ସାମୁଦ୍ରିକ ଝଡ଼ ଉରର୍ସୁଲା ପାଇଁ ୧୬ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | December 26, 2019 IST

ଫିଲିପାଇନସ ୨୬/୧୨: ଫିଲିପାଇନସକୁ ମାଡ଼ କରିଥିବା  ସାମୁଦ୍ରିକ ଝଡ଼ ଉରର୍ସୁଲା ପାଇଁ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ଏହି ସାମୁଦ୍ରିକ ଝଡ଼ ।  ବିଶେଷ କରି ସମାର ରାଜ୍ୟରେ ଏହି ଝଡ଼ ଲ୍ୟାଣ୍ଡଫଲ କରିଥିଲା । ଫଳରେ ଏହି ଅଞ୍ଚଳରେ ଭୀଷଣ ପବନ ସହିତ ବର୍ଷା ହୋଇଛି । 

୧୫୦ କିଲୋମିଟରରୁ ଅଧିକ ବେଗରେ ପବନ ବହିଥିଲା। ତେବେ ଏହି ଝଡ଼ ଫିଲିପାଇନସର ପଶ୍ଚିମ ଉପକୂଳ ଅତିକ୍ରମ କରିବା ସହିତ ବ୍ୟାପକ ଅଞ୍ଚଳରେ କ୍ଷୟକ୍ଷତି ଘଟାଇଛି ।  ୫ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇ ନିଖୋଜ ହୋଇଯାଇଛନ୍ତି ।  ୫୮ ହଜାର ଲୋକଙ୍କୁ ସ୍ଥାନାନ୍ତରୀତ କରାଯାଇଥିବାବେଳେ  ୧୬ଶହ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ନିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.