ତାଲିବାନ ପତାକା ଆଗରେ ଫଟୋ ଉଠାଇଲେ ଅଧିକାରୀ, ଏବେ କ୍ଷମା ମାଗୁଛି ଜାତିସଂଘ
21/01/2023 at 11:02 PM

ନୂଆଦିଲ୍ଲୀ: ତାଲିବାନର ପତାକା ସାମନାରେ ଠିଆ ହୋଇ କର୍ମଚାରୀଙ୍କ ଫଟୋ ସାମନାକୁ ଆସିବା ପରେ ମିଳିତ ଜାତିସଂଘ ଏବେ କ୍ଷମା ପ୍ରର୍ଥନା କରୁଛି । ମିଳିତ ଜାତିସଂଘର ଉପ-ମହାସଚିବ ଅମୀନା ମହମ୍ମଦଙ୍କ ନେତୃତ୍ୱରେ ଏକ ଟିମ୍ ଆଫଗାନିସ୍ତାନ ଗସ୍ତ କରଥିଲା । ଏହି ସମୟରେ କିଛି କର୍ମଚାରୀଙ୍କ ଫଟୋ ଭାଇଲାର ହେବାରେ ଲାଗିଛି, ଏଥିରେ ସେମାନେ ତାଲିବାନ ପତାକା ଆଗରେ ଠିଆ ହୋଇଛନ୍ତି । ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ଏବେ ମିଳିତ ଜାତିସଂଘ କ୍ଷମା ମାଗିଛି ।
ଜାତିସଂଘର ଏକ ଶୀର୍ଷ ସ୍ତରୀୟ ପ୍ରତିନିଧି ଶୁକ୍ରବାର ନିଜର ଚାରି ଦିନିଆ ଆଫଗାନିସ୍ତାନ ଗସ୍ତ ଶେଷ କରିଥିଲେ । ଏହି କମିଟିରେ ଅମୀନା ମହମ୍ମଦ, ସୀମା ବାହୋସ ଏବଂ ଶାନ୍ତି ମାମଲାର ସହାୟକ ମହାସଚିବ ଖାଲିଦ ଖିଆରୀ ସାମିଲ ଥିଲେ । ନିଜର ଏହି ଯାତ୍ରାରେ କମିଟିର ସଦସ୍ୟମାନେ ତାଲିବାନ ସହ ଆଲୋଚନା କରି ମହିଳାଙ୍କୁ ଅଧିକାର ଦିଆଯିବା ବିଷୟ ଉଲ୍ଲେଖ କରିଥିଲେ । ଜାତିସଂଘର ଜଣେ ମୁଖପାତ୍ରଙ୍କ କହିବା ଅନୁସାରେ, ତାଲିବାନର କିଛି ଅଧିକାରୀ ଏହାର ସମର୍ଥନ କରିଥିବା ବେଳେ ଅଧିକଂଶା ସ୍ପଷ୍ଟ ରୂପେ ଏହାର ବିରୋଧରେ ଥିଲେ ।
The @UN personnel in Kabul taking a photo w/ a terrorist group’s flag brings the United Nation’s impartiality & integrity into question. We kindly ask @antonioguterres to investigate this matter & for @UNAMAnews to prevent such insensitive actions that can tarnish its reputation. pic.twitter.com/rA187OeG9T
— Ali Maisam Nazary (@alinazary) January 19, 2023
ତେବେ ଯାତ୍ରା ସମୟରେ ତାଲିବାନ ପତାକା ସାମନାରେ ଫଟୋ ଉଠାଇବାକୁ ନେଇ ଅନେକ ସମାଲୋଚନାର ଶିକାର ହୋଇଛି ଜାତିସଂଘ । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟରେସଙ୍କ ଉପ-ମୁଖପାତ୍ର ଫରହାନ ହକ କହିଛନ୍ତି, ‘ସେଠାରେ ଫଟୋ ଉଠାଯିବାର ନଥିଲା’ । ସେ କହିଛନ୍ତି, ‘ଏହା ସ୍ପଷ୍ଟ ରୂପେ ଗୋଟିଏ ଭୁଲକୁ ଦର୍ଶାଉଛି । ଏହା ଭୁଲ ଅଟେ ଏବଂ ଆମେ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛୁ । ଏହି ବିଷୟରେ ଅଧିକାରୀମାନଙ୍କ ସହ ସେମାନଙ୍କ ପର୍ଯ୍ୟବେକ୍ଷକ ଆଲୋଚନା କରିଛନ୍ତି’ ।