କୋଟାକ ମହିନ୍ଦ୍ରା ବ୍ୟାଙ୍କର ସିଇଓ ପଦରୁ ଇସ୍ତଫା ଦେଲେ ଉଦୟ କୋଟାକ, ଏମିତି ଥିଲା ତାଙ୍କ ସଫଳ ବ୍ୟବସାୟିକ ଯାତ୍ରା

Published By : Prameya-News7 Bureau | September 02, 2023 IST

ନୂଆଦିଲ୍ଲୀ: କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ମୁଖ୍ୟ ନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ଉଦୟ କୋଟାକ। ତାଙ୍କ ସ୍ଥାନରେ ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିବା ଦୀପକ ଗୁପ୍ତା ମୁଖ୍ୟ ନିର୍ବାହୀ ଅଧିକାରୀ ଦାୟିତ୍ୱ ମଧ୍ୟ ସମ୍ଭାଳିବେ। ସେ ଡିସେମ୍ବର ୩୧ ପର୍ଯ୍ୟନ୍ତ ମୁଖ୍ୟ ନିର୍ବାହୀ ଅଧିକାରୀର ଦାୟିତ୍ୱ ସମ୍ଭାଳିବେ। ଏନେଇ ଉଦୟ କୋଟାକ୍ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

ଉଦୟ କୋଟାକ ଦୀର୍ଘ ବର୍ଷ ଧରି ଘରୋଇ କ୍ଷେତ୍ର କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ନେତୃତ୍ୱ ନେଉଥିଲେ। ତେବେ ତାଙ୍କର ଇସ୍ତଫା ସମ୍ପର୍କରେ ବ୍ୟାଙ୍କ ଆଜି ଷ୍ଟକ୍ ମାର୍କେଟକୁ ସୂଚନା ଦେଇଛି। ସେପ୍ଟେମ୍ବର ୨ ତାରିଖରୁ କୋଟାକଙ୍କ ଇସ୍ତଫା କାର୍ଯ୍ୟକାରୀ ହେବ ବୋଲି ବ୍ୟାଙ୍କ କହିଛି। ତେବେ ବର୍ତ୍ତମାନ ବ୍ୟାଙ୍କର ସଦସ୍ୟ ଓ ଆର୍‌ବିଆଇ ଏହି ନିଷ୍ପତ୍ତିକୁ ଅନୁମତି ଦେବାର ବାକି ରହିଛି।  

ଉଦୟ କୋଟାକ୍ ଦୀର୍ଘ ସମୟ ଧରି ଇସ୍ତଫା ଦେବାକୁ ପ୍ରସ୍ତୁତି ଜାରି ରଖିଥିଲେ। ଶନିବାର ସୋସିଆଲ ମିଡିଆରେ ତାଙ୍କ ଇସ୍ତଫା ସମ୍ପର୍କରେ ପୋଷ୍ଟ କରି ଉଦୟ କହିଛନ୍ତି ଯେ ସେ ଉତ୍ତରାଧିକାରୀ ଯୋଜନା କରି ଇସ୍ତଫା ଦେଇଛନ୍ତି। ସେ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟାଙ୍କର ଅଣକାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ ଜାରି ରଖିବେ। ସେ ସମୟ ପୂର୍ବରୁ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଓ ଏବଂ ମୁଖ୍ୟ ନିର୍ବାହୀ ଅଧିକାରୀ ଭାବରେ ତାଙ୍କର କାର୍ଯ୍ୟକାଳ ୩୧ ଡିସେମ୍ବର ୨୦୨୩ ରେ ଶେଷ ହୋଇଥାନ୍ତା।

