ଗଡିଆରେ ବୁଡି ଶିଶୁ କନ୍ୟା ମୃତ, ଖେଳୁ ଖେଳୁ ଖସିଗଲା ଗୋଡ

Published By : Prameya-News7 Bureau | January 17, 2023 IST

ଉଦଳା ୧୭/୦୧: ଘର ବାଡ଼ିରେ ଥିବା ଗଡିଆରେ ବୁଡି ଦେଢ଼ ବର୍ଷ ଶିଶୁକନ୍ୟାର ମୃତ୍ୟୁ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଗେଣ୍ଡାଗଡିଆ କଲୋନୀସାହି ଗ୍ରାମରେ ।

ଗ୍ରାମର ବଳ ଦେହୁରୀ ଏବଂ ତାଙ୍କ ସ୍ତ୍ରୀ ଘର କାମରେ ବ୍ୟସ୍ତ ଥିବା ବେଳେ ଦେଢ଼ ବର୍ଷର ଶିଶୁକନ୍ୟା ବର୍ଷା ଦେହୁରୀ ଘର ବାଡ଼ିରେ ଖେଳୁଥିଲା । ଖେଳୁ ଖେଳୁ ଶିଶୁ କନ୍ୟା ଗଡିଆରେ ପଡି ଯାଇଥିଲା ।

ପରିବାର ଲୋକେ ଝିଅକୁ ଖୋଜାଖୋଜି କରିବା ପରେ ଝିଅ ଗଡିଆରେ ବୁଡି ଯାଇଥିବା ଦେଖିପାରି ତାକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କପ୍ତିପଦା ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.