ଉଦଳା ବିଧାୟକଙ୍କୁ ଦୁର୍ବ୍ୟବହାର ଏବଂ ଅଶାଳୀନ ଭାଷାରେ ଗାଳିଗୁଲଜ ଅଭିଯୋଗ, ଥାନାରେ ମାମଲା

Published By : Prameya-News7 Bureau | August 15, 2022 IST

ଉଦଳା, ୧୫/୦୮: ସର୍ବସାଧାରଣ ସ୍ଥାନରେ ବିଧାୟକଙ୍କୁ ଦୁର୍ବ୍ୟବହାର ଏବଂ ଅଶାଳୀନ ଭାଷାରେ ଗାଳିଗୁଲଜ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଉଦଳା ବିଧାୟକ ଭାସ୍କର ମଢେଇ । ଉଦଳା ବିଧାୟକ ଭାସ୍କର ମଢେଇ ଉଦଳା ଡାକ୍ତରଖାନା ପରିଦର୍ଶନରେ ଯାଇଥିବା ବେଳେ ସେଠାରେ ଚାଲିଥିବା ନୂଆ ଡାକ୍ତରଖାନା ଗୃହର ନିର୍ମାଣ ବୁଲି ଦେଖିଥିଲେ । ଏହି ସମୟରେ ଘର ଗୁଡିକ ବହୁତ ତଳିଆ ହୋଇଥିବା ଦେଖିବା ପରେ ଏ ବାବଦରେ ଠିକାଦାରଙ୍କ ସହିତ କଥା ହେଉଥିଲେ । ହେଲେ ସେଠାରେ ପୂର୍ତ୍ତ ବିଭାଗ ଯନ୍ତ୍ରୀ ସନ୍ତୋଷ ପଣ୍ଡା ପହଞ୍ଚିଥିଲେ ।

ଯନ୍ତ୍ରୀଙ୍କୁ ବିଧାୟକ ଘର ବାବଦରେ ପଚାରିବାରୁ ସେ ବିଧାୟକଙ୍କୁ ସର୍ବସାଧାରଣ ସ୍ଥାନରେ ଦୁର୍ବ୍ୟବହାର କରିବା ସହିତ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଯନ୍ତ୍ରୀ ମୁଁ ନା ଆପଣ ବୋଲି ବିଧାୟକଙ୍କୁ ପ୍ରଶ୍ନ କରିବା ସହିତ ବିଧାୟକ ଏ ବାବଦରେ ମୁଣ୍ଡ ନ ପୁରାଇବାକୁ କହିଥିଲେ ଯନ୍ତ୍ରୀ ସନ୍ତୋଷ ପଣ୍ଡା । ଯାହାକି ସର୍ବସାଧାରଣ ସ୍ଥାନରେ ଜଣେ ଜନ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରାଯିବାରୁ ବିଧାୟକ ଭାସ୍କର ମଢେଇ ଯନ୍ତ୍ରୀଙ୍କ ବିରୋଧରେ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.