ଇସ୍ଥପା ସମ୍ପର୍କରେ କୋଟାକ ଏକ୍ସରେ ପୋଷ୍ଟ କରି କହିଛନ୍ତି “କୋଟାକ୍ ମହିନ୍ଦ୍ରା ବ୍ୟାଙ୍କରେ ଉତ୍ତରାଧିକାରୀ ମୋ ମନରେ ସବୁବେଳ ରହିଥିଲା ବର୍ଷ ଶେଷ ସୁଦ୍ଧା ଅଧ୍ୟକ୍ଷ, ମୁଁ ଏବଂ ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେବା ଆବଶ୍ୟକ ଥିଲା। ମୁଁ ଚାହୁଁଛି ଯେ ଆମ ତିନିଜଣ ପଦରୁ ହଟିବା ପରେ ନୂଆ ଲୋକଙ୍କୁ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟା ସରଳ ହେବା ଉଚିତ୍। ଏହାକୁ ଦୃଷ୍ଟିରେ ରଖି ମୁଁ ଏହି ପ୍ରକ୍ରିୟା ଆରମ୍ଭ କରିଛି ଏବଂ ସ୍ୱେଚ୍ଛାକୃତ ଭାବରେ ମୁଖ୍ୟ ନିର୍ବାହୀ ଅଧିକାରୀ ପଦରୁ ଇସ୍ତଫା ଦେଇଛି।”

ପଢ଼ନ୍ତୁ-ସେପ୍ଟେମ୍ବରର ଆର୍ଥିକ କ୍ଷେତ୍ରରେ ହେବ ୫ ବଡ଼ ପରିବର୍ତ୍ତନ, ଆକାଉଣ୍ଟ ଉପରେ ପଡ଼ିବ କି’ ପ୍ରଭାବ ?

ଉଦୟ କୋଟାକ୍ ଆରମ୍ଭରୁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ନେତୃତ୍ୱ ନେଇଛନ୍ତି। ୧୯୮୫ ମସିହାରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ଆରମ୍ଭ ଏକ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ଭାବରେ ହୋଇଥିଲା। ସେତେବେଳେ କମ୍ପାନୀର ନାଁ ଥିଲା କୋଟାକ କ୍ୟାପିଟାଲ୍‌ ମ୍ୟାନେଜ୍‌ମେଣ୍ଟ ଫାଇନାନ୍ସ ଲିମିଟେଡ୍‌। ଏହା ପରେ ୨୦୦୩ ରେ ଏହା ଏକ ବ୍ୟବସାୟିକ ବ୍ୟାଙ୍କ ପରିଣତ ହେଲା। ଉଦୟ କୋଟାକ୍ ୧୯୮୫ ରୁ ବ୍ୟାଙ୍କର ନେତୃତ୍ୱ ନେଉଛନ୍ତି। ୧ ଅଗଷ୍ଟ ୨୦୦୨ ମସିହାରୁ ଉଦୟ କମ୍ପାନୀ ମୁଖ୍ୟ ନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ।

ଉଦୟଙ୍କ ନେତୃତ୍ୱରେ କୋଟାକ ମହିନ୍ଦ୍ରା ଆଜି ଆର୍ଥିକ କ୍ଷେତ୍ରରେ ବିଭିନ୍ନ ବିଭାଗ ଯଥା- ଷ୍ଟକ୍ ବ୍ରୋକିଂ, ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ୍, କାର୍ ଫାଇନାନ୍ସ, ଲାଇଫ୍ ଇନ୍ସୁରାନ୍ସ ଓ ଓ ମ୍ୟୁଚୁଆଲ ଫଣ୍ଡ୍ସରେ ବ୍ୟବସାୟ ବିସ୍ତାର କରିଛି। ଉଦୟ କୋଟାକଙ୍କ ପୁଅ ଜୟ କୋଟାକ ୨୦୧୭ରୁ ବ୍ୟାଙ୍କରେ କାର୍ଯ୍ୟରତ ଅଛନ୍ତି। ସେ ହାବାର୍ଡ ବିଜ୍‌ନେସ୍‌ ସ୍କୁଲ୍ ଗ୍ରାଜୁଏଟ୍‌। ୧୯୮୬ରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ଆନନ୍ଦ ମହିନ୍ଦ୍ରା ଓ ତାଙ୍କ ବାପା ହରିଷ ମହିନ୍ଦ୍ରା କୋଟାକ ବ୍ୟାଙ୍କରେ ୧ ଲକ୍ଷ ଟଙ୍କା ନିବେଶ କରିଥିଲା। ଆଜି ବି ବ୍ୟାଙ୍କରେ ଏହାର ଅଂଶଧନ ରହିଛି।

 

