ଅଣଛାତ୍ରଙ୍କ ଦାଦାଗିରି : କଲେଜରେ ପଶି ଛାତ୍ରଙ୍କୁ ମାଡ଼ ମାରିଲେ, ପ୍ରିନ୍ସିପାଲଙ୍କୁ ଧକ୍କା ଦେଲେ

Published By : Prameya-News7 Bureau | December 25, 2023 IST

ଉଦଳା ୨୫।୧୨: ଉଦଳା କଲେଜରେ ଅଣଛାତ୍ରଙ୍କ ଦାଦାଗିରି । କଲେଜ ପରିସରରେ ପଶି ଛାତ୍ରଙ୍କୁ ମାଡ଼ ମାରିବା ସହିତ ପ୍ରିନ୍ସିପାଲଙ୍କୁ ମାରିଲେ ଧକ୍କା । ପ୍ରିନ୍ସିପାଲ ଥାନାରେ ଅଭିଯୋଗ କରିବା ପରେ ସାମ୍ନାକୁ ଆସିଛି ପୁରା ଘଟଣା ।

{"id":887558,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ଉଦଳା କଲେଜରେ ବାର୍ଷିକ ଉତ୍ସବ ପାଳନ ଚାଲିଥିବା ବେଳେ ସନ୍ଧ୍ୟା ସମୟରେ ୩ରୁ ୪ ଜଣ ଅଣଛାତ୍ର କଲେଜରେ ପହଞ୍ଚି ଜଣେ ଛାତ୍ରଙ୍କୁ ମାଡ଼ ମାରିଥିଲେ । ଉକ୍ତ ଛାତ୍ର ଜଣଙ୍କ ଘଟଣା ବାବଦରେ ପ୍ରିନ୍ସିପାଲଙ୍କୁ ଜଣାଉଥିବା ବେଳେ ପୁଣି ଉକ୍ତ ଅଣଛାତ୍ରମାନେ ପହଞ୍ଚି ଛାତ୍ରଙ୍କୁ ମାଡ଼ ମାରିଥିଲେ । ଏହାସହ ପ୍ରିନ୍ସିପାଲ ଯତୀନ ମହାକୁଡ଼ଙ୍କୁ ଧକ୍କା ମାରିଥିଲେ । ଏପରିକି ଉକ୍ତ ଅଣ ଛାତ୍ରମାନେ କଲେଜରେ ପଶି ପ୍ରିନ୍ସିପାଲଙ୍କୁ ଗାଳିଗୁଲଜ ମଧ୍ୟ କରିଥିବା ଜଣାଯାଇଛି । ଯାହାକୁ ନେଇ କଲେଜ ପ୍ରିନ୍ସିପାଲ ଉଦଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

You Can Read :

wp:embed {"url":"https://www.prameyanews7.com/bussinesman-suicide-case-rairangapur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bussinesman-suicide-case-rairangapur/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.