suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

‘କାର୍‌ର ଟାୟାର ଫାଟିବା ଦୈବୀକୃତ ନୁହେଁ, ମନୁଷ୍ୟକୃତ’, ବୀମା କମ୍ପାନୀର ଯାଚିକା ଖାରଜ କଲେ ବମ୍ବେ ହାଇକୋର୍ଟ

13/03/2023 at 8:35 AM

ନୂଆଦିଲ୍ଲୀ, ୧୩/୦୩: କାର୍‌ର ଟାୟାର ଫାଟିବା କୌଣସି ଦୈବୀକୃତ କୁହାଯାଇପାରିବ ନାହିଁ। ଏହା ମନୁଷ୍ୟକୃତ୍ୟ। ବୀମା କମ୍ପାନୀ ପକ୍ଷରୁ କରାଯାଇଥିବା ଯାଚିକା ଖାରଜ କରିବା ସହ ଏହି ଟିପ୍ପଣୀ କରିଛନ୍ତି ବମ୍ବେ ହାଇକୋର୍ଟ । କାର୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ବି​ରୋଧରେ ବୀମା କମ୍ପାନୀର ଯାଚିକା ଖାରଜ କରିଛନ୍ତି ବମ୍ବେ ହାଇକୋର୍ଟ।

ହାଇକୋର୍ଟର ବିଚାରପତି ଏସ୍‌.ଜି ଡିଗେଙ୍କୁ ନେଇ ଗଠିତ ଜଣକିଆ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ ଦୈବୀକୃତ ହେଉଛି ଏକ ଗମ୍ଭୀର ଓ ଅପ୍ରତ୍ୟାଶିତ ତଥା ପ୍ରାକୃତିକ ଘଟଣା । ଯାହା ପାଇଁ କୌଣସି ମଣିଷ ଦାୟୀ ହୋଇନଥାନ୍ତି । କିନ୍ତୁ ଗାଡିର ଟାୟାର ଫାଟିବା ପାଇଁ ମଣିଷ ନିଜେ ଦାୟୀ । କାରଣ ଦ୍ରୁତଗତି, ପୁରୁଣା ଟାୟାର, ଟାୟାରରେ ହାୱା କମ୍‌ କିମ୍ବା ଅଧିକ ରହିବା କିମ୍ବା ତାପମାତ୍ରା ଅଧିକ ରହିବା ଆଦି କାରଣ ଯୋଗୁ ଟାୟାର ଫାଟିଥାଏ । ଏହା ମଣିଷର ଅସାବଧାନତା ଯୋଗୁ ହୋଇଥାଏ । ଚାଳକ ଗାଡି ଚଳାଇବା ପୂର୍ବରୁ ଟାୟାରର ଅବସ୍ଥା ଦେଖିବା ସହ ତାକୁ ଭଲ ଭାବେ ଯାଞ୍ଚ କରିବା ଆବଶ୍ୟକ । ତେଣୁ ଟାୟାର ଫାଟିବା ପାଇଁ ମଣିଷ ହିଁ ଦାୟୀ ହୋଇଥାଏ ।

୨୦୧୦ ର ଏକ ଘଟଣାର ଶୁଣାଣି କରି ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ। ମକରନ୍ଦ ପଟବର୍ଦ୍ଧନ ନାମକ ଜଣେ କାର୍‌ ଚାଳକ ନିଜର ଦୁଇଜଣ ସହଯୋଗୀଙ୍କ ସହିତ କାର୍‌ରେ ପୁଣେରୁ ମୁମ୍ବାଇ ଯାଉଥିଲେ । ରାସ୍ତାରେ ହଠାତ କାର୍‌ର ପଛ ଟାୟାର ଫାଟି ଯାଇଥିଲା । ଫଳରେ ଚାଳକ କାର୍‌ ଉପରୁ ନିୟନ୍ତ୍ରଣ ହରାଇଥିଲେ ଏବଂ କାର୍‌ ରାସ୍ତାକଡରେ ଥିବା ଏକ ଖାତରେ ଖସିପଡିଥିଲା । ଘଟଣାସ୍ଥଳରେ ମକରନ୍ଦଙ୍କର ମୃତ୍ୟୁ ହୋଇଥିଲା । ସେ ଘରର ଏକମାତ୍ର ରୋଜଗାରକ୍ଷମ ଥିଲେ । ତାଙ୍କ ପାଖରେ ବୀମା ପଲିସି ଥିଲା । ତେଣୁ ତାଙ୍କ ପରିବାର ସମ୍ପୃକ୍ତ ବୀମା କମ୍ପାନି ନିକଟରେ କ୍ଷତିପୂରଣ ପାଇବା ଲାଗି ଆବେଦନ କରିଥିଲେ ।

କିନ୍ତୁ ବୀମା କମ୍ପାନି କହିଥିଲା କି ଟାୟାର ଫାଟିବା ଦୈବୀକୃତ । ତେଣୁ ଏହି ଆଧାରରେ ମକରନ୍ଦଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ମନା କରିଦେଇଥିଲା । ଏହା ପରେ ମକରନ୍ଦଙ୍କ ପରିବାର ମୋଟର ଦୁର୍ଘଟଣା କ୍ଷତିପୂରଣ ଟ୍ରିବ୍ୟୁନାଲରେ ଆବେଦନ କରିଥିଲେ । ଟ୍ରିବ୍ୟୁନାଲ ତାଙ୍କ ରାୟରେ କହିଥିଲେ କି ମକରନ୍ଦ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ତେଣୁ ବୀମା କମ୍ପାନି ତାଙ୍କ ପରିବାରକୁ ୧ କୋଟି ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଟ୍ରିବ୍ୟୁନାଲର ରାୟ ବିରୋଧରେ ବୀମା କମ୍ପାନି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା ।

   Related Posts