ବିଦ୍ୟୁତ ସସ୍ପର୍ଶରେ ଆସି ଜଳିଗଲେ ୨ ଯୁବକ, ୫ ଦିନ ତଳେ ଭାଙ୍ଗିପଡିଥିଲା ବିଦ୍ୟୁତ ଖୁଣ୍ଟ

Published By : Prameya-News7 Bureau | August 23, 2021 IST

ସୁନ୍ଦରଗଡ ୨୩।୮: ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ବଡ଼ବଙ୍ଗାରେ ବିଦ୍ୟୁତ ଆଘାତ ଲାଗି ଦୁଇ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି । ୫ ଦିନ ତଳେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିପଡିଥିଲା । ତେବେ ସୋମବାର ଦିନ ଉକ୍ତ ସ୍ଥାନରୁ ଦୁର୍ଗନ୍ଧ ଆସିବାରୁ ସ୍ଥାନୀୟ ଲୋକେ ସେଠାକୁ ଯାଇ ଦେଖିଥିଲେ । ବିଦ୍ୟୁତ ଆଘାତ ଲାଗି ଦୁଇ ଜଣ ଯୁବକ ପୋଡ଼ି ହୋଇ କ୍ଷେତରେ ପଡିଥିବା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିକଫିକ୍ ଟିମ୍ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ଏହି ଦୁଇ ଜଣ ଯୁବକ ଟାୱାର ଲାଇନର ତାର ଚୋରି କରିବା ପାଇଁ ଆସି ତାର କାଟୁଥିଲେ । ଏହି ସମୟରେ ଏଭଳି ଘଟଣା ଘଟିଛି । ଦୁଇ ଜଣ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.