ବାଇକ୍ ଧକ୍କାରେ ଯୁବତୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ଦୁର୍ଘଟଣା ଘଟାଇଥିବା ଯୁବକଙ୍କ ଆମ୍ବୁଲାନ୍ସକୁ ୪ ଘଣ୍ଟା ଅଟକାଇଲେ ଉତ୍ତ୍ୟକ୍ତ ଲୋକ

Published By : Prameya-News7 Bureau | March 09, 2020 IST

ଉଦଳା ୦୯।୦୩:  ଦୁର୍ଘଟଣାରେ ଯୁବତୀ ମୃତ । ଯୁବତୀଙ୍କୁ ଧକ୍କା ଦେଇଥିବା ଦୁଇ ବାଇକ ଆରୋହୀ ଗୁରୁତର । ସେମାନଙ୍କୁ ବାରିପଦା ସ୍ଥାନାନ୍ତର କରୁଥିବା ବେଳେ ମୃତକଙ୍କ ଗାଁ ଲୋକେ ୪ ଘଣ୍ଟା ଧରି ଆମ୍ବୁଲାନ୍ସକୁ ଅଟକାଇ ରଖିଥିଲେ ।

{"id":235237,"sizeSlug":"large"}

ମୟୂରଭଞ୍ଜା ଜିଲ୍ଲା ଉଦଳା ନାଗପାଳ ଗାଁର ଶୁଭଦର୍ଶିନୀ ପୁହାଣ ରବିବାର ସନ୍ଧ୍ୟାରେ ସାଇକେଲରେ ଯାଉଥିବା ବେଳେ ଉଦଳା-ବାରିପଦା ରାସ୍ତାର ମଧୁପୁର ଛକରେ ସାମ୍ନାରୁ ଏକ ବାଇକ୍ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଶୁଭଦର୍ଶିନୀଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ବାଇକରେ ଥିବା ଦୁଇ ଯୁବକଙ୍କ ଅବସ୍ଥା ଗୁରୁତର ହୋଇଛନ୍ତି । ସେମାନେ ହେଲେ ମେଣ୍ଢାଖାଇ ଗାଁର ସାଗର ମିରିଡିଆ ଏବଂ ରାଜେଶ ପଢିଆଳ। ଗୁରୁତର ଦୁଇ ଜଣଙ୍କୁ ପ୍ରଥମେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରୁ ବାରିପଦା ସ୍ଥାନାନ୍ତର ବେଳେ ଯୁବତୀଙ୍କ ଗାଁ ଲୋକେ ଆମ୍ବୁଲାନ୍ସକୁ ୪ ଘଣ୍ଟା ଧରି ଅଟକାଇ ରଖିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ବିଧାୟକ ଓ ପୋଲିସ ଲୋକଙ୍କ ସହ ଆଲୋଚନା କରିବା ପରେ ଲୋକେ ଆମ୍ବୁଲାନ୍ସକୁ ଛାଡ଼ିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.