scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

U19 World Cup Final : ଭାରତ-ଅଷ୍ଟ୍ରେଲିଆ ଟାଇଟଲ ଲଢେଇ, ବଦ୍‌ଲା ଲକ୍ଷ୍ୟରେ ୟଙ୍ଗ ଇଣ୍ଡିଆ

11/02/2024 at 7:48 AM

ବେନୋନି ୧୧।୦୨ : ୧୯ବର୍ଷରୁ କମ୍‌ ବିଶ୍ୱକପ୍‌ର ଫାଇନାଲ୍‌ ମୁକାବିଲା । ରବିବାର ଖେଳାଯିବ ଫାଇନାଲ ମ୍ୟାଚ୍‌ । ଭାରତୀୟ ସମୟ ଅପରାହ୍ଣ  ୧.୩୦ ମିନିଟ୍‌ରେ ମ୍ୟାଚ୍‌ ଆରମ୍ଭ ହେବ । ଉଭୟ  ଦଳ ଏହି ମ୍ୟାଚ୍‌ ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି ।  ଅଷ୍ଟ୍ରେଲିଆ ଏଥର ୨୦୧୨ ଓ ୨୦୧୮ ଫାଇନାଲ୍‌  ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ।

ମାତ୍ର  ପୂର୍ବ ରେକର୍ଡକୁ ଗଣନା କଲେ ଭାରତର  ପଲ୍ଲା ଭାରି ରହିବ । ଭାରତ ୫ଥର ବିଶ୍ୱକପ୍‌ ଚାମ୍ପିଅନ୍‌  ହୋଇ ସାରିଛି । ଅଷ୍ଟ୍ରେଲିଆ ୩ଥର ବିଶ୍ୱ ବିଜେତା ହୋଇଛି ।  ୧୯୮୮ରେ ଅନୁଷ୍ଠିତ ପ୍ରଥମ ସଂସ୍କରଣରେ ଅଷ୍ଟ୍ରେଲିଆ  ଚାମ୍ପିଅନ ହୋଇଥିଲା । ଫାଇନାଲ୍‌ରେ ଦଳ ପାକିସ୍ତାନକୁ ୫ ୱିକେଟ୍‌ରେ ହରାଇଥିଲା । ଏହାପରେ ଅଷ୍ଟ୍ରେଲିଆ ୨୦୦୨ ଓ  ୨୦୧୦ରେ ଚାମ୍ପିଅନ ହୋଇଛି ।

ଏହାବ୍ୟତୀତ ଦଳ ୨୦୧୨  ଓ ୨୦୧୮ ବିଶ୍ୱକପ୍‌ ଫାଇନାଲ୍‌ରେ ପରାଜିତ ହୋଇ ରନର୍ସ  ଅପ୍‌ରେ ସନ୍ତୁଷ୍ଟ ହୋଇଥିଲା । ଉଭୟ ଥର ଭାରତ ଠାରୁ  ଦଳ ପରାଜିତ ହୋଇଥିଲା । ଭାରତ ୨୦୦୦ ମସିହାରେ  ପ୍ରଥମ କରି ଟାଇଟଲ ହାସଲ କରିଥିଲା । ଫାଇନାଲରେ  ଦଳ ଶ୍ରୀଲଙ୍କାକୁ ୬ ୱିକେଟ୍‌ରେ ହରାଇଥିଲା । ଏହାପରେ  ବିରାଟ କୋହଲିଙ୍କ ନେତୃତ୍ୱରେ ୨୦୦୮, ଉନ୍‌ମୁକ୍ତ ଚାନ୍ଦଙ୍କ  ନେତୃତ୍ୱରେ ୨୦୧୨, ପୃଥ୍ୱୀ ଶ’ଙ୍କ ନେତୃତ୍ୱରେ ୨୦୧୮ ଓ  ୟଶ ଧୂଲଙ୍କ ନେତୃତ୍ୱରେ ୨୦୨୨ ବିଶ୍ୱକପ୍‌ ଚାମ୍ପିଅନ୍‌ ଆଖ୍ୟା  ଅର୍ଜନ କରିଥିଲା । ଏହା ବ୍ୟତୀତ ଭାରତ ୨୦୦୬, ୨୦୧୬  ଓ ୨୦୨୦ ବିଶ୍ୱକପ୍‌ରେ ରନର୍ସ ଅପ୍‌ ହୋଇଥିଲା ।

   Related Posts