ଯୌତୁକ ଜୁଇରେ ନବବଧୂ ! ସ୍ବାମୀକୁ ଥାନାରେ ଅଟକ ରଖିଛି ପୋଲିସ

Published By : Prameya-News7 Bureau | February 10, 2020 IST

ଭଦ୍ରକ ୧୦।୦୨: ବିବାହର ଏକମାସ ପରେ ଯୌତୁକ ଜୁଇରେ ନବବଧୂ । ଲକ୍ଷେ ଟଙ୍କା ପାଇଁ ମିଳିମିଶି ମାରିଦେଲେ ଶାଶୁ ଘର ଲୋକେ । କପ୍ତିପଦା ଥାନା ଉପରଖୁଣ୍ଟା ଗାଁରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମୃତକ ହେଉଛନ୍ତି ଭଦ୍ରକ ରାଣୀତାଲ ଅଞ୍ଚଳର ୧୫ ବର୍ଷିୟା ନାବାଳିକା ।

{"id":222642,"sizeSlug":"large"}

ସୂଚନାଯୋଗ୍ୟ ଯେ, ସେ ମାସେ ପୂର୍ବରୁ ଉପରଖୁଣ୍ଟା ଗାଁର ରବି ଖିଲାରଙ୍କୁ ପ୍ରେମ ବିବାହ କରିଥିଲେ । ରବିବାର ଦିନ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଖବର ପାଇଥିଲେ । ଘଟଣାସ୍ଥଳରେ ପହଞ୍ଚିବା ପରେ ଝିଅର ମୁଣ୍ଡ ଓ ଛାତିରେ କ୍ଷତ ଚିହ୍ନ ଥିବା ଦେଖିବା ପରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଲକ୍ଷେ ଟଙ୍କା ଦେଇନପାରିବାରୁ ଭଉଣୀକୁ ହତ୍ୟା କରାଯାଇଥିବା ନାବାଳିକାଙ୍କ ଭାଇ କହିଛନ୍ତି । ଏନେଇ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ସ୍ବାମୀ ରବି ଖିଲାରଙ୍କୁ ଅଟକ ରଖି ପଚରାଉଚରା କରୁଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.