୧୯ବର୍ଷରୁ କମ୍ ବିଶ୍ବକପ୍ କ୍ରିକେଟ୍ : ଟସ୍ ଜିତି ବାଂଲାଦେଶର ବୋଲିଂ ନିଷ୍ପତ୍ତି
9/02/2020 at 1:17 PM

ଦକ୍ଷିଣ ଆଫ୍ରିକା ୦୯।୦୨: ଆଜି ୧୯ ବର୍ଷରୁ କମ୍ ବିଶ୍ବକପ୍ କ୍ରିକେଟ୍ ଫାଇନାଲ୍ ମୁକାବିଲା । ଫାଇନାଲରେ ଡିଫେଣ୍ଡି ଚାମ୍ପିଅନ୍ ଭାରତ ସହ ବାଂଲାଦେଶର ମୁକାବିଲା । ଦୁଇ ଏସୀୟ ଟିମ୍ ମଧ୍ୟରେ ଏଥର ମୁକାବିଲା ହେବ । ଫାଇନାଲ୍ ମ୍ୟାଚ୍ରେ ବାଲାଂଦେଶ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ତେବେ ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଛି । ଭାରତ ପକ୍ଷରୁ ଜୟଶ୍ବାଲ୍ ଓ ଦିବ୍ୟାଂଶ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଛନ୍ତି ।
ପ୍ରଥମଥର ପାଇଁ ବାଂଲାଦେଶ ଫାଇନାଲକୁ ଯାଇଛି । ଭାରତୀୟ ଟିମ୍ କୁ ଏଥର ଫେଭରିଟ୍ ବୋଲି ଧରାଯାଉଛି । ପୂର୍ବରୁ ଭାରତ ୨୦୦୦, ୨୦୦୮, ୨୦୧୨ ଓ ୧୦୧୮ ରେ ୧୯ ବର୍ଷରୁ କମ୍ ବିଶ୍ବକପ୍ ଚାମ୍ପିଅନ୍ ହୋଇଛି । ସେମିଫାଇନାଲରେ ପାକିସ୍ତାନ ବିରୋଧରେ ଅପରାଜିତ ଶତକ ମାରିଥିବା ଭାରତର ଯଶସ୍ବୀ ଜୟସ୍ବାଲଙ୍କ ଉପରେ ଫ୍ୟାନଙ୍କ ନଜର ରହିଛି ।