ଉଦୟ କୋଟାକଙ୍କ ମୋଟ ସମ୍ପତ୍ତି

ଉଦୟ କୋଟାକ୍‌ଙ୍କୁ କେବଳ ଭାରତରେ ନୁହେଁ, ବିଶ୍ୱର ସଫଳ ବ୍ୟାଙ୍କରମାନଙ୍କ ମଧ୍ୟରେ ଗଣାଯାଏ। ବିଶ୍ୱର ଶୀର୍ଷ ଧନୀମାନଙ୍କ ତାଲିକାରେ ମଧ୍ୟ ଉଦୟ କୋଟାକଙ୍କର ନାଁ ରହିଛି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଉଦୟ କୋଟାକଙ୍କ ବର୍ତ୍ତମାନର ସମ୍ପତ୍ତି ମୂଲ୍ୟ ପ୍ରାୟ ୧୩.୪ ବିଲିୟନ ଡଲାର। ଇକ୍ୱିଟି ସେୟାର ପୁଞ୍ଜି ଦୃଷ୍ଟିରୁ ଉଦୟ କୋଟାକଙ୍କର କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ପ୍ରାୟ ୨୬ ପ୍ରତିଶତ ଅଂଶଧନ ରହିଛି।

ଏମିତି ହୋଇଥିଲା କୋଟାକ ମହିନ୍ଦ୍ରା ବ୍ୟାଙ୍କର ଆରମ୍ଭ

କୋଟାକ ମହିନ୍ଦ୍ରା ବ୍ୟାଙ୍କରୁ ଇସ୍ତଫା ଦେବା ପରେ ବ୍ୟାଙ୍କର ସ୍ଥାପନା ବେଳେ ସ୍ମୃତି ମନ୍ଥନ କରିଛନ୍ତି ଉଦୟ। ସେ କହିଛନ୍ତି ମୁଁ ଜେପି ମୋର୍ଗାନ୍ ଏବଂ ଗୋଲ୍ଡମ୍ୟାନ୍ ସ୍ୟାକ୍ସଙ୍କ ଭଳି କମ୍ପାନୀକୁ ଦେଖୁଥିଲି  କେମିତି ସେମାନେ ଆର୍ଥିକ ଦୁନିଆରେ ପ୍ରାଧାନ୍ୟ ବିସ୍ତାର କରୁଥିଲେ ତାହା ଦେଖୁଥିଲି। ମୁଁ ମଧ୍ୟ ଭାରତରେ ଠିକ୍ ସେହିପରି ଏକ ଅନୁଷ୍ଠାନ ଗଢ଼ିବାର ସ୍ୱପ୍ନ ଦେଖୁଥିଲି। ସ୍ୱପ୍ନକୁ ପୂରଣ କରିବା ପାଇଁ, ମୁଁ ୩୮ ବର୍ଷ ପୂର୍ବେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଆରମ୍ଭ କରିଥିଲି। ୩୦୦ ବର୍ଗଫୁଟ ଅଫିସରେ ମାତ୍ର ୩ କର୍ମଚାରୀଙ୍କ ସହିତ ଆମେ ବ୍ୟାଙ୍କ ଆରମ୍ଭ କରିଥିଲୁ ବୋଲି ବୋଲି ଉଦୟ କୋଟାକ କହିଛନ୍ତି।  

ପଢ଼ନ୍ତୁ-OCCRP  ରିପୋର୍ଟ ପରେ ଆଦାନୀଙ୍କ ନେଟ୍‌ୱର୍ଥରେ ପୁଣି ହ୍ରାସ, ହଟିଲେ ଧନିକଙ୍କ ଟପ୍-୨୦ ଲିଷ୍ଟରୁ

୩୮ ବର୍ଷ ତଳେ ଆରମ୍ଭ ହୋଇଥିବା ବ୍ୟାଙ୍କର ସମ୍ପତ୍ତି ଆଜି କେତେ ?

