AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ: ମୋଦୀଙ୍କୁ ଫୋନ୍ କଲେ ଉଦ୍ଧବ, କହିଲେ- ଆପଣ ହସ୍ତକ୍ଷେପ କରନ୍ତୁ

29/04/2020 at 9:00 PM

ମୁମ୍ଵାଇ ୨୯।୦୪: ମହାରାଷ୍ଟ୍ରରେ କରୋନା ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପଦ ଦୋହଲିବାରେ ଲାଗିଛି। ମହାରାଷ୍ଟ୍ର କ୍ୟାବିନେଟ୍‌ ଦୁଇ ଥର ଉଦ୍ଧବ ଠାକରେଙ୍କୁ ବିଧାନ ପରିଷଦ ପାଇଁ ନାମାଙ୍କନ କରିବାକୁ ପ୍ରସ୍ତାବ ପଠାଇଛନ୍ତି ମାତ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଏମିତି ସ୍ଥିତିରେ ମୁଖ୍ୟମନ୍ତ୍ରୀ ତଥା ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କରି ମହାରାଷ୍ଟ୍ରର ରାଜନୈତିକ ସଙ୍କଟରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ପ୍ରଧାମନ୍ତ୍ରୀ ମୋଦୀ ଶୀଘ୍ର ଏହି ମାମଲାର ସମାଧାନ କରିବାକୁ ଆଶ୍ଵାସନା ମଧ୍ୟ ଦେଇଛନ୍ତି।

ସୂତ୍ର ଅନୁଯାୟୀ ବୁଧବାର ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀଙ୍କୁ ଫୋନ କରି ମହାରାଷ୍ଟ୍ରର ରାଜନୈତିକ ସଙ୍କଟ  ବିଷୟରେ ଅବଗତ କରାଇ ଏଥିରେ ହସ୍ତକ୍ଷେପ  କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ କରୋନା ସଙ୍କଟ ଚରମରେ ରହିଛି। ଏହା ମଧ୍ୟରେ ରାଜ୍ୟରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି। ମହାରାଷ୍ଟ୍ର ପରି ବଡ ରାଜ୍ୟରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବା ଠିକ୍ ନୁହେଁ। ଏଥିରେ ଜନତାଙ୍କୁ ଭୁଲ ସନ୍ଦେଶ ଯିବ। ଠାକରେ ପିଏମ ମୋଦୀଙ୍କୁ ଏହା ଉପରେ ହସ୍ତକ୍ଷେପ କରିବାକୁ କହିଛନ୍ତି। ଏହା ଶୁଣିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଶୀଘ୍ର ମାମଲାର ସମାଧାନ କରାଯିବ ବୋଲି ଉଦ୍ଧବଙ୍କୁ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଉଦ୍ଧବ ଠାକରେ ମେ ୨୮  ପୂର୍ବରୁ ସମ୍ବିଧାନ ଅନୁସାରେ କୌଣସି ଗୃହର ସଦସ୍ୟ ହେବା ଜରୁରୀ ସେ ବିଧାନସଭା ହେଉ କି ବିଧାନ ପରିଷଦ ହେଉ।

ରାଜ୍ୟପାଳଙ୍କ ଉପରେ ସଭିଙ୍କ ନଜର

ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ଏବେ ସଭିଙ୍କ ନଜର ରାଜ୍ୟପାଳ ଭଗତ ସିଂହ କୋସିୟାରୀଙ୍କ ଉପରେ ରହିଛି। ଉଦ୍ଧବ କ୍ୟାବିନେଟ୍‌ର ସଦସ୍ୟ କହିଛନ୍ତି କୋଶୟାରୀ ଆମ କଥା ଶୁଣିଲେ ମାତ୍ର ତାଙ୍କ ଆଭିମୁଖ୍ୟ ଠିକ୍ ଲାଗୁନଥିଲା। ସେଥିପାଇଁ ଜଣା ନାହିଁ ଆମର ଆବେଦନ ସ୍ଵୀକାର କରିବେ କି ନାହିଁ। ଠାକରେଙ୍କ ନାମାଙ୍କନ ଉପରେ ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ସରକାର ବିଧାନ ପରିଷଦ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ସହ ଯୋଗାଯୋଗ କରିବାକୁ ବିଚାର ଚଳାଇଛନ୍ତି।

   Related Posts