ଘରେ ରଖିଥିଲେ ବାଘ ଛାଲ, ଚଢାଉ କରି ଜବତ କଲା ପୋଲିସ
18/01/2023 at 2:04 PM

ଉଦଳା ୧୮।୦୧ : କଲତାପତରିଆ ବାଘ ଜବତ । ଏହାସହ ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ବଡଅଳିଆ ଗାଁରେ ଗିରଫ କରିଛି ବନବିଭାଗ ।
ଖବର ଅନୁଯାୟୀ, କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଚାଲିଥିଲା ଯୋଜନା । ଏହିକ୍ରମେରେ ଘରେ ଆଣି ରଖିଥିଲେ ବାଘ ଛାଲ । ହେଲେ କୌଣସି ସୁତ୍ରରୁ ଖବର ପାଇ ଚଢାଉ କରିଥିଲା ପୋଲିସ । ଏହି ଚଢାଉରେ ଏକ କଲରାପତରିଆ ବାଘ ଛାଲ ଜବତ ସହ ଜଣଙ୍କୁ ଅଟକ ରଖିଛି ପୋଲିସ ।
ତେବେ ଏହି କାରବାରରେ କିଏ କିଏ ସାମିଲ ଅଛନ୍ତି । କେଉଁଠୁ ଆଣି କେଉଁ ସ୍ଥାନରେ ବିକ୍ରି କରୁଥିଲେ । ଏଭଳି ଅନେକ ପ୍ରଶ୍ନର ତଦନ୍ତ କରୁଛି ପୋଲିସ ।