ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

କହ୍ନେୟାଲାଲ ହତ୍ୟା ମାମଲାରେ ସପ୍ତମ ଗିରଫଦାରୀ, ରିୟାଜର ଘନିଷ୍ଠ ଫରହାଦ

10/07/2022 at 7:27 PM

ନୂଆଦିଲ୍ଲୀ: ରାଜସ୍ଥାନର ଉଦୟପୁରରେ ନୂପୁର ଶର୍ମାଙ୍କ ସମର୍ଥକ କହ୍ନେୟାଲାଲଙ୍କ ମୁଣ୍ଡ କାଟି ହତ୍ୟା କରିବା ମାମଲାରେ ରାଷ୍ଟ୍ରୀୟ ତଦନ୍ତକାରୀ ଏଜେନ୍ସି ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଛି । କହ୍ନେୟା ହତ୍ୟାକାଣ୍ଡ ମାମଲାରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ଗରିଫଦାରୀ ହୋଇଛି । ଗିରଫ ଯୁବକ ରିୟାଜର ପାଖ ଲୋକ ଥିବା ଜଣାପଡିଛି ।

ଏନଆଇଏ ରବିବାର ଏନେଇ ସୂଚନା ଦେଇ କହିଛି, ଗରିଫ ଅଭିଯୁକ୍ତ ୩୧ ବର୍ଷୀୟ ଫରହାଦ ମହମ୍ମଦ ଶେଖ ଓରଫ ବବାଲ । ଫରହାଦକୁ ଶନିବାର ଗିରଫ କରାଯାଇଥିଲା । ଏନଆଇଏ ମୁଖପାତ୍ର କହିଛନ୍ତି, ଗିରଫ ଫରହାଦ ମୁଖ୍ୟ ଅଭିଯୁକ୍ତ ରିୟାଜ ଅତରୀର ବିଭିନ୍ନ ଅପରାଧରେ ସହଯୋଗୀ ଥିଲା। ଏହାସହ କହ୍ନେୟାଲାଲକୁ ହତ୍ୟା ଷଡଯନ୍ତ୍ରରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲା।

କହ୍ନେୟାଲାଲକୁ ଗତ ମାସ ଜୁନ ୨୮ରେ ତାଙ୍କରି ଶିଲେଇ ଦୋକାନ ଭିତରେ ମୁଣ୍ଡକାଟି ହତ୍ୟା କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ରିୟାଜ ହତ୍ୟା କରିବା ସମୟରେ ତାର ସହଯୋଗୀ ମହମ୍ମଦ ନିଜ ଫୋନରେ ଭିଡିଓ ରେକର୍ଡ କରିଥିଲା ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା। ହତ୍ୟାର ଦୋଷ ସ୍ୱୀକାର କରି ପରେ ଅନ୍ୟ ଏକ ଭିଡିଓ ସେୟାର କରିଥିଲା। ଏବଂ ଇସଲାମର କଥିତ ଅପମାନର ପ୍ରତିଶୋଧ ନେବା ପାଇଁ କହ୍ନେୟାଲାଲକୁ ହତ୍ୟା କରିଥିବା କହିଥିଲେ। ତେବେ ହତ୍ୟାକାଣ୍ଡର କିଛି ସମୟ ପରେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

   Related Posts