scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

T20 World Cup: ଗ୍ରୁପ୍ ଷ୍ଟେଜ୍‌ର ଶେଷ ମ୍ୟାଚ୍‌ରେ ନାମିବିୟାକୁ ୭ ରନ୍‌ରେ ହରାଇଲା ୟୁଏଇ

20/10/2022 at 6:19 PM

ଜୀଲଙ୍ଗ: ଟି-୨୦ ବିଶ୍ୱକପ୍‌ର ଗ୍ରୁପ୍‌ ଷ୍ଟେଜ୍ ମ୍ୟାଚ୍‌ରୁ ବିଜୟ ଅଭିଯାନ ଆରମ୍ଭ କଲା ୟୁଏଇ। ଗୁରୁବାର ଅଷ୍ଟ୍ରେଲିଆ ଜୀଲଙ୍ଗର ସାଇମଣ୍ଡ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍‌ରେ ନାମିବିୟାକୁ ୭ ରନ୍‌ରେ ହରାଇଛି ୟୁଏଇ। ପ୍ରଥମେ ବ୍ୟାଟିଂ କରି ୟୁଏଇ ୧୪8 ରନ୍ କରିଥିଲା। ୧୪୯ ଲକ୍ଷ୍ୟ ହାସଲ ପାଇଁ ପଡ଼ିଆକୁ ଓହ୍ଲାଇଥିବା ନାମିବିୟା ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ଏହାକୁ ମିଶାଇ ସୁପର ୧୨ ଯୋଗ୍ୟତାରେ ନାମିବିୟା ଦୁଇଥର ପରାସ୍ତ ହେଲାଣି। ଏହି ପରାଜୟର ଫାଇଦା ନେଇଛି ନେଦରଲ୍ୟାଣ୍ଡ। ଶ୍ରୀଲଙ୍କା ସହ  ଖେଳିବାକୁ ନେଦରଲ୍ୟାଣ୍ଡ ସୁପର ୧୨କୁ ଉତ୍ତୀର୍ଣ୍ଣ ହୋଇଛି।

ୟୁଏଇ ପକ୍ଷରୁ ମହମ୍ମଦ ୱାସୀମ ୫୦ ରନ୍ ଓ କ୍ୟାପ୍ଟେନ୍ ସିପି ରିଜୱାନଙ୍କର ୨୯ ବଲ୍‌ରେ ୪୩ ରନ୍‌ କରି ଅପରାଜିତ ରହିଥିଲେ। ମୁଖ୍ୟତଃ ଏହି ଦୁଇ ବ୍ୟାଟରଙ୍କ ଚମତ୍କାର ବ୍ୟାଟିଂ ଦଳକୁ ଜିତାଇବାରେ ସହାୟ ହୋଇଛି। ନାମିବିୟା ବିପକ୍ଷରେ ୟୁଏଇ ଆଜି ତାର ଶେଷ ଗ୍ରୁପ୍‌ ଷ୍ଟେଜ୍ ମ୍ୟାଚ୍ ଖେଳିଥିଲା। ଏଥିରେ ଦଳ ପ୍ରଥମେ ବ୍ୟାଟିଂ କରି ୩ ୱିକେଟ୍ ବିନିୟମରେ ୧୪୮ ରନ୍ କରିଥିଲା।  ଆଉ ନାମିବିୟା ଏହି ଲକ୍ଷ ପୂରଣ କରିବାରେ ବିଫଳ ହୋଇଛି।         

   Related Posts