scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଉତ୍ତରାଖଣ୍ଡରେ ଖୁବଶୀଘ୍ର ଲାଗୁହେବ ୟୁସିସି, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ଘୋଷଣା

18/06/2023 at 8:34 PM

ନୂଆଦିଲ୍ଲୀ, ୧୮/୦୬: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏକ ବଡ଼ ଘୋଷଣା କରିଛନ୍ତି। ରବିବାର ମୁଖ୍ୟମନ୍ତ୍ରୀ ଧାମୀ ଟ୍ବିଟ୍‌ କରି, ଦେବଭୂମି ଉତ୍ତରାଖଣ୍ଡରେ ସମାନ ନାଗରିକ ସଂହିତା (ୟୁସିସି) ଆଇନ ଖୁବ୍‌ଶୀଘ୍ର ଲାଗୁ କରିବାକୁ ଯାଉଥିବା ନେଇ ସୂଚନା ଦେଇଛନ୍ତି।

ପ୍ରକୃତରେ ଧାମୀ ସରକାର ୟୁସିସିକୁ ନେଇ ଡ୍ରାଫ୍ଟ ପ୍ରସ୍ତୁତ କରିସାରିଛନ୍ତି। ଏଥିପାଇଁ ଉତ୍ତରାଖଣ୍ଡ ସରକାର ମାର୍ଚ୍ଚ ୨୦୨୨ରେ ବିଶେଷଜ୍ଞ କମିଟି ଗଠନ କରିଥିଲେ। ଏହି କମିଟି ଦ୍ବାରା ସାଧାରଣ ଲୋକଙ୍କ ପ୍ରତିକ୍ରିୟା ଏବଂ ପରାମର୍ଶ ମଗାଯାଇଥିଲା। ଆଉ କମିଟିକୁ ପ୍ରାୟ ୨ ଲକ୍ଷ ୩୧ ହଜାର ପରାମର୍ଶ ମିଳିଥିଲା।

ଏଭଳି ହୋଇଛି ଡ୍ରାଫ୍ଟ:

ଉତ୍ତରାଖଣ୍ଡରେ ସମାନ ନାଗରିକ ସଂହିତାର ବ୍ଲୁପ୍ରିଣ୍ଟ ତିଆରି ହୋଇସାରିଛି। ଯାହା ଅନୁଯାୟୀ ଝିଅମାନଙ୍କ ବିବାହ ବୟସ ବଢ଼ାଯିବ ଫଳରେ ସେମାନେ ବିବାହ ପୂର୍ବରୁ ଗ୍ରାଜୁଏଟ୍‌ ହୋଇପାରିବେ। ଏହା ବ୍ୟତୀତ ଏହି ଡ୍ରାଫ୍ଟରେ ସ୍ବାମୀ-ସ୍ତ୍ରୀ ଉଭୟଙ୍କୁ ଛାଡ଼ପତ୍ର ପାଇଁ ସମାନ ଅଧିକାର ଦିଆଯିବ। ସେହିଭଳି କ୍ଷତିପୂରଣ ପାଇଁ ମଧ୍ୟ ଧ୍ୟାନ ରଖାଯାଇଛି। ଯଦି ପତ୍ନୀଙ୍କର ମୃତ୍ୟୁ ହେଉଛି ତେବେ ତାଙ୍କର ମାତା ପିତାଙ୍କ କେହି ସାହାରା ନଥିଲେ ତାଙ୍କର ଭରଣପୋଷଣ ସ୍ବାମୀଙ୍କୁ କରିବାକୁ ହେବ।

ଏହା ବ୍ୟତୀତ ଲିଭ୍‌ ଇନ୍‌ ରିଲେସନକୁ ଘୋଷଣା କରିବା ଜରୁରୀ ହେବ। ଏଥିପାଇଁ ଏକ ବୈଧାନିକ ଫର୍ମାଟ ହେବ। ସେହିଭଳି ଏହି ଡ୍ରାଫ୍ଟରେ ଚାକିରି କରୁଥିବା ସ୍ବାମୀର ମୃତ୍ୟୁ ହେଲେ ପତ୍ନୀଙ୍କୁ ମିଳିବାକୁ ଥିବା କ୍ଷତିପୂଣରରେ ବୃଦ୍ଧ ମାତା-ପିତାଙ୍କ ଭରଣ ପୋଷଣର ଦାୟିତ୍ବ ନେଇ ମଧ୍ୟ କୁହାଯାଇଛି। ଯଦି ପତ୍ନୀ ପୁର୍ନବିବାହ କରନ୍ତି ତେବେ ପତିଙ୍କ ମୃତ୍ୟୁରେ ମିଳିଥିବା କ୍ଷତିପୂରଣରେ ମାତା ପିତାଙ୍କ ଭାଗ ରହିବ।

ଆହୁରି ପଢ଼ନ୍ତୁ: ଲ’ କମିଶନ ପକ୍ଷରୁ ସମାନ ଆଚରଣ ସହିଂତା ଉପରେ ନୂଆ ପ୍ରକ୍ରିୟା ଆରମ୍ଭ, ଧାର୍ମିକ ସଂଗଠନ ଏବଂ ଲୋକଙ୍କୁ ମାଗିଲେ ରାୟ

ସୂଚନାଥାଉକି, କେନ୍ଦ୍ର ସରକାର ପୁଣି ଥରେ ୟୁସିସି ପ୍ରସଙ୍ଗ ଉଠାଇଛନ୍ତି ଯାହାକୁ ନେଇ ବିରୋଧୀ ଦଳ ଏହାର ବିରୋଧ କରୁଛନ୍ତି। ସୂଚନାଯୋଗ୍ୟ, ଲ’ କମିଶନ ୟୁସିସିର ଆବଶ୍ୟକତା ଉପରେ ପୁଣି ଥରେ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛି। ଏବଂ ଲୋକ ଏବଂ ମାନ୍ୟତା ପ୍ରାପ୍ତ ଧାର୍ମିକ ସଂଗଠନର ସଦସ୍ୟ ସହ ବିଭିନ୍ନ ହତିଧାରକଙ୍କ ବିଚାରକୁ ଆମନ୍ତ୍ରିତ କରିଛି।

   Related Posts