ନୂଆଦିଲ୍ଲୀ: ଜ୍ୟୋର୍ତି ମଠର ଶଙ୍କରାଚାର୍ଯ୍ୟ ସ୍ଵାମୀ ଅଭିମୁକ୍ତେଶ୍ଵରାନନ୍ଦ ସୋମବାର ଦେଶର ରାଜଧାନୀ ଦିଲ୍ଲୀରେ କେଦାରନାଥ ମନ୍ଦିରର ନିର୍ମାଣକୁ ବିରୋଧ କରିଛନ୍ତି। ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତା ଅମ୍ବାନୀ ଓ ରାଧିକାଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ପହଞ୍ଚିଥିବା ଅଭିମୁକ୍ତେଶ୍ଵରାନନ୍ଦ ସୋମବାର ଶିବସେନା(ୟୁବିଟି) ନେତା ଉଦ୍ଧବ ଠାକରେଙ୍କୁ ଭେଟିବାକୁ ମାତୋଶ୍ରୀ ପହଞ୍ଚିଛନ୍ତି। ସାକ୍ଷାତକାର ପରେ ଶଙ୍କରାଚାର୍ଯ୍ୟ କହିଛନ୍ତି ଉଦ୍ଧବଙ୍କ ସହିତ ବିଶ୍ଵାସଘାତ ହୋଇଛି। ଏହାକୁ ନେଇ ଉଦ୍ଧବ ମନରେ ପୀଡ଼ା ରହିଛି। ହିନ୍ଦୁ ଧର୍ମରେ ସବୁଠୁ ବଡ଼ ବିଶ୍ଵାସଘାତ ଆପଣଙ୍କ ସହ ହୋଇଛି।
ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ଵରାନନ୍ଦ କହିଛନ୍ତି, ଆମେ ନରେନ୍ଦ୍ର ମୋଦୀଙ୍କ ଶୁଭଚିନ୍ତକ। ସେ ଆମ ପାଖକୁ ଆସିଥିଲେ। ସେ ପ୍ରଣାମ କଲେ ଏବଂ ମୁଁ ତାଙ୍କୁ ଆଶୀର୍ବାଦ ଦେଲି। ଆମେ ତାଙ୍କ ଶତ୍ରୁ ନୁହେଁ। ଯେବେ ମୋଦୀଙ୍କ ଦ୍ଵାରା କୌଣସି ତ୍ରୁଟି ହୁଏ ତେବେ ବି ମୁଁ ମୁହଁ ଖୋଲିଥାଏ। କଣ ଉଦ୍ଧବ ବିଜେପିଙ୍କ ସହିତ ଯିବାକୁ ଚାହାନ୍ତି ? ଏହି ପ୍ରଶ୍ନର ଉତ୍ତରରେ ଶଙ୍କରାଚାର୍ଯ୍ୟ କହିଛନ୍ତି ଆମ ଜରିଆରେ ବିଜେପିକୁ କୌଣସି ବାର୍ତ୍ତା ଦେବାକୁ ଚାହୁଁନୁ।
ଶଙ୍କରାଚାର୍ଯ୍ୟ କହିଛନ୍ତି, ଉଦ୍ଧବ ଠାକରେ ଯେ ପର୍ଯ୍ୟନ୍ତ ପୁନର୍ବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ତାଙ୍କ ମନରେ ପୀଡ଼ା ରହିବ। ଯିଏ ବିଶ୍ଵାସଘାତ ସହିନିଏ ସେ ହିନ୍ଦୁ ହୋଇପାରେ। ଉଦ୍ଧବ କହିଛନ୍ତି, ଶଙ୍କରାଚାର୍ଯ୍ୟଙ୍କ ଯେମିତି ଆଶୀର୍ବାଦ ରହିବ ତାହା ମୁଁ କରିବି।
ଶଙ୍କରାଚାର୍ଯ୍ୟ କହିଛନ୍ତି, ଆମର ଏଠାରେ ୧୨ ଜ୍ୟୋର୍ତିଲିଙ୍ଗ ରହିଛି। କେଦାରନାଥ ହିମାଳୟରେ ଅବସ୍ଥିତ। ଏହାକୁ ଦିଲ୍ଲୀ ଆଣିବାର କଣ ଆବଶ୍ୟକତା ରହିଛି। ଲୋକଙ୍କୁ ଭ୍ରମିତ କାହିଁକି କରାଯାଉଛି। କେଦାରନାଥରୁ ୨୨୮ କିଲୋ ସେନା ଗାଏବ ହୋଇ ଯାଇଛି। ଏହାର ଯାଞ୍ଚ କରାଯାଉନି। ଏବେ ଦିଲ୍ଲୀରେ କେଦାରନାଥ ମନ୍ଦିର ନିର୍ମାଣ କରାଯାଇ ଦୁର୍ନୀତି କରାଯାଉଛି।