ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ଆମେରିକା ବାଣିଜ୍ୟିକ ଦୂତାବାସ ଏବଂ ସମାଜ କଲ୍ୟାଣ ଏଜେନ୍ସି-ପ୍ରଶିକ୍ଷଣ ସଂସ୍ଥାର ଓଡିଶାରେ ମହିଳା ଆଇନ ସାକ୍ଷରତା ପ୍ରକଳ୍ପ ଆରମ୍ଭ

1/02/2023 at 11:15 PM

ଭୁବନେଶ୍ଵର: ଭାରତ-ଆମେରିକା ମହାବାଣିଜ୍ୟ ଦୂତାବାସ ହାଇଦ୍ରାବାଦ, ସମାଜ କଲ୍ୟାଣ ଏଜେନ୍ସି ଏବଂ ପ୍ରଶିକ୍ଷଣ ସଂସ୍ଥା(SWATI)) ର ମିଳିତ ଭାଗିଦାରୀରେ ବୁଧବାର ‘ଓଡିଶାରେ ଆଇନ ସାକ୍ଷରତା ଅଭିଯାନ ମାଧ୍ୟମରେ ମହିଳାଙ୍କୁ ସଶକ୍ତ’ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି। ହାଇଦ୍ରାବାଦରେ ଆମେରିକା ବାଣିଜ୍ୟ ଦୂତାବାସର ୩୩,୯୦୦ ଆମେରିକୀ ଡଲାର ଅନୁଦାନ ଜରିଆରେ ସମଗ୍ର ଓଡିଶାରେ ମହିଳା ନେତ୍ରୀଙ୍କୁ ଆଇନ ଏବଂ ସଂସ୍ଥା ପର୍ଯ୍ୟନ୍ତ ପହଞ୍ଚିବାରେ ସହାୟତା ପ୍ରଦାନ କରାଯିବ। ଯାହା ସେମାନଙ୍କୁ ଲିଙ୍ଗଗତ ଭେଦଭାବ ଆଧାରରେ ହିଂସା ଏବଂ ଅସମାନତା ପ୍ରସଙ୍ଗର ସମାଧାନରେ ବେଶ ସହାୟକ ହେବ।

ପବ୍ଲିକ ଡିପ୍ଲୋମାସି ଅଫିସର ଜୋନାଥନ ଅର କହିଛନ୍ତି, ସଂଯୁକ୍ତ ରାଷ୍ଟ୍ର ଆମେରିକା ଏବଂ ଭାରତ ଲିଙ୍ଗଗତ ଭେଦଭାବର ମୁକାବିଲା ଏବଂ ମହିଳାଙ୍କ ବିରୋଧରେ ହିଂସା ରୋକିବା ପାଇଁ ଏକାଠି ମିଶି କାମ କରିବାକୁ ପ୍ରତିବଦ୍ଧ ଅଟନ୍ତି। ଏହି ପ୍ରକଳ୍ପ ଓଡିଶାର ୩୦ ଜିଲ୍ଲାରେ ୬୦୦ ପ୍ରତିଭାଗୀଙ୍କୁ  ସିଧାସଳଖ ଲାଭ ମିଳିବ। ବିଶେଷ କରି ଲିଙ୍ଗଗତ ଆଧାରରେ ହିଂସା ଏବଂ ଭେଦଭାବରେ ପୀଡିତ ମହିଳା ଏବଂ ଯୁବତୀଙ୍କ ସମର୍ଥନରେ କାମ କରିବା ପାଇଁ ସଶକ୍ତ କରିବ।

ଏହି ପ୍ରକଳ୍ପକୁ ଆମେରିକା ସରକାରର ଆଦାନ ପ୍ରଦାନ କାର୍ଯ୍ୟକ୍ରମର ଦୁଇ ପୂର୍ବତନ ପ୍ରତିଭାଗୀ ସୁଜାତା ମହାପାତ୍ର ଏବଂ ପୂଜା ଫୁଲା ପଟ୍ଟନାୟକ ଦ୍ଵାରା ଏବଂ SWATI ସହଯୋଗରେ ସଞ୍ଚାଳନ କରାଯାଉଛି।ପ୍ରକଳ୍ପକୁ ସମର୍ଥନ ଦେଉଥିବା ସଂସ୍ଥା ବିଷୟରେ ସୂଚନା ଆଦାନ ପାଇଁ ଏକ ପ୍ରସ୍ତୁତ କରାଯିବ।  

ପୁସ୍ତକ ଏବଂ ଉପକରଣ ଓଡିଶାର ୩୦ ଜିଲ୍ଲାରେ କର୍ମଶାଳାରେ ମହିଳା ଆଡଭୋକେଟ୍‌ଙ୍କୁ ପ୍ରଦାନ କରାଯିବ। କର୍ମଶାଳାରେ ମହିଳାମାନଙ୍କୁ ଯାଚିକା କେମିତି ଦାଖଲ କରାଯାଏ, ପୋଲିସ ନିକଟରେ କେମିତି ଏଫଆଇଆର ରୁଜୁ କରାଯାଇ ମାମଲାର କିପରି ସମାଧାନ କରାଯିବ ଏହା ଜାଣିବା ସୁନିଶ୍ଚିତ କରାଯିବ। ମହିଳାଙ୍କୁ ଲିଙ୍ଗଗତ ଅସମାନତା ପାଇଁ ନିଜର ଲଢେଇକୁ ସଶକ୍ତ କରିବା ଏବଂ ଭେଦଭାବ, ଶୋଷଣର ମୁକାବିଲା ପାଇଁ ସାମାଜିକ ପାଇଁ  ସାମାଜିକ ଗଣମାଧ୍ୟମ ପରିଚାଳନା ପାଇଁ ପ୍ରଶିକ୍ଷଣ ଦିଆଯିବ।

   Related Posts