ଭାରତର ବୈଦେଶିକ ନୀତିକୁ ନେଇ ଏସ୍ ଜୟଶଙ୍କରଙ୍କୁ ଭୁରି ଭୁରି ପ୍ରଶଂସା କଲେ ୟୁଏଇ ମନ୍ତ୍ରୀ, କହିଲେ, ମୁଁ ତାଙ୍କର ମୁଗ୍ଧ ପ୍ରଶଂସକ

Published By : Prameya-News7 Bureau | October 27, 2022 IST

ନୂଆଦିଲ୍ଲୀ: ଭାରତର ଉତ୍ତମ ବୈଦେଶିକ ନୀତିକୁ ନେଇ ବୈଦେଶିକ ବ୍ୟାପାରମନ୍ତ୍ରୀ ଏସ୍. ଜୟଶଙ୍କରକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ୟୁଏଇ ଆର୍ଟିଫିସିଆଇ ଇଣ୍ଟେଲିଜେନ୍ସ ରାଷ୍ଟ୍ରମନ୍ତ୍ରୀ ଉମାର ସୁଲତାନ ଅଲ ଓଲମା। ବର୍ତ୍ତମାନ ଭୂରାଜନୈତିକର ଉଷ୍ମତା ଭିତରେ ଭାରତ କିଭଳି ବିଶ୍ୱ ଦରବାରରେ ତାର ଆଭିମୁଖ୍ୟ ରଖିଛି ସେ ନେଇ ଜୟଶଙ୍କରଙ୍କୁ ପ୍ରଂଶସା କରିଛନ୍ତି ୟୁଏଇ ମନ୍ତ୍ରୀ।  

ଭୂରାଜନୈତିକ ବିପରିତ ପରିସ୍ଥିତିକୁ କିପରି ମୁକାବିଲା କରାଯାଇପାରିବ ତାର ଉପରେ ପ୍ରତିକ୍ରିୟା ଦେବା ବେଳେ ଭାରତ କଥା ଉଟାଇଥିଲେ ଉମାର ସୁଲତାନ। ସେ କହିଥିଲେ “ ଐତିହାସିକ ଭାବରେ ବିଶ୍ୱ ୟୁନିପୋଲରା(ଗୋଟିଏ କ୍ଷମତା ଦ୍ୱାରା ପରିଚାଳିତ), ବାୟୋପୋଲର(ଦ୍ୱିପାଖିକ), ଟ୍ରାଇପୋଲାର (ତ୍ରିପାଖିକ) ରହିଛି। ଯେଉଁଠି ଆପଣଙ୍କୁ ଗୋଟିଏ ପକ୍ଷ ବାଛିବାକୁ ପଡ଼ିବ। ହେଲେ  ମୁଁ ଆପଣଙ୍କର ବୈଦେଶିକ ମନ୍ତ୍ରୀଙ୍କ ଦ୍ୱାରା ଖୁବ୍ ପ୍ରଭାବିତ। ମୁଁ ତାଙ୍କର କିଛି ଭାଷଣ ଶୁଣିଛି। ଏଥିରୁ ଗୋଟିଏ କଥା ଉଭୟ ୟୁଏଇ ଓ ଭାରତ ପାଇଁ ସ୍ପଷ୍ଟ ହୋଇଛି ଯେ ଆମକୁ କୌଣସି ସାଇଡ୍ ବାଛିବାକୁ ପଡ଼ିବନି।”

ନୂଆଦିଲ୍ଲୀ ସ୍ଥିତ 'CyFY2022'  ସଂସ୍ଥା ଦ୍ୱାରା ଆୟୋଜିତ ଏକ ଭାର୍ଚୁଆଲ୍ ସମ୍ମିଳନୀରେ ଯୋଗ ଦେଇ ଏପରି କହିଥିଲେ ୟୁନାଇଟେଡ୍ ଆରବ ଏମିରାଟର ଇଣ୍ଟେଲିଜେନ୍ସି ରାଷ୍ଟ୍ରମନ୍ତ୍ରୀ ଉମାର ସୁଲତାନ। ଏହି ଭାର୍ଚୁଆଲ୍ ସମ୍ମିଳନୀରେ ଭାରତୀୟ ମନ୍ତ୍ରୀଙ୍କ ସହ ଅନ୍ୟ ଦେଶର ମନ୍ତ୍ରୀମାନେ ବି ଯୋଗ ଦେଇଥିଲେ। ଏଥିରେ ଯୋଗ ଦେଇ ଉମାର ସୁଲତାନ ୟୁଏଇରେ ବଲିଉଡ ସିନେମାର ପ୍ରଭାବ ବିଷୟରେ ବି କହିଥିଲେ। ସେଠାରେ ହିନ୍ଦୀ ସିନେମାର ପ୍ରଭାବ ଦିନକୁ ଦିନ ବଢ଼ୁଛି ବୋଲି ସୁଲତାନା କହିଥିଲେ।

ଭାରତ ସହିତ ବ୍ୟବସାୟିକ ଦୃଷ୍ଟି କୋଣ ଉପରେ ବିଚାର ରଖି ଉମାର ସୁଲତାନ ଅଲ ଓଲେମା ଆମେରିକା-ଭାରତ-ୟୁଏଇ ମିଶି କାମ କରିବା କଥା କହିଛନ୍ତି। ଭାରତ-ଇସ୍ରାଏଲ, ଆମେରିକା ଓ ୟୁଏଇ ମିମିମିଶି କାମ କରି ଉଦାହରଣ ସୃଷ୍ଟି କରିବେ ବୋଲି ସୁଲତାନ କହିଛନ୍ତି।  ସେ କହିଛନ୍ତି “ ବର୍ତ୍ତମାନ ସମୟରେ ବାଣିଜ୍ୟିକ ସ୍ତରରେ ବିଶ୍ୱକୁ ପ୍ରଭାବିତ କରି ରଖିବାର ସମୟ ଆସିଛି। ଏବଂ ଭାରତ ଓ ୟୁଇଏ ଭଳି ରାଷ୍ଟ୍ର ଏ ଦିଗରେ ମିଶି କାମ କରି ପୂରା ବିଶ୍ୱରେ ଉଦାହରଣ ସୃଷ୍ଟି କରିପାରିବେ। ”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.