oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଆବୁ ଧାବୀରେ ବାଲିଷ୍ଟିକ୍‌ ମିସାଇଲ ମାଡ ଫେଲ୍, ଆକାଶମାର୍ଗରେ ହିଁ ଧ୍ବଂସ କରିଦେଲା ୟୁଏଇ: ଆକ୍ରମଣକାରୀଙ୍କୁ କଡା ଚେତାବନୀ

24/01/2022 at 8:24 PM

ନୂଆଦିଲ୍ଲୀ ୨୪/୦୧: ହୁତୀ ବିଦ୍ରୋହୀ ସମୂହ ପକ୍ଷରୁ ସଂଯୁକ୍ତ ରାଷ୍ଟ୍ର ଏମିରେଟସ୍‌ (ୟୁଏଇ)ର ରାଜଧାନୀ ଆବୁଧାବୀ ଉପରେ ବାଲିଷ୍ଟିକ୍‌ ମିସାଇଲ ଆକ୍ରମଣ ପଣ୍ଡ ହୋଇଛି । ସୋମବାର ହୁତୀ ବିଦ୍ରୋହୀଙ୍କ ଦ୍ବାରା ଆକ୍ରମଣ ପାଇଁ ଉଦ୍ୟମ କରାଯାଇଥିଲେ ସୁଦ୍ଧା ୨ଟି ବାଲିଷ୍ଟିକ୍‌ ମିସାଇଲକୁ ଆକାଶ ମାର୍ଗରେ ହିଁ ଧ୍ବଂସ କରିଦେଇଛି ୟୁଏଇ । ଏ ନେଇ ୟୁଏଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ୟୁଏଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି ଯେ, ‘ହୁତୀ ବିଦ୍ରୋହୀ ସମୂହ ଦ୍ବାରା ଆକ୍ରମଣ ପାଇଁ ଯୋଜନା କରାଯାଇଥିଲେ ସୁଦ୍ଧା କଡା ଜବାବ ଦିଆଯାଇଛି । ଆକାଶ ମାର୍ଗରେ ହିଁ ବାଲିଷ୍ଟିକ୍‌ ମିସାଇଲକୁ କ୍ଷେପଣାସ୍ତ୍ର ମାଡ କରି ନଷ୍ଟ କରିଦିଆଯାଇଛି । ଯାହା ଫଳରେ ଏକ ବଡ ଧରଣର ଦୁର୍ଘଟଣା ଅଳ୍ପକେ ଟଳିଯାଇଛି । ଏହି ଆକ୍ରମଣରେ କେହି ମୃତାହତ ହୋଇନାହାନ୍ତି । ମିସାଇଲର ଭଗ୍ନାବଶେଷ ଆବୁ ଧାବୀର ବିଭିନ୍ନ ଅଞ୍ଚଳରେ ଖଣ୍ଡ ବିଖଣ୍ଡିତ ହୋଇ ପଡିଛି ।’

ସୂଚନାଯୋଗ୍ୟ, ଗତ କିଛି ଦିନ ହେଲା ହୁତୀ ବିଦ୍ରୋହୀମାନଙ୍କ ଦ୍ବାରା ଲଗାତାର ଭାବେ ୟୁଏଇ ଉପରେ ଆକ୍ରମଣ କରାଯାଉଛି । ଦେଶର ପେଟ୍ରୋଲିୟମ ଡିପୋ ଏବଂ ବିମାନବନ୍ଦରଗୁଡିକରେ ଆକ୍ରମଣ ଜାରି ରହିଛି । ୟୁଏଇର ଏକ ଏୟାରପୋର୍ଟରେ ଆକ୍ରମଣ କରିବାର ମାତ୍ର ସପ୍ତାହେ ପରେ ସୋମବାର ପୁଣି ଏକ ବଡ ଧରଣର ଆକ୍ରମଣ କରିବାକୁ ବାଲିଷ୍ଟିକ ମିସାଇଲ ପଠାଇଥିଲା ହୁତୀ । କିନ୍ତୁ ତାହାକୁ ନଷ୍ଟ କରିବାରେ ସଫଳ ହୋଇଛି ୟୁଏଇ ପ୍ରତିରକ୍ଷା ମନ୍ତ୍ରାଳୟ । ଗତ ଜାନୁଆରୀ ୧୭ ତାରିଖରେ ଆବୁ ଧାବୀରେ ନବନିର୍ମିତ ଏୟାରପୋର୍ଟକୁ ଟାର୍ଗେଟ୍‌ କରି ମିସାଇଲ ମାଡ କରାଯାଇଥିଲା । ଯେଉଁଥିରେ ଜଣେ ଭାରତୀୟ ନାଗରିକଙ୍କ ସମେତ ଜଣେ ପାକିସ୍ତାନୀ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଘଟଣାରେ ୬ ଜଣ ଗୁରୁତର ଭାବେ ଆହତ ମଧ୍ୟ ହୋଇଥିଲେ । ସୋମବାର ପୁଣିଥରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିବାରୁ ଏହାର କଡା ଜବାବ ଦିଆଯିବ ବୋଲି ୟୁଏଇ ପ୍ରତିରକ୍ଷା ମନ୍ତ୍ରାଳୟ ଚେତାବନୀ ଦେଇଛି ।

   Related Posts