ୟୁଏଇ ମହାକାଶଯାନ ଖୋଲିଲା ମଙ୍ଗଳର ସବୁଠୁ ବଡ଼ ରହସ୍ୟ, କମାଲ୍‌ କଲା ହୋପ୍ ମିଶନ

Published By : Prameya-News7 Bureau | April 25, 2023 IST

ନୂୂଆଦିଲ୍ଲୀ, ୨୫/୦୪: ଖୋଲିଲା ମଙ୍ଗଳ ଗ୍ରହର ଚନ୍ଦ୍ରମାର ରହସ୍ୟ। ମଙ୍ଗଳ ଗ୍ରହର ଚନ୍ଦ୍ରମାକୁ ନେଇ ଆଶ୍ଚର୍ଯ୍ୟକର ତଥ୍ୟର ଖୁଲାସା କରିଛି ୟୁଏଇର Hope ପ୍ରୋପ୍। ମଙ୍ଗଳ ଗ୍ରହର ଛୋଟ ଚନ୍ଦ୍ରମା Deimosକୁ ନେଇ ନୂଆ ଖୁଲାସା ହୋଇଛି। ଏହି ହୋପ୍ ପ୍ରୋବ୍ ଫେବ୍ରୁଆରୀ ୨୦୨୧ରେ ମଙ୍ଗଳଗ୍ରହର କକ୍ଷରେ ପହଞ୍ଚି ଏବଂ Deimos ଯାଞ୍ଚ କରିଥିଲା।

ମଙ୍ଗଳ ଗ୍ରହର ଦୁଇଟି ଚନ୍ଦ୍ରମା ଅଛନ୍ତି, Deimos ଏବଂ Phobos। ସେମାନଙ୍କ ମଧ୍ୟରେ Phobos ଆକାରରେ ବଡ଼ ଏବଂ Deimos ଛୋଟ। ଆଉ Deimos ପ୍ରତି ୩୦ ଘଣ୍ଟାରେ ମଙ୍ଗଳର ପରିକ୍ରମା କରିଥାଏ। ପ୍ରକୃତରେ ଏବେ ଯାଏଁ ବିଶ୍ବାସ କରାଯାଉଥିଲା, ଯେ Deimos ଏକ ଆଷ୍ଟରଏଡ୍ ଯାହା ମଙ୍ଗଳ ଗ୍ରହର ମାଧ୍ୟାକର୍ଷଣ ଯୋଗୁଁ ଏହାର କକ୍ଷରେ ଫସି ରହିଛି। କିନ୍ତୁ ନିକଟରେ ହୋଇଥିବା ଗବେଷଣାରୁ କିଛି ଭିନ୍ନ ଜଣାପଡ଼ିଛି।

ୟୁରୋପୀୟ ଜିୟୋସାଇନ୍ସ ୟୁନିୟନର ମହାସଭାରେ ହୋପ୍‌ ମିଶନ ଟିମ୍‌ ଗବେଷଣାର ଫଳାଫଳ ଉପସ୍ଥାପିତ କରିଥିଲା। ଏଥିରେ କୁହାଯାଇଥିଲା ଯେ, ୧୦୦ କିମି ନିକଟରୁ ହୋପ୍ ପ୍ରୋପ୍ Deimosର ଯାଞ୍ଚ କରିଥିଲା। ଏହି ନୂଆ ଗବେଷଣାରୁ ଜଣାପଡ଼ିଛି Deimos ଏକ ଆଷ୍ଟରଏଡ୍‌ ନୁହେଁ ଯାହା ମଙ୍ଗଳର କକ୍ଷରେ ଫସି ରହିଛି ବରଂ ଏହି ଚନ୍ଦ୍ରମାର ଉତ୍ପତ୍ତି, ମଙ୍ଗଳ ସହ କିମ୍ବା Phobos ସହ ହୋଇଛି। ସେପଟେ ଏହି ସଫଳତାକୁ ନେଇ ୟୁଏଇ ପ୍ରଧାନମନ୍ତ୍ରୀ ଶେଖ ମୋହମ୍ମଦ ବିନ ରାଶିଦ ଅଲ ମକତୁମ ପ୍ରଶଂସା କରିବା ସହ, ଯୁବ ବୈଜ୍ଞାନିକ ପାଇଁ ଗର୍ବିତ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.