ମୟୂରଭଞ୍ଜ ଜିଲ୍ଲାରେ ଡବଲ ମର୍ଡର ଘଟଣା; ଜଣେ ଗିରଫ, ଜଣାପଡିଲା ହତ୍ୟାକାଣ୍ଡର କାରଣ…

Published By : Prameya-News7 Bureau | October 09, 2019 IST

ଉଦଳା୯|୧୦; ଫୁଟବଲ ମ୍ୟାଚ୍‌ ଦେଖିବାକୁ ଯାଇ ନିଖୋଜ ଦମ୍ପତ୍ତିଙ୍କର ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ସୁନେଇ ଡ୍ୟାମରୁ ଦମ୍ପତ୍ତିଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗୁଣିଆ ସନ୍ଦେହରେ ସେମାନଙ୍କୁ ହତ୍ୟା କରି ଡ୍ୟାମ୍‌ରେ ଫିଙ୍ଗି ଦିଆଯାଇଥିବା ସ୍ପଷ୍ଟ ହୋଇଛି । ଅଭିଯୁକ୍ତ ମାନେ ହତ୍ୟାକାଣ୍ଡ ଭିଆଇବା ସହିତ ପୋଲିସ ହାତରୁ ବଞ୍ଚିବା ପାଇଁ ଏପରି ସୁଚିନ୍ତିତ ଯୋଜନା କରିଥିବା ଜଣାପଡ଼ିଛି ।

{"id":168009}

ସୁନେଇ ଡ୍ୟାମ୍‌ରୁ ଉଦ୍ଧାର କରାଗଲା ଦମ୍ପତ୍ତିଙ୍କର ମୃତଦେହ । ମୃତଦେହ ଏପରି ପଚିସଢ଼ି ଯାଇଛି ଯେ ତାକୁ ଖାଲି ଆଖିରେ ଦେଖିବା କଷ୍ଟକର ।ଓଡ୍ରାଫ୍ ଟିମ୍‌ ଏହି ଦମ୍ପତ୍ତିଙ୍କର ମୃତଦେହକୁ କୂଳକୁ ଆଣିଛନ୍ତି ।ଏ ମୃତଦେହ ହେଉଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସୀତାରାମ ସାହି ଗାଁର ସୀତାରାମ ସିଂ ଓ ଲେତ ସିଂଙ୍କର ।

{"id":168010,"width":596,"height":324}

ଗତ ୬ ତାରିଖ ସଂଧ୍ୟାରୁ ନିଖୋଜ ଥିବା ଏହି ଦମ୍ପତ୍ତିଙ୍କୁ ଗୁଣିଆ ସନ୍ଦେହରେ ହତ୍ୟା କରାଯାଇଛି । ଆଉ ନିଖୋଜ ହେବାର ପ୍ରାୟ ୭୦ ଘଣ୍ଟା ପରେ ସେମାନଙ୍କ ମୃତଦେହକୁ ସୁନେଇ ଡ୍ୟାମ୍ ମଝିରୁ ଉଦ୍ଧାର କରାଯାଇ କୂଳକୁ ଅଣାଯାଇଛି ।ଗତ ୬ ତାରିଖରେ ନିକଟସ୍ଥ ଛତ୍ରାଆମ୍ବ ଗାଁକୁ ଫୁଟବଲ ମ୍ୟାଚ୍‌ ଦେଖିବାକୁ ଯାଇ ଏହି ଦମ୍ପତ୍ତି ଫେରିନଥିଲେ ।

{"id":168011}

ନିଖୋଜ ସୀତାରାମଙ୍କ ଜୋତା ଓ ଲେତଙ୍କର ଚୁଡ଼ି ସମେତ ରକ୍ତ ଛିଟା ପଡ଼ିଥିବା ଦେଖି ପରିବାର ଲୋକେ ହତ୍ୟା ସନ୍ଦେହ କରିଥିଲେ ।ପୋଲିସ ଅଗ୍ନିଶମ ବାହିନୀ ସହାୟତାରେ ୨ ଦିନ ଧରି ସୁନେଇ ଡ୍ୟାମ୍‌ରେ ଖୋଜା ଜାରି ରଖିଥିଲେ ।ଶେଷରେ ଆଜି ଓଡ୍ରାଫ୍‌ ଟିମ୍‌ର ୭ ଜଣିଆ ଦଳ ସୁନେଇ ଡ୍ୟାମ୍‌ରେ ସେମାନଙ୍କ ମୃତେଦହ ଉଦ୍ଧାର କରିଛନ୍ତି ।…

{"id":168012}

ଗୁଣିଆ ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି । ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି । ଗିରଫ ଅଭିଯୁକ୍ତ ଚମ୍ପାଇ ହୋ' ର କହିବା ଅନୁସାରେ ମୁଖ୍ୟ ଅଭିଯୁକ୍ତ ଦିବାକରର ପରିବାର ଲୋକେ କିଛିଦିନ ଧରି ଅସୁସ୍ଥ ରହୁଥିଲେ ।ଏଥିପାଇଁ ସୀତାରାମ ଏବଂ ତାଙ୍କ ପତ୍ନୀ ଲେତ ଗୁଣି ଗାରେଡ଼ି କରୁଥିବା ତାଙ୍କ ପରିବାର ସନ୍ଦେହ କରୁଥିଲେ ।

{"id":168014,"width":592,"height":306}

ଗତ ୬ ତାରିଖ ସଂଧ୍ୟାରେ ସୀତାରାମ ଓ ଲେତ ଫୁଟବଲ ମ୍ୟାଚ୍‌ ଦେଖି ଫେରୁଥିବା ବେଳେ ଅଭିଯୁକ୍ତ ଓ ତାର ସହଯୋଗୀ ସେମାନଙ୍କ ମୁଣ୍ଡକୁ କଟୁରୀରେ ହାଣି ହତ୍ୟା କରିଥିଲେ ।ଏହାପରେ ମୃତଦେହକୁ ନେଇ ଏକ ଡଙ୍ଗାରେ ଡ୍ୟାମ୍ ମଝି ପର୍ଯ୍ୟନ୍ତ ଯାଇଥିଲେ ।ସେଠାରେ ଏକ ଟାପୁରୁ ପଥର ଆଣି ଦୁଇ ମୃତଦେହରେ ବାନ୍ଧି ଫୋପାଡ଼ି ଦେଇ ଚାଲି ଆସିଥିଲେ ।ଏହାପରେ ଉଭୟେ ଫେରାର ହୋଇଯାଇଥିଲେ ।ସହଯୋଗୀ ଚମ୍ପାଇ ହୋ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଦିବାକର ଖୁବଶୀଘ୍ର ଗିରଫ ହେବ ବୋଲି ପୋଲିସ ଅଧିକାରୀ କହିଛନ୍ତି । …

{"id":168016}

ଦମ୍ପତ୍ତି ନିଖୋଜ ହେବାର ପ୍ରାୟ ୭୦ ଘଣ୍ଟା ପରେ ମୃତଦେହ ମିଳିବା ପରେ ଅନ୍ଧବିଶ୍ବାସର ପରିଣତି କେତେ ଭୟାବହ ତାହା ପୁଣିଥରେ ଦେଖିବାକୁ ମିଳିଛି ।…

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.