ବର୍ତ୍ତମାନ ସମୟରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଭାରତର ଅନ୍ୟତମ ପ୍ରମୁଖ ବ୍ୟାଙ୍କ ହୋଇପାରିଛି। ଏହି ବ୍ୟାଙ୍କ ବର୍ତ୍ତମାନ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଯୋଗାଇଛି। ଉଦୟ କୋଟା ପ୍ରାୟ ୪ ଦଶନ୍ଧିର ଧରି ବ୍ୟାଙ୍କର ବିକାଶ ଦିଗରେ କାର୍ଯ୍ୟ କରିଛନ୍ତି। ୧୯୮୫ ରେ ବ୍ୟାଙ୍କରେ ୧୦,୦୦୦ ଟଙ୍କା ବିନିଯୋଗ ବ୍ୟାଙ୍କ ଆରମ୍ଭ କରିଥିଲେ। ଫୋର୍ବ୍ସ ପତ୍ରିକାର ରିପୋର୍ଟ ଅନୁସାରେ, ୨୦୨୩ ସେପ୍ଟେମ୍ବର ୨ ତାରିଖ ସୁଦ୍ଧା ଉଦୟ କୋଟାଙ୍କର ମୋଟ ସମ୍ପତ୍ତି ୧,୧୦,୦୨୦ କୋଟି ଟଙ୍କା।

ଉଦୟ କୋଟାଙ୍କ ବ୍ୟକ୍ତିଗତ ସୂଚନା

୬୪ ବର୍ଷୀୟ ଉଦୟ କୋଟାକ ଗୁଜରାଟ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ପଲ୍ଲବୀ କୋଟାକଙ୍କୁ ବିବାହ କରିଛନ୍ତି। ଦମ୍ପତିଙ୍କର ଦୁଇଟି ସନ୍ତାନ ଅଛନ୍ତି। ପରିବାର ବର୍ତ୍ତମାନ ମୁମ୍ବାଇରେ ରହୁଛନ୍ତି। ଉଦୟ ବାଣିଜ୍ୟରେ ସ୍ନାତକୋତ୍ତର ଡିଗ୍ରୀ ଏବଂ ମୁମ୍ବାଇର ଜାମନାଲାଲ ବଜାଜ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜରୁ ଏମଏମଏସ ଡିଗ୍ରୀ ହାସଲ କରିଛନ୍ତି। ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ କ୍ଷେତ୍ରରେ ତାଙ୍କର ୩୫ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି।  

ବ୍ୟବସାୟ ବ୍ୟତୀତ ଉଦୟ କୋଟାକଙ୍କର କ୍ରିକେଟ୍ ପ୍ରତି ରୁଚି ରହିଛି। ଏହାକୁ ସେ ଅନେକ ଥର ପ୍ରକାଶ ମଧ୍ୟ କରିଛନ୍ତି। ଯଦି ସେ ଜଣେ ବ୍ୟବସାୟୀ ହୋଇ ନଥାନ୍ତେ, ତେବେ ଜଣେ କ୍ରିକେଟର ହୋଇଥାନ୍ତେ। ପିଲାବେଳେ ସେ ସୀତାର ଏବଂ କ୍ରିକେଟ୍ ଖେଳୁଥିଲେ। ସେ ଜଣେ ବହୁତ ଭଲ ଗଣିତଜ୍ଞ। ସେ ଅନେକ ପ୍ରମୁଖ ସଂସ୍ଥାର ନେତୃତ୍ୱ ନେଉଛନ୍ତି। ବର୍ତ୍ତମାନ ଇଣ୍ଡୋ-ୟୁକେ ଆର୍ଥିକ ଭାଗିଦାରୀ (IUKFP)ର ସହ-ଚେୟାରମ୍ୟାନ୍ ଅଟନ୍ତି।

ପଢ଼ନ୍ତୁ-ଅଗଷ୍ଟରେ ୧୧ ପ୍ରତିଶତ ବଢ଼ିଲା GST ସଂଗ୍ରହ, ରାଜସ୍ୱ ସଚିବଙ୍କ ସୂଚନା

ସେ ମେ ୨୦୨୧ ପର୍ଯ୍ୟନ୍ତ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (CII)ର ସଭାପତି ଥିଲେ। ଅକ୍ଟୋବର ୨୦୧୮ ରୁ ଏପ୍ରିଲ୍ ୨୦୨୨ ପର୍ଯ୍ୟନ୍ତ, କୋଟାକ୍ NBFC କୁ ଏକ ବଡ଼ ସଙ୍କଟରୁ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ଗଠିତ ଏକ ସ୍ୱତନ୍ତ୍ର ଆଇଏଲ୍ ଏବଂ ଏଫଏସ୍ ବୋର୍ଡର ଅଣ-କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.