ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଦକ୍ଷିଣ ଓ ମଧ୍ୟ ଫିଲପାଇନ୍ସରେ ସାମୁଦ୍ରିକ ବାତ୍ୟା ‘ରାୟ’ର ତାଣ୍ଡବ, ବିଭିନ୍ନ ସ୍ଥାନରେ ୧୯ ମୃତ, ବିଦ୍ୟୁତ ଓ ସଞ୍ଚାର ସେବା ଧ୍ୱଂସ୍ତ

18/12/2021 at 4:02 PM

ମାନିଲା ୧୮।୧୨: ଶୁକ୍ରବାର ରାତିରେ ଫିଲପାଇନ୍ସ ଅତିକ୍ରମ କରିଥିବା ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା ‘ରାୟ’ ବିଭିନ୍ନ ସ୍ଥାନରେ ୧୯ ଜଣଙ୍କ ମୃତ୍ୟୁର କାରଣ ପାଲଟିଥିବା ବେଳେ ବିଦ୍ୟୁତ ଓ ସଞ୍ଚାର ସେବା ଧ୍ୱଂସ୍ତ କରିଦେଇଛି।  ସିଆରଗାଓ ଦ୍ୱୀପ ବାତ୍ୟାରେ ଛିନଭିନ ହୋଇଯାଇଥିବା ବେଳେ ଭିସାୟ ଓ ଦକ୍ଷିଣ ଦ୍ୱୀପ ମିଣ୍ଡାନାଓରେ ମଧ୍ୟ ପ୍ରଳୟରୁ ବାଦ ପଡିନି। ଫଳରେ ଲୋକପ୍ରୀୟ ପର୍ଯ୍ୟଟନସ୍ଥଳ ପଲବାନ ଦ୍ୱୀପ ମଧ୍ୟ ଗୁରୁତର ପ୍ରଭାବିତ ହୋଇଥିବା ବିସ୍ତୃତ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡିଥିବା ଜାତୀୟ ବିପର୍ଯ୍ୟୟ ପ୍ରସମନ ସଂସ୍ଥାଙ୍କ କାର୍ଯ୍ୟକାରୀ ନିର୍ଦ୍ଦେଶକ ରିକାର୍ଡୋ ଜଲାଦ ଶନିବାର ସୂଚନା ଦେଇଛନ୍ତି।

ତେବେ ସାମୁଦ୍ରିକ ବାତ୍ୟା ରାସ୍ତାରେ ଆସୁଥିବା ଅଞ୍ଚଳମାନଙ୍କରୁ ସରକାର ୩ ଲକ୍ଷରୁ ଅଧିକ ଲୋକଙ୍କୁ ପୂର୍ବରୁ ସ୍ଥାନାନ୍ତରିତ କରିଦେଇଥିଲେ। ଏଣୁ ହୋଇଥିବା କ୍ଷୟକ୍ଷତି ତୁଳନାରେ ମୃତ୍ୟୁ ସଂଖ୍ୟା ଅଧିକ ହୋଇ ନପାରେ ବୋଲି ଆଶା କରାଯାଉଛି। ବାତ୍ୟାରେ ସୁରିଗାଓ ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ମିଣ୍ଡାନାଓର ଉତ୍ତର ଓ ସିଆରଗାଓ ପାଖାପାଖି ଥିବା ସରିଗାଓର ଆଞ୍ଚଳିକ ବିପର୍ଯ୍ୟୟ ପରିଚାଳନା ସଂସ୍ଥାଙ୍କ ବିଲ୍ଡିଂଗୁଡିକୁ ଦେଖିଲେ ସାମୁଦ୍ରିକ ବାତ୍ୟା ନୁହେଁ ବୋମା ଆକ୍ରମଣର ବିଧ୍ୱଂସ୍ତ ହୋଇଥିବା ପରି ଏବେ ମନେ ହେଉଛି।

ସାରା ଦେଶରେ ସଞ୍ଚାର ସେବା ପ୍ରଭାବିତ ହୋଇଥିବାରୁ କ୍ଷୟକ୍ଷତିର ସ୍ପଷ୍ଟ ଚିତ୍ର ଆସିପାରି ନାହିଁ। ତେବେ ପିଲପାଇନ୍ସ କଷ୍ଟଗାର୍ଡ ଟ୍ୱିଟରରୁ  ଯେତିକି ଛବିମିଳିଛି ସେଥିରୁ ରାୟ କେତେ ଭୟଙ୍କର ଥିଲା ତାହା ସହଜରେ ଅନୁମାନ କରାଯାଇପାରେ। ଭୂଭାଗକୁ ପହଞ୍ଚିବା ପରେ ରାୟ ତାର ଅସଲ ଚେହେରା ଦେଖାଇଥିଲା। ପବନର ବେଗ ଘଣ୍ଟାପ୍ରତି ୧୯୫ କିଲୋମିଟରରୁ ୨୭୦ କିଲୋମିଟରକୁ ଛୁଇଁଥିଲା।  ଗ୍ରାମାଞ୍ଚଳରେ ରହିଯାଇଥିବା ଲୋକେ ବାତ୍ୟାବେଳେ ଗଛ ଓ ଘର  କାନ୍ଥ ତଳେ ଦବି ପ୍ରାଣ ହରାଇଥିବାର ଆଶଙ୍କା କରାଯାଉଛି। ଏଥିରେ ଏପର୍ଯ୍ୟନ୍ତ ୧୨ଟି ଶବ ଉଦ୍ଧାର କରାଯାଇଥିବା ଉଦ୍ଧାରକାରୀଦଳଙ୍କ ସୂଚନାରୁ ଜଣାପଡିଛି।

ରାୟ ଏବେ ଫିଲପାଇନ୍ସ ଅତିକ୍ରମ କରି ଦକ୍ଷିଣ ଚୀନ ସାଗରରେ ପହଞ୍ଚିଥିବା ବେଳେ ମଙ୍ଗଳବାର ତାଇୱାନ୍ ଉପକୂଳକୁ ପହଞ୍ଚି କ୍ରମଶଃ ଦୁର୍ବଳ ହୋଇଯିବ। ତେବେ ବାତ୍ୟାର ପ୍ରଭାବ ଏବେ ଦକ୍ଷିଣ ଭିଏତନାମ ଉପକୂଳ ସହରମାନଙ୍କ ଉପରେ ପଡିବାରେ ଲାଗିଲାଣି। ଫିଲପାଇନ୍ସରେ ସ୍ଥଳଭାଗ ଅତିକ୍ରମ କରିବା ପରେ ଏହା ଏବେ ଦକ୍ଷିଣ ଚୀନ୍‌ ସମୁଦ୍ରରେ ତାର ରୌଦ୍ର ରୂପ ଧାରଣ କରିଛି। ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ପବନ ସହ ପ୍ରବଳ ବର୍ଷା ଲାଗି ରହିଛି।

   Related Posts