୟ ଚିହ୍ନ ଚାଲିଯିବା ପରେ ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରସ୍ତ ହୋଇଥିଲେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ । ହେଲେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମାମଲାର ତୁରନ୍ତ ଶୁଣାଣି କରିବାକୁ ମନା କରିଛନ୍ତି । ଅନ୍ୟପଟେ ବିଧାନସଭାରେ ଥିବା ଶିବସେନା କାର୍ଯ୍ୟାଳୟ ମଧ୍ୟ ଉଦ୍ଧବଙ୍କ ହାତରୁ ଖସିଛି ।

ମହାରାଷ୍ଟ୍ରରେ ଶିବସେନାର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଛି । ଶିବସେନା ବିଭାଜିତ ହେବାର ଏକ ବର୍ଷ ପରେ ନିର୍ବାଚନ ଆୟୋଗ ସଂଖ୍ୟା ଗରିଷ୍ଠତା ହିସାବରେ ଏକନାଥ ଗୋଷ୍ଠୀଙ୍କୁ ଶିବସେନା ନାଁ ଓ ଦଳୀୟ ଚିହ୍ନ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି । ସେହିପରି ଉଦ୍ଧବଙ୍କ ଗୋଷ୍ଠୀଙ୍କୁ ବାଲାସାହେବଙ୍କ ଫଟୋ ଏବଂ ଜ୍ଜ୍ବଳନ୍ତା ମଶାଲକୁ ବ୍ୟବହାର କରିବାକୁ କହିଛନ୍ତି । ଏହାକୁ ନେଇ ଉଦ୍ଧବ ଠାକରେ, ନିର୍ବାଚନ କମିଶନଙ୍କ ଉପରେ ବର୍ଷିବା ସହିତ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି । ଶିବସେନା ନାଁ ଓ ଦଳୀୟ ଚିହ୍ନ ଧନୁତୀର ଚାଲିଯିବା ପରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ବିରୋଧ କରି ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଥିଲେ ଉଦ୍ଧବଙ୍କ ଗୋଷ୍ଠୀ । ହେଲେ ସୋମବାର ଏହାକୁ ନେଇ ତତ୍କାଳ ଶୁଣାଣି କରିବାକୁ ମନା କରିଛନ୍ତି ଖଣ୍ଡପୀଠ । ମଙ୍ଗଳବାର ମାମଲାର ତର୍ଜମା କରାଯିବା ପରେ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି ।

ଅନ୍ୟପଟେ ବିଧାନସଭାରେ ଶିବସେନା କାର୍ଯ୍ୟାଳୟକୁ ମଧ୍ୟ ଏକନାଥ ସିନ୍ଦେଙ୍କ ଗୋଷ୍ଠୀଙ୍କୁ ଦିଆଯାଇଛି । ଏକନାଥ ସିନ୍ଦେଙ୍କ ସମର୍ଥକ ବାଚସ୍ପତି ରାହୁଲ ନାର୍ବେକରଙ୍କୁ ସାକ୍ଷାତ କରିବାକ ସହିତ ଶିବସେନା କାର୍ଯ୍ୟାଳୟକୁ ବ୍ୟବହାର ପାଇଁ ଅନୁମତି ମାଗିଥିଲେ । ଏହାକୁ ତର୍ଜମା କରି ବାଚସ୍ପତି ନାର୍ବେକର ଏକନାଥ ଗୋଷ୍ଠୀଙ୍କୁ ଅଫିସକୁ ଦେଇଛନ୍ତି ।

   Related Posts