Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସୁଛି ଆଉ ଏକ ପଶ୍ଚିମା ଝଡ଼, ୩୧ ଯାଏଁ ବର୍ଷିବ
  • ||

ବେଆଇନ ଭାବେ ନଦୀ ପଠାରୁ ଉଠୁଛି ବାଲି, ଟ୍ରାକ୍ଟରକୁ ଗ୍ରାମବାସୀଙ୍କ ଅଟକ

11/02/2023 at 2:46 PM

ଉଦଳା ୧୧।୦୨ : ବେଆଇନ ଭାବେ ନଦୀ ପଠାରୁ ଉଠୁଛି ବାଲି । ସ୍ପଷ୍ଟ ଦିବାଲୋକରେ ଟ୍ରକ ଟ୍ରକ୍ ବାଲି ଚୋରାରେ ଉଠାଇ ଚାଲାଣ କରାଯାଉଛି । ଏନେଇ ମୟୂରଭଞ୍ଜ ଉପଜିଲ୍ଲାପାଳ ଏବଂ ତହସିଲଦାରଙ୍କୁ ଲିଖିତ ଭାବେ ଅବଗତ କରିବା ପରେ ବି ପଦକ୍ଷେପ ନନେବାରୁ ଆଜି ତାତିଛନ୍ତି ସ୍ଥାନୀୟ ଲୋକ ।

ବେଆଇନ ବାଲି ଉଠାଣ କରି ନେଉଥିବା ବାଲି ଟ୍ରାକ୍ଟରକୁ ଗ୍ରାମବାସୀ ଅଟକ ରଖିଛନ୍ତି । ଉଦଳା ତହସିଲ୍ ଅଧୀନ ଜାଲଦା ଘାଟରୁ ବେଆଇନ ବାଲି ଉଠାଣ ଚାଲିଥିବା ବେଳେ ଆଜି ଗ୍ରାମବାସୀମାନେ ବେଆଇନ ବାଲି ବୋଝେଇ ୫ ଟ୍ରାକ୍ଟର ଅଟକ ରଖିଛନ୍ତି । ଲିଜ୍ ନ ଥାଇ ବେଆଇନ ବାଲି ଉଠାଣ ଚାଲିଛି । ଦିନ ତମାମ ଶହ ଶହ ଗାଡି ଗାଁ ରାସ୍ତାରେ ଯିବା ଫଳରେ ରାସ୍ତା ଖରାପ ହେଉଛି, ନଦୀ କୂଳ ଖାଇବାରେ ଲାଗିଛି ।  ଅନେକ ସମୟରେ ବାଲି ମାଫିଆ ମଧ୍ୟ ଗ୍ରାମବାସୀଙ୍କୁ ନାନା ପ୍ରକାର ଧମକ ମଧ୍ୟ ଦେଉଥିବା ଅଭିଯୋଗ ହୋଇଛି । ଏହି ବେଆଇନ ବାଲି ଉଠାଣକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀ ସେଠାରେ ପହଞ୍ଚି ନାହାନ୍ତି । ତେବେ ବେଆଇନ ବାଲି ଉଠାଣ ହେଉଥିଲେ ସୁଦ୍ଧା ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି ।

   Related Posts