ନିର୍ବାଚନ ଚିହ୍ନକୁ ନେଇ କନ୍ଦଳ ଭିତରେ ଉଦ୍ଧବଙ୍କୁ ମିଳିଲା ମଶାଲ ଚିହ୍ନ

Published By : Prameya-News7 Bureau | October 10, 2022 IST

ମୁମ୍ବାଇ: ମହାରାଷ୍ଟ୍ରରେ ନିର୍ବାଚନୀ ଚିହ୍ନକୁ ନେଇ କନ୍ଦଳ ହେଉଥିବା ବେଳେ ଉଦ୍ଧବ ଠାକରେଙ୍କୁ ମଶାଲ ଚିହ୍ନ ମିଳିଯାଇଛି। ସେହିପରି ତାଙ୍କ ଦଳର ନାଁରେ ଶିବସେନା ଉଦ୍ଧବ ବାଲାସାହେବ ଠାକରେ କରାଯାଇଛି। ଅନ୍ୟପଟେ ଏକନାଥ ସିନ୍ଦେଙ୍କୁ ନିର୍ବାଚନ ଆୟୋଗ ୩ଟି ବିକଳ୍ପ ମାଗିଛନ୍ତି। ସେହି ଆଧାରରେ ତାଙ୍କୁ ମଧ୍ୟ କୌଣସି ଏକ ଚିହ୍ନ ଦିଆଯିବ।

ଶୁଣିବାକୁ ମିଳିଛି ଯେ ଏକନାଥ ସିନ୍ଦେଙ୍କୁ ବାଲାସାହେବଚି ଶିବସେନ(Balasahebchi Shiv Sena) ନାଁ ଦିଆଯାଇଛି। ଯାହାର ଅର୍ଥ ହେଲା ବାଲାସାହେବଙ୍କର ଶିବସେନା। ତେବେ ଏକନାଥଙ୍କୁ ଏପର୍ଯ୍ୟନ୍ତ ନିର୍ବାଚନୀ ଚିହ୍ନ ଦିଆଯାଇ ନଥିବା କୁହାଯାଉଛି। ନିର୍ବାଚନ ଚିହ୍ନକୁ ନେଇ ମାମଲା ହାଇକୋର୍ଟରେ ପହଞ୍ଚିଥିବା ବେଳେ ନିର୍ବାଚନ ଆୟୋଗ ଦଳର ନାଁ ଓ ଚିହ୍ନର ଭାଗ କରିଛନ୍ତି।

ଶନିବାର ନିର୍ବାଚନ ଆୟୋଗ ଶିବସେନାର ନିର୍ବାଚନ ଚିହ୍ନ ଧନୁ ତୀରକୁ ଫ୍ରିଜ୍ କରିଦେବା ପରେ ଉଦ୍ଧବଙ୍କ ପକ୍ଷରୁ ଆଜି ହାଇକୋର୍ଟରେ ଆବେଦନ କରାଯାଇଥିଲା। ଏହାପରେ ଆଜି କମିଶନ ଉଦ୍ଧବଙ୍କୁ ମଶାଲ ଚିହ୍ନ ଦେଇଛନ୍ତି। ଅନ୍ୟପଟେ ଏକନାଥଙ୍କ ପକ୍ଷରୁ ଦିଆଯାଇଥିବା ୩ଟି ଚିହ୍ନ ମଧ୍ୟରୁ କମିଶନ ଦୁଇଟି ରେଜେକ୍ଟ କରି ଦେଇଥିବା ବେଳେ ଗୋଟିଏ ଚିହ୍ନ ଡିଏମ୍‌କେ ଚିହ୍ନ ସହିତ ମେଳ ଖାଉଛି। ତେଣୁ ଏକନାଥଙ୍କୁ ଚିହ୍ନର ୩ଟି ବିକଳ୍ପ ମାଗିଛନ୍ତି କମିସନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.