ରାହୁଲଙ୍କୁ ଭାରି ପଡ଼ିଲା ସାବରକରଙ୍କ ଉପରେ ବିବାଦୀୟ ଟିପ୍ପଣୀ, କଂଗ୍ରେସ ଡାକିଥିବା ବୈଠକରେ ସାମିଲ ହେବାକୁ ମନା କଲା ଉଦ୍ଧବଙ୍କ ଶିବସେନା

Published By : Prameya-News7 Bureau | March 27, 2023 IST

ମୁମ୍ୱାଇ: ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ଲଗାତାର ବିବାଦୀୟ ବାୟନ କଂଗ୍ରେସ ଏବଂ ଶିବସେନା (ଉଦ୍ଧାର ଠାକରେ ଗୋଷ୍ଠୀ) ମଧ୍ୟରେ ମତଭେଦକୁ ବଢାଇଛି । ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହେବା ପରେ ସୋମବାର ବିରୋଧୀ ଦଳ ନେତାଙ୍କୁ ନେଇ କଂଗ୍ରେସ ଏକ ବୈଠକ ଡାକିଥିଲା । ତେବେ ଏଥିରେ ଯୋଗ ଦେବାକୁ ଉଦ୍ଧବଙ୍କ ନେତୃତ୍ୱାଧୀନ ଶିବସେନା ମନା କରିଦେଇଛି ।

ସଞ୍ଜୟ ରାଉତ କହିଛନ୍ତି, 'ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ହେବାକୁ ଥିବା ବୈଠକରେ ଆମେ ଯୋଗ ଦେବୁ ନାହିଁ । କାରଣ ରାହୁଲ ଗାନ୍ଧୀ କହିଛନ୍ତି ମୁଁ ସାବରକର ନୁହେଁ, ମୁଁ ଗାନ୍ଧୀ' । ଏହା ପୂର୍ବରୁ ସାବରକରଙ୍କ ଉପରେ ଲଗାତାର ଟିପ୍ପଣୀ କରୁଥିବା ରାହୁଲ ଗାନ୍ଧୀଙ୍କୁ ସତର୍କ କରାଇଥିଲେ ଉଦ୍ଧର ଠାକରେ । ସେ କହିଥିଲେ ଯେ ଆମେ ହିନ୍ଦୁତ୍ୱ ବିଚାରଧାରା ବୀର ସାବରକରଙ୍କ ଅପମାନ ଗ୍ରହଣ କରିବୁ ନାହିଁ । ଏବେ ତାଙ୍କ ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ ସେ ରାହୁଲ ଗାନ୍ଧୀଙ୍କୁ ଭେଟି ଏହା ଉପରେ ଆଲୋଚନା କରିବେ ।

ସାଂସଦ ସଞ୍ଜୟ ରାଉତ ସୋମବାର କହିଛନ୍ତି ଯେ ସେ ରାହୁଲ ଗାନ୍ଧୀଙ୍କୁ ଭେଟିବେ ଏବଂ ତାଙ୍କ ଭାଷଣରେ ବୀର ସାବରକରଙ୍କୁ ନେଇ ଟିପ୍ପଣୀ ଏବଂ ଅପମାନ ନକରିବା ପାଇଁ କହିବେ । ରାଉତ କହିଛନ୍ତି ଯେ ବୀର ସାବରକର ଆମ ପାଇଁ ଆସ୍ଥାର ବିଷୟର ଅଟେ ଏବଂ ତାଙ୍କ ଅପମାନ ଆମେ ସ୍ୱୀକାର କରିବୁ ନାହିଁ ।

ଏହା ପୂର୍ବରୁ ରବିବାର ଉଦ୍ଧର ଠାକରେ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଏପରି ବୟାନବାଜି ନକରିବା ପାଇଁ ଚେତାବନୀ ଦେଇଥିଲେ । ମହାରାଷ୍ଟ୍ରର ମୁସଲିମ ବହୁଳ ଅଞ୍ଚଳ ମାଲେଗାଓଁରେ ଏକ ଜନସଭାକୁ ସମ୍ୱୋଧିତ କରି ସେ କହିଥିଲେ ଯେ ଯଦିଓ ଆମ ଦଳ କଂଗ୍ରେସ ସହ ମେଣ୍ଟରେ ରହିଛି, କିନ୍ତୁ ସ୍ୱାଧୀନତା ସଂଗ୍ରାମୀଙ୍କ ବିରୋଧରେ କୌଣସି ଟିପ୍ପଣୀକୁ ଗ୍ରହଣ କରିବୁ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.