ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟଧାରୀଙ୍କ ପାଇଁ ବାଧ୍ୟତାମୂଳକ ହେଲା ଏହି କାମ : ନଚେତ୍ ଉଠାଇପାରିବେ ନାହିଁ ଆପଣଙ୍କ ଟଙ୍କା

Published By : Prameya-News7 Bureau | April 29, 2019 IST

ନୂଆଦିଲ୍ଲୀ ୨୯/୪: ଚାକିରୀ କରୁଥିବା ଲୋକଙ୍କୁ ନିଜ  ପ୍ରୋଭିଡେଣ୍ଟ ଫଣ୍ଡର ଟଙ୍କା ବାହାର କରିବା ପୂର୍ବ ଅପେକ୍ଷା ଆହୁରି ସହଜ ହୋଇ ଯାଇଛି। ଏହାର ମୁଖ୍ୟ କାରଣ ହେଉଛି ଅନଲାଇନ୍ କ୍ଲେମ୍ ସେଟଲମେଣ୍ଟ୍ ସୁବିଧାର ଆରମ୍ଭ କରିବା। କିନ୍ତୁ ଏବେ ଯାଏଁ ୫୦ପ୍ରତିଶତ କର୍ମଚାରୀ ନିଜ କେଓ୍ବାଇସିକୁ ୟୁନିଭର୍ସାଲ ନମ୍ବର ସହ ଯୋଡ଼ି ନାହାନ୍ତି। ସେଥିପାଇଁ ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟଧାରୀ ଇପିଏଫଓର ଅନଲାଇନ ସର୍ଭିସର ଫାଇଦା ଉଠାଇ ପାରୁନାହାନ୍ତି। ସରକାର ଇପିଏଫଓର ପରିସରରେ ଆସୁଥିବା କମ୍ପାନୀ ଏବଂ ସଂସ୍ଥାନରୁ ପିଏଫ ଅଂଶଧାରକଙ୍କୁ ୟୁଏଏନ୍ ଏବଂ କେଓ୍ବାଇସିର ସଂଯୋଗକୁ ୧୦୦ପ୍ରତିଶତ ପୂରା କରିବାକୁ କହିଛନ୍ତି।

ଯେଉଁ ପିଏଫ ଖାତାରେ କେଓ୍ବାଇସି ଡକ୍ୟୁମେଣ୍ଟ ପ୍ରକ୍ରିୟା ପୂରା ହୋଇଥାଏ,ସେମାନେ ନିଜର ଟଙ୍କା ସହଜରେ ଟ୍ରାନ୍ସଫର କରିବା ସହ ବାହାର କରି ପାରନ୍ତି।

ଯଦି ଆପଣଙ୍କ ପିଏଫ ଖାତାରେ ବ୍ୟାଙ୍କ ଆକାଉଣ୍ଟର ଡିଟେଲ୍ ଅପଡେଟ୍ ନାହିଁ ତେବେ କ୍ଲେମ୍ ରିକ୍ବେଷ୍ଟ ରିଜେକ୍ଟ ହୋଇପାରେ।

ଯଦି ଆପଣ କେଓ୍ବାଇସି ଡକ୍ୟୁପମେଣ୍ଟ ଜମା କରି ନାହାନ୍ତି ତେବେ ଇପିଏଫ ସଦସ୍ୟଙ୍କ କୈାଣସି ଏସଏମଏସ୍ ଆଲର୍ଟ ଆପଣଙ୍କୁ ମିଳିବ ନାହିଁ।

ଇପିଏଫଓ ୟୁଏଏନ୍ ପୋର୍ଟାଲ୍ https://unifiedportal-mem.epfindia.gov.in/memberinterface/  ରେ ଯାଇ ଆପଣ ନିଜର କେଓ୍ବାଇସି ଅପଡେଟ୍ କରି ପାରିବେ।

ୟୁଏଏନରେ କେଓ୍ବାଇସି କରିବା ପାଇଁ ୟୁଏନ ପୋର୍ଟାଲ ବ୍ୟବହାର କରିବାକୁ ପଡ଼ିବ।

ସର୍ବପ୍ରଥମେ ନିଜ ପୋର୍ଟାଲକୁ ଯାଆନ୍ତୁ ଏବଂ ଏଠାରେ କେଓ୍ବାଇସି ଅପସନରେ କ୍ଲିକ୍ କରନ୍ତୁ।

ଏଠାରେ ପ୍ୟାନ୍ ନମ୍ବର,ଆଧାର ନମ୍ବର,ମୋବାଇଲ୍ ନମ୍ବର,ବ୍ୟାଙ୍କ ଆକାଉଣ୍ଟ ଥିବା ସେକ୍ସନରେ ଗୋଟି ଗୋଟି କରି କ୍ଲିକ୍ କରନ୍ତୁ।

ନିଜ ବିଷୟରେ ସୂଚନା ଦିଅନ୍ତୁ ଏବଂ ଏହାକୁ ଜମା କରନ୍ତୁ।

ଆପଣଙ୍କ ପ୍ୟାନ୍ ଏବଂ ଆଧାର ଏଥିରେ ଯୋଡ଼ି ହୋଇଯିବ। ଏହାକୁ ଭେରିଫାଇ କରିବା ପାଇଁ ଆପଣ ନିଜ ଏମ୍ପଲୋୟରଙ୍କୁ କହିବେ।

ଏମ୍ପଲୋୟର ଭେରିଫାଇ କରିବା ପରେ ଆପଣ ଅନଲାଇନ ସୁବିଧାର ଲାଭ ଉଠାଇପାରିବେ।

ଅନଲାଇନ୍ କ୍ଲେମ୍ ସେଟଲମେଣ୍ଟର ଲାଭ ହେଉଛି ଏହା ଯେ ଯଦି ଆପଣ ନିଜର ପ୍ରୋଭିଡେଣ୍ଟ ଫଣ୍ଡ ଉଠାଇବାକୁ ଚାହୁଁଛନ୍ତି ଏବଂ ଆପଣଙ୍କ କେଓ୍ବାଇସି ଅପଡେଟ୍ ରହିଛି ତେବେ ୩ଦିନ ମଧ୍ୟରେ ଇପିଏଫଓ ଆପଣଙ୍କ ପିଏଫ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବ ଏବଂ ଏହା ପରେ ଆପଣଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଟଙ୍କା ସିଧା ଆପଣଙ୍କ ଆକାଉଣ୍ଟକୁ ଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.