scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜାପାନ ସମୁଦ୍ରକୂଳରେ ଆମେରିକା ଯୁଦ୍ଧ ବିମାନ କ୍ରାସ୍, ୮ ଜଣ କରୁଥିଲେ ଯାତ୍ରା

29/11/2023 at 4:28 PM

ନୂଆଦିଲ୍ଲୀ: ଆମେରିକାର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଡିଆ ରିପୋର୍ଟ ଅନୁସାରେ ଏହି ବିମାନ ଜାପାନ ସମୁଦ୍ରକୂଳ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତଟରକ୍ଷୀ ବାହିନୀ ଅନୁସାରେ ଆଠ ବ୍ୟକ୍ତିଙ୍କୁ ନେଇ ଯାଉଥିବା ସୈନ୍ୟ ବିମାନ ୟୁଏସ୍ ଆସ୍ପ୍ରେ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି । ସେନା ମୁଖପାତ୍ର କହିଛନ୍ତି, ‘ଆଜି ଅପରାହ୍ଣ ୨.୪୭ ମିନିଟ୍‌ରେ ସୂଚନା ମିଳିଥିଲା ଯେ ଆମେରିକା ସେନାର ଆସ୍ପ୍ରେ ୟାକୁଶିମା ଦ୍ୱୀପରେ ଦୁର୍ଘଟଣାର ଶିକାର ହୋଇଛି’।

ଆମେରିକା ସେନାର ମୁଖପାତ୍ର କହିଛନ୍ତି, ‘ଯୁଦ୍ଧ ବିମାନରେ ଚାଳକ ଦଳର ଆଠ ଜଣ ସଦସ୍ୟ ଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ’।

ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଅଗଷ୍ଟ ମାସରେ କାର୍ଲିଫର୍ନିଆରେ ଏକ ସୈନ୍ୟ ଶିବିର ନିକଟରେ ଆମେରିକୀୟ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ହୋଇଥିଲା । ୟୁଏସ ମରୀନ କର୍ପ ଏହି ଖବରକୁ ସ୍ପଷ୍ଟ କରିଥିଲା । ଦୁର୍ଘଟଣା ପରେ ସର୍ଚ୍ଚ ଅପରେସନରେ ପାଇଲଟଙ୍କ ମୃତ ଦେହ ମିଳିଥିଲା ।

Also Read: ଅଷ୍ଟ୍ରେଲିଆରେ ଯୁଦ୍ଧାଭ୍ୟାସ ବେଳେ ଆମେରିକୀୟ ବିମାନ ଦୁର୍ଘଟଣାଗ୍ରସ୍ତ, ତିନି ଯବାନଙ୍କ ମୃତ୍ୟୁ

   Related Posts