LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିଶୁଦ୍ଧ ପାଣି ପାଇଁ ଡହଳ ବିକଳ ଲୋକେ: ଚୁଆ ପାଣିରେ ମେଣ୍ଟୁଛି ଶୋଷ

4/11/2020 at 6:37 PM

ଉଦଳା ୦୪/୧୧ : ଲୋକେ ବିଶୁଦ୍ଧ ପାଣି ପାଇବେ। ଏଥିପାଇଁ ପ୍ରକଳ୍ପ ପରେ ପ୍ରକଳ୍ପ ଉଦଘାଟନ ହେଉଛି। କିନ୍ତୁ ମୟୂରଭଂଜ ବେତଝରଣ ପାଣି ପାଇଁ ଡହଳ ବିକଳ ଲୋକେ। ଚୁଆ ପାଣିରେ ମେଣ୍ଟୁଛି ଲୋକଙ୍କ ଶୋଷ।
ରାତି ପାହିଲେ ଆରମ୍ଭ ହୋଇଯାଏ ପ୍ରତିଯୋଗିତା। ଏହି ପ୍ରତିଯୋଗିତା କେବଳ ଶୁଦ୍ଧ ପାଣି ମୁନ୍ଦେ ପାଇଁ। ହାଣ୍ଡି , ଗରା, ବାଲଟି ଧରି ପାଣି ପାଇଁ ଜଙ୍ଗଲକୁ ବାହାରିଯାଆନ୍ତି ପିଲାଠୁ ବୟସ୍କ। ଜଙ୍ଗଲ ଭିତରେ ଥିବା ଚୁଆରୁ ପାଣି ସଂଗ୍ରହ କରନ୍ତି ଲୋକେ। ଏ ଦୃଶ୍ୟ ହେଉଛି ମୟୂରଭଂଜ କପ୍ତିପଦା ବେତଝରଣ ଗାଁର। ଗାଁରେ ନଳକୂପ ବ୍ୟବସ୍ଥା ନାହିଁ। ତେଣୁ ୪୦ ପରିବାର ଭରସା କରନ୍ତି ଏଇ ଚୁଆ ଉପରେ। ଯୋଉ ପାଣିରେ ବାସନ ଧୁଆ ହୁଏ, ସେଇ ପାଣି ପିଇବାକୁ ବାଧ୍ୟ ଲୋକେ।


ଦୀର୍ଘ ଦିନ ଧରି ଏ ପାଣି ସମସ୍ୟା ଲାଗିରହିଛି। ସ୍ଥାନୀୟ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ ହୋଇଛି। ହେଲେ ଫଳ ଘର ଶୂନ। ତେବେ ଗାଁକୁ ଖୁବ୍ ଶୀଘ୍ର ପିଇବା ପାଣିର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବିଡିଓ।

ପାଣିରେ ଗଛ ପତ୍ର ପଡ଼ି ପଚୁଛି। ଆଉ ସେଇ ଦୂଷିତ ପାଣିରେ ଜୀଇଁଛନ୍ତି ଏମାନେ। ଦେଖାଯାଉ କେତେଦିନ ପରେ ପ୍ରଶାସନର ନିଦ ଭାଙ୍ଗୁଛି।

   Related Posts