LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୮୦ ଲକ୍ଷ ଛଟେଇ, ୧୦ ଟ୍ରିଲିୟନ ଡଲାର କ୍ଷତିର ଭୟ, ଆମେରିକା ଉପରେ କେତେ ବଡ଼ ସଂକଟ ?

24/05/2023 at 10:30 PM

ନୂଆଦିଲ୍ଲୀ: ଦୁନିଆ ସବୁଠାରୁ ଶକ୍ତିଶାଳୀ ଅର୍ଥନୀତି ଏବେ ଡିଫଲ୍ଟ ହେବା ଦ୍ୱାର ଦେଶରେ ରହିଛି । ଆମେରିକା ସରକାର ଋଣ ପରିଶୋଧ କରିପାରିବ ନା ନାହିଁ ତାହା ଏବେ ପ୍ରଶ୍ନ ହୋଇ ରହିଛି । ମୁଡିଜ୍ ଆନାଲିଟିକ୍ସ ମୁଖ୍ୟ ଅର୍ଥଶାସ୍ତ୍ରୀ ମାର୍କ ଜାଣ୍ଡିଙ୍କ କହିବା ଅନୁସାରେ ସଂକଟର ଶୀଘ୍ର ସମାଧାନ ନ ହେଲେ ସାରା ଦୁନିଆ ଉପରେ ଏହାର ଭୟଙ୍କର ପ୍ରଭାବ ପଡ଼ିବ ।

ଜାଣ୍ଡି ଏବଂ ତାଙ୍କର ଅନ୍ୟ ଦୁଇ ସହଯୋଗୀଙ୍କ କହିବା ଅନୁସାରେ ଏକ ସପ୍ତାହ ଯାଏ ଡିଫଲ୍ଟ ସ୍ଥିତିରେ ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ରୂପେ ଦୁର୍ବଳ ହୋଇଯିବ ଏବଂ ପ୍ରାୟ ୧୫ ଲକ୍ଷ ଜଣ ନିଯୁକ୍ତି ହରାଇବେ । ଯଦି ଡିଫଲ୍ଟ ଅଧିକ ସମୟ ଯାଏ କେବେ ତେବେ ପରିମାଣ ଅଧିକ ଭୟଙ୍କର ହେବ ।

ଜାଣ୍ଡି ଏବଂ ତାଙ୍କ ସହଯୋଗୀ ଅନୁମାନ କରିଛନ୍ତି ଯେ ଆମେରିକାର ଅର୍ଥନୀତି ବୁଡ଼ିଲେ ପ୍ରାୟ ୮୦ ଲକ୍ଷ ଲୋକଙ୍କ ଚାକିରି ଯିବ । ଏପରି ସ୍ଥିତିରେ ଋଣ ହାର ମଧ୍ୟ ବଢିବ । ବେରୋଜଗାରୀ ହାର ବର୍ତ୍ତମାନ ୩.୪ ପ୍ରତିଶତରୁ ବଢି ୮ ପ୍ରତଶିତ ହୋଇଯିବ ଏବଂ ସେୟାର ବଜାରରେ ହ୍ରାସ ଯୋଗୁଁ ଘରୋଇ ନିବେଶକଙ୍କୁ ୧୦ ଟ୍ରିଲିୟନ ଡାଲର କ୍ଷତି ହେବ ।

ଅର୍ଥନୀତି ବିଶେଷଜ୍ଞଙ୍କ କହିବା ଅନୁସାରେ ଆମେରିକାରେ ରାଜନୀତି କାରଣରୁ ଏହି ସଂକଟ ଅଧିକ ବଡ଼ ହୋଇଯାଇଛି । ଏହି ମାମଲା ଏବେ ଆମେରିକା ସଂସଦରେ ଫସି ରହିଛି । ଉଲ୍ଲେଖଯୋଗ୍ୟ ଯେ ଅନ୍ୟ ଦେଶ ପରି ଆମେରିକାରେ ମଧ୍ୟ ସରକାର ସମସ୍ତ ଯୋଜନା, ଦରମା ପରି ନିଜ ଖର୍ଚ୍ଚ ପାଇଁ ଋଣ ନେଇଥାଏ । ତେବେ ଋଣ ନେବା ପାଇଁ ଏକ ସୀମା ରହିଥାଏ, ଯାହାକୁ ଡେଟ୍ ସିଲିଂ କୁହାଯାଇଥାଏ । ଏହି ସୀମା ଆମେରିକୀୟ କଂଗ୍ରେସ ଅର୍ଥାତ୍ ସଂସଦ ଧାର୍ଯ୍ୟ କରିଥାଏ । ଅର୍ଥନୀତିକୁ ନଜରରେ ରଖି ଆମେରିକୀୟ କଂଗ୍ରେସ ଋଣ ସୀମାକୁ ବଢାଇବା ଏବଂ କମାଇବା କାମ କରିଥାଏ । ଆମେରିକାରେ ବାଇଡେନ ପ୍ରଶାସନ ବର୍ତ୍ତମାନ ସ୍ଥିତିର ମୁକାବିଲା ପାଇଁ ଋଣ ସୀମା ବଢାଇବାକୁ ଚାହୁଁଚି କିନ୍ତୁ ରାଜନୈତିକ କାରଣ ଯୋଗୁଁ ଏହା ଫସି ରହିଛି ।

   Related